କନକ ବ୍ୟୁରୋ:  ଟିପିଏନଓଡ଼ିଏଲ ପକ୍ଷରୁ ସ୍ଥାପନ ହେଲା ଉଚ୍ଚ କ୍ଷମତାସମ୍ପନ୍ନ ଟ୍ରାନ୍ସଫର୍ମର । ଉପଭୋକ୍ତାଙ୍କୁ ମିଳିବ ଗୁଣାତ୍ମକ ବିଜୁଳି ସେବା । ଦୂର ହେବ ଲୋ-ଭୋଲ୍ଟେଜ ସମସ୍ୟା । ଜନସାଧାରଣଙ୍କ ପାଇଁ ଲୋ-ଭୋଲ୍ଟେଜ ଏକ ସମସ୍ୟା ହୋଇ ରହି ଆସିଥିବାବେଳେ ସେମାନଙ୍କ ଅଭିଯୋଗ ଥିବାବେଳେ ଏହାର ସ୍ଥାୟୀ ସମାଧାନ କରିଛି ଟାଟା ପାୱାର ଏବଂ ଓଡିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ) ।
ଟିପିଏନଓଡିଏଲ ପକ୍ଷରୁ ଲୋ-ଭୋଲ୍ଟେଜ ସମସ୍ୟା ନେଇ ଅଭିଯୋଗ ଥିବା ଅଞ୍ଚଳଗୁଡ଼ିକରେ ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ଟ୍ରାନ୍ସଫର୍ମର ସ୍ଥାପନ କରାଯାଇଛି । କେନ୍ଦୁଝର ଜିଲ୍ଲା ଝୁମ୍ପୁରା ସେକ୍ସନ ଅନ୍ତର୍ଗତ ଦୁଡକୁଣ୍ଡି ଅଞ୍ଚଳରେ ୨୫ କେଭିଏରୁ ୧୦୦ କେଭିରେ ପରିବର୍ତ୍ତନ କରାଯାଇଥିବା ବେଳେ ଯାଜପୁର ଜିଲ୍ଲା କୁଆଖିଆ ଡିଭିଜନ ଅନ୍ତର୍ଗତ ପାନ୍ତୁରି ଅଞ୍ଚଳର ଥିବା ୧୬ କେଭି ବିଦ୍ୟୁତ ଟ୍ରାନ୍ସଫର୍ମରକୁ ୧୦୦ କେଭିରେ ପରିବର୍ତ୍ତନ କରାଯାଇଛି ଓ  ନେଉଳପୁର ଅଞ୍ଚଳର ୧୦୦କେଭି ବିଦ୍ୟୁତ ଟ୍ରାନ୍ସଫର୍ମରର କ୍ଷମତାକୁ ୨୫୦ କେଭିକୁ ବୃଦ୍ଧି କରାଯାଇଛି ।

Advertisment

ଅନୁରୂପ ଭାବେ ବାରିପଦା ଅନ୍ତର୍ଗତ ରଘୁନାଥପୁରରେ  ୧୦୦ କେଭି ବିଦ୍ୟୁତ ଟ୍ରାନ୍ସଫର୍ମର କ୍ଷମତାକୁ ୨୫୦ କେଭିକୁ ବୃଦ୍ଧି କରାଯାଇଥିବାବେଳେ ଭଦ୍ରକ ସାଉଥ ଡିଭିଜନ ଅନ୍ତର୍ଗତ ଆଖୁଆପଦାରେ  ୧୦୦ କେଭି ବିଦ୍ୟୁତ ଟ୍ରାଂସଫରମର କ୍ଷମତାକୁ ୨୫୦ କେଭିକୁ ବୃଦ୍ଧି କରାଯାଇଛି । ସେହିପରି ରାଇରାଙ୍ଗପୁର ଡିଭିଜନ ଅନ୍ତର୍ଗତ ଉପରବେଢା ଓ କଣ୍ଟାବଣିରେ ଦୁଇଟି ୨୫କେଭି ବିଦ୍ୟୁତ ଟ୍ରାନ୍ସଫର୍ମର କ୍ଷମତାକୁ ୧୦୦ କେଭିକୁ ବୃଦ୍ଧି କରାଯିବା ସହ କେନ୍ଦୁଝର ଜିଲ୍ଲା ଯୋଡ଼ା ଅଞ୍ଚଳର ୧୦୦ କେଭି ବିଦ୍ୟୁତ ଟ୍ରାନ୍ସଫର୍ମରକୁ ପରିବର୍ତ୍ତନ କରି ୨୫୦ କେଭିକୁ ବୃଦ୍ଧି କରାଯାଇଛି । ଏଣିକି ଏହି ଟ୍ରାନ୍ସଫର୍ମରଗୂଡ଼ିକ ଅଧିକ କ୍ଷମତାସମ୍ପର୍ଣ୍ଣ ହେବା ସହ ସ୍ଥାନୀୟ ଅଞ୍ଚଳବାସୀଙ୍କ ଲୋ-ଭୋଲ୍ଟେଜ ସମସ୍ଯା ଦୂର କରିବାରେ ସକ୍ଷମ ହେବ । ଫଳରେ ସ୍ଥାନୀୟ ବାସିନ୍ଦାଙ୍କ ବହୁ ଦିନର  ସମସ୍ୟା ମଧ୍ୟ ଦୂର ହେବ । ଖାଲି ସେତିକି ନୁହଁ, ସୁରକ୍ଷାକୁ ଦୃଷ୍ଟିରେ ରଖି ଟିପିଏନଓଡିଏଲ ପକ୍ଷରୁ  ପୂର୍ବରୁ ଥିବା ପୁରୁଣା ବାଡ଼କୁ ପରିବର୍ତ୍ତନ କରାଯାଇ ନୂତନ ପାଚେରୀ ନିର୍ମାଣ କରାଯାଇଛି । ବିଦ୍ୟୁତ ଉପଭୋକ୍ତାମାନଙ୍କୁ ଗୁଣାତ୍ମକ ସେବା ଯୋଗାଇବା ପାଇଁ ଟିପିଏନଓଡିଏଲ ସର୍ବଦା ପ୍ରୟାସରତ ଥିବାବେଳେ ବିଗତ କିଛି ଦିନ ମଧ୍ୟରେ ଭିତ୍ତିଭୂମିଗୁଡିକରେ ଅନେକ ପରିବର୍ତ୍ତନ କରାଯାଇଛି । ଟିପିଏନଓଡିଏଲ ପକ୍ଷରୁ ଉପଭୋକ୍ତାଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ଗ୍ରହଣ କରାଯାଉଛି ।