କନକ ବ୍ୟୁରୋ: କନକ ବ୍ୟୁରୋ: ଗ୍ରୀଷ୍ମ ପ୍ରବାହ ଓ କାଳବୈଶାଖୀକୁ ଦୃଷ୍ଟିରେ ରଖି ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏନଓଡିଏଲ) ଗତ କିଛିବର୍ଷ ମଧ୍ୟରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେବା ସହ ଏହି ଦିଗରେ ପ୍ରୟାସକୁ ଦ୍ଵିଗୁଣିତ କରିଛି । ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ଉତ୍ତର ଓଡ଼ିଶାର ଶୀର୍ଷ ଚାହିଦା ପ୍ରାୟ ୧୫୦୦ ମେଗାୱାଟ୍ ହେବା ନେଇ ଟିପିଏନଓଡିଏଲ  ଆକଳନ କରିଛି । ଯାହାକି ବିଗତ ବର୍ଷର ଚାହିଦା ୧୩୯୩ ମେଗାୱାଟ୍ ଠାରୁ ୧୦୭ ମେଗାୱାଟ ଅଧିକ ।  ଆବଶ୍ୟକ ଥିବା ଚାହିଦାର ମୁକାବିଲା ପାଇଁ ସମସ୍ତ ପଦକ୍ଷେପ ମଧ୍ୟ ଗ୍ରହଣ କରିଛି ଟିପିଏନଓଡିଏଲ ।

Advertisment

ମିଳିଥିବା ସୂଚନା ମୁତାବକ ୩୩ କେଭି, ୧୧ କେଭି ତାର, ଟ୍ରାନ୍ସଫରମର୍‌ର ପ୍ରତିଷେଧମୂଳକ ଓ ବିଭ୍ରାଟ ଜନିତ ରକ୍ଷଣାବେକ୍ଷଣ, ଫ୍ୟୁଜ୍ କଲ୍ ଅଭିଯୋଗର ତ୍ୱରିତ ମୁକାବିଲା ଏବଂ ସବଷ୍ଟେସନଗୁଡ଼ିକର ବାର୍ଷିକ ରକ୍ଷଣାବେକ୍ଷଣ ଚୁକ୍ତି ପାଇଁ ଟିପିଏନ୍‌ଓଡିଏଲ୍ ପକ୍ଷରୁ ବିଜନେସ୍ ଆସୋସିଏଟସ୍‌ମାନଙ୍କୁ ନିଯୁକ୍ତ କରାଯାଇଛି । ସେହିପରି ୨୪ ଘଣ୍ଟିଆ ପିଏସ୍‌ସିସି କେନ୍ଦ୍ରୀୟ ନିୟନ୍ତ୍ରଣ କକ୍ଷ ଭାବେ ପରିଚାଳନା ସାଙ୍ଗକୁ ଏକ ଉତ୍ସର୍ଗୀକୃତ ୨୪ ଘଣ୍ଟିଆ କଲ୍ ସେଣ୍ଟର ସ୍ଥାପନ କରାଯାଇଛି । ସ୍ଥାନୀୟ ଟିମ୍, ସର୍କଲ ଏପିଏସ୍‌ସିସି ଓ ବାଲେଶ୍ୱର ପିଏସ୍‌ସିସିର ମୁଖ୍ୟ ନିୟନ୍ତ୍ରଣ କକ୍ଷ ସହ ସମନ୍ୱୟ ରକ୍ଷା କରିବା ପାଇଁ ସର୍କଲ୍ ଓ ଡିଭିଜନ ସ୍ତରୀୟ ନିୟନ୍ତ୍ରଣ କକ୍ଷ ମଧ୍ୟ ସ୍ଥାପନ କରାଯାଇଛି । ୧୧ କେଭି ଓ ଏଲ୍‌ଟି ତାରର ରକ୍ଷଣାବେକ୍ଷଣ ପାଇଁ ଏଏମ୍‌ସି ଅଧୀନରେ ୭ହଜାରରୁ ଅଧିକ ବିଏ କର୍ମଚାରୀଙ୍କୁ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ପାଇଁ ନିୟୋଜନ କରାଯାଇଛି । ପିଏସ୍‌ଏସ୍ ଓ ୩୩ କେଭି ଲାଇନ୍‌ର ରକ୍ଷଣାବେକ୍ଷଣ ଲାଗି ଅତିରିକ୍ତ ଯାନ ସହିତ ବିଏ କର୍ମଚାରୀ ମଧ୍ୟ ମୂତୟନ କରାଯାଇଛି । 

ଜରୁରିକାଳୀନ ସ୍ଥିତି ପାଇଁ ଡିଜି ସେଟ ବ୍ୟବସ୍ଥା ସାଙ୍ଗକୁ ଯେକୌଣସି ପ୍ରକାର ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଲାଗି ଉପକରଣର ସ୍ୱତନ୍ତ୍ର ଭଣ୍ଡାର ପ୍ରତି ସର୍କଲ ସ୍ତରରେ ସ୍ଥାପନ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଜନସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଗ୍ରାଧିକାର ଭିତ୍ତିରେ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରିବା, ଜରୁରିକାଳୀନ ସମୟରେ ଓସଡମା ସହ ସମ୍ପର୍କ ସ୍ଥାପନର ବ୍ୟବସ୍ଥା ସାଙ୍ଗକୁ ସୁରକ୍ଷା କ୍ଷେତ୍ରରେ ମଧ୍ୟ ବ୍ୟାପକ ପ୍ରସ୍ତୁତି ହୋଇଛି । ଗ୍ରୀଷ୍ମ ପ୍ରବାହ ସ୍ଥିତିରେ ଉପଭୋକ୍ତାଙ୍କୁ ନିରବଚ୍ଛିନ୍ନ ବିଜୁଳି ସେବା ଯୋଗାଇବା ପାଇଁ ନିୟୋଜିତ ହୋଇଥିବା କର୍ମଚାରୀମାନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ମଧ୍ୟ ଗୁରୁତ୍ଵ ଦିଆଯିବା  ସହ ଏନେଇ ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରାଯାଇଛି ।

ସେହିପରି କାଳବୈଶାଖୀରେ ସମ୍ଭାବ୍ୟ ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ତ୍ୱରିତ ସମାଧାନ ଦିଗରେ ଗୁରୁତ୍ବ ଦେଇ କମ୍ପାନି କାଳବୈଶାଖୀ ଜନିତ ଆହ୍ୱାନର ମୁକାବିଲା କରିବା ପାଇଁ ପ୍ରସ୍ତୁତ ଅଛି । ପରିଚାଳନାଗତ ସାମର୍ଥ୍ୟକୁ ବୃଦ୍ଧି କରିବା ସହିତ ଭିଭିଭୂମି ସୁଦୃଢ଼ୀକରଣ ଏବଂ ଅଧିକ ସମ୍ବଳ ନିୟୋଜିତ କରିବା ଦିଗରେ ଟିପିଏନଓଡିଏଲ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି । କାଳବୈଶାଖୀ ସମୟରେ ତୁରନ୍ତ ବିଦ୍ୟୁତ ପୁନଃଯୋଗାଣ କରିବା ସକାଶେ ଆବଶ୍ୟକୀୟ ସରଞ୍ଜାମ ସହ ୭ହଜାରରୁ ଅଧିକ ଗ୍ରାଉଣ୍ଡ ଷ୍ଟାଫ୍ ନିୟୋଜିତ କରାଯାଇଛି ।