କନକ ବ୍ୟୁରୋ: ବିଦ୍ୟୁତ୍ ବିତରଣ ବିଶ୍ୱସନୀୟତା ଏବଂ କେବୁଲ୍ ତ୍ରୁଟି ନିଦାନ ପାଇଁ ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟୋଗ ଟିପି ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏନ୍‌ଓଡିଏଲ୍‌) ପକ୍ଷରୁ ଭ୍ରାମ୍ୟମାଣ ଏଲ୍‌ଟି ଭୂତଳ ବିଦ୍ୟୁତ ତାର ତ୍ରୁଟି ଚିହ୍ନଟ (ଏଫ୍‌ଏଲସି) ବ୍ୟବସ୍ଥା ଆରମ୍ଭ କରାଯାଇଛି । ଏହି ଅତ୍ୟାଧୁନିକ ସମାଧାନ ୧୧ କେଭି ଏବଂ ଏଲଟି ଭୂତଳ ନେଟୱାର୍କଗୁଡିକରେ ଦକ୍ଷ କେବୁଲ ପରୀକ୍ଷଣ ଏବଂ ତ୍ରୁଟି ଚିହ୍ନଟକୁ ସହଜ କରିବା ସହ ଦ୍ରୁତ ତ୍ରୁଟି ସମାଧାନ ଏବଂ ଉନ୍ନତ ସେବା ବିଶ୍ୱସନୀୟତାକୁ ସକ୍ଷମ କରିବ ।

Advertisment

ଅତ୍ୟାଧୁନିକ ତ୍ରୁଟି ଚିହ୍ନଟ ଜ୍ଞାନକୌଶଳରେ ସଜ୍ଜିତ ୩ଟି ଏଲ୍ଟି ଏଫ୍‌ଏଲସି ପରୀକ୍ଷା ଭ୍ୟାନକୁ ବାଲେଶ୍ୱର ଟିପିଏନ୍‌ଓଡିଏଲ୍ କର୍ପୋରେଟ୍ କାର୍ଯ୍ୟାଳୟରେ ଟିପିଏନ୍‌ଓଡିଏଲ୍‌ର ସିଇଓ ଦ୍ୱିଜଦାସ ବସାକ ଉଦଘାଟନ କରିଛନ୍ତି । ବାରିପଦା, ଯାଜପୁର ଓ କେନ୍ଦୁଝର ସର୍କଲରେ ଏହି ଭ୍ୟାନ ମୂତୟନ କରାଯାଇ ଟିପିଏନଓଡିଏଲର କାର୍ଯ୍ୟକ୍ଷେତ୍ରର ପ୍ରମୁଖ ଅଂଚଳକୁ ଅନ୍ତର୍ଭୁକ୍ତ କରାଯିବ ।

ଟିପିଏନଓଡିଏଲ ମୁଖ୍ୟତଃ ଗ୍ରାମାଚଂଳରେ କାର୍ଯ୍ୟ କରୁଛି ଯେଉଁଠାରେ ରେଡିୟଲ ଓଭରହେଡ୍ ନେଟୱାର୍କ ଭୂତଳ କେବୁଲ ମାଧ୍ୟମରେ ରେଳ ଲାଇନ ଏବଂ ଜାତୀୟ ରାଜପଥ ଭଳି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିକୁ ଅତିକ୍ରମ କରିଛି । ଏଲଟି ଏଫଏଲସି ସିଷ୍ଟମ ଭୂତଳ କେବୁଲଗୁଡିକରେ ଦ୍ରୁତ ତ୍ରୁଟି ଚିହ୍ନଟ କରିବା, ବିଭ୍ରାଟ ସମୟକୁ ହ୍ରାସ କରିବା ଏବଂ ସେବା ବିଶ୍ୱସନୀୟତାକୁ ଉନ୍ନତ କରିବାରେ ସକ୍ଷମ କରିବ । ଏହାବ୍ୟତୀତ ଏହା ତୁରନ୍ତ ଏଚଟି ଏବଂ ଏଲଟି ଏରିଏଲ୍ ବଂଚଡ୍ କେବୁଲ (ଏବିସି)ରେ ଅଦୃଶ୍ୟ ତ୍ରୁଟିକୁ ଚିହ୍ନଟ କରିପାରିବ ଯାହା ପରିଚାଳନା ଦକ୍ଷତା ବୃଦ୍ଧି କରିବ । ଏହି ସଦ୍ୟତମ ସୁବିଧା ୨୦୨୨ ଅଗଷ୍ଟରେ କାର୍ଯ୍ୟକ୍ଷମ ହୋଇଥିବା ବର୍ତମାନର ଏଚଟି ଏଫଏଲସି ସିଷ୍ଟମ (ସେଂଟ୍ରିକ୍ସ ୨.୦)କୁ ପୂରଣ କରୁଛି ଯାହାର ପରୀକ୍ଷଣ କ୍ଷମତା ୮୦ କେଭି ପର୍ଯ୍ୟନ୍ତ ରହିଛି ଏବଂ ଏହା ପ୍ରଭାବଶାଳୀ ଭାବରେ କାର୍ଯ୍ୟ ଜାରି ରଖିଛି । ଉଭୟ ସିଷ୍ଟମ ନାମମାତ୍ର ଶୁଳ୍କରେ ଏଚଟି-ଇଏଚଟି ଉପଭୋକ୍ତାଙ୍କୁ ମୂଲ୍ୟ ଯୁକ୍ତ ସେବା ଭାବରେ ଉପଲବ୍ଧ ।

ଏହି ଅବସରରେ ଟିପିଏନଓଡିଏଲର ସିଇଓ ଦ୍ୱିଜଦାସ ବସାକ କହିଛନ୍ତି ଯେ, “ଏହି ଏଲଟି ଏଫଏଲସି ପରୀକ୍ଷା ଭ୍ୟାନର ଶୁଭାରମ୍ଭ ପରିଚାଳନାଗତ ଉତ୍କର୍ଷତା ଏବଂ ଗ୍ରାହକଙ୍କ ସନ୍ତୋଷ ପାଇଁ ପ୍ରଯୁକ୍ତିର ଉପଯୋଗ କରିବା ପାଇଁ ଟିପିଏନଓଡିଏଲର ପ୍ରତିବଦ୍ଧତାର ପ୍ରମାଣ । ଏହି ବ୍ୟବସ୍ଥା ତ୍ରୁଟି ସୁଧାରିବା ସମୟକୁ ଯଥେଷ୍ଟ ହ୍ରାସ କରିବ ଏବଂ ଆମ ନେଟୱାର୍କରେ ଅଧିକ ବିଶ୍ୱସନୀୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବ ।’’ ଏହି ମାଇଲଖୁଣ୍ଟ ଟିପିଏନଓଡିଏଲର ନବସୃଜନ ପ୍ରତି ସମର୍ପଣ ଏବଂ ସମଗ୍ର ଉତର ଓଡ଼ିଶାରେ ବିଦ୍ୟୁତ ବଂଟନ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଜାରି ରହିଥିବା ପ୍ରୟାସ ଉପରେ ଆଲୋକପାତ କରିଛି ।