ଗ୍ରାମାଞ୍ଚଳରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପାଇଁ ଟିପିଏନଓଡ଼ିଏଲ ସମ୍ମାନୀତ

Advertisment

ଗ୍ରାମାଞ୍ଚଳରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଣ ତଥା ସାମାଜିକ ଦାୟିତ୍ଵବୋଧତା କ୍ଷେତ୍ରରେ ଟିପିଏନଓଡ଼ିଏଲ'ର ଉଲ୍ଲେଖନୀୟ ଯୋଗଦାନ

ଗ୍ରାମାଞ୍ଚଳରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଣ ତଥା ସାମାଜିକ ଦାୟିତ୍ଵବୋଧତା କ୍ଷେତ୍ରରେ ଟିପିଏନଓଡ଼ିଏଲ'ର ଉଲ୍ଲେଖନୀୟ ଯୋଗଦାନ

TPNODL

TPNODL Photograph: (kanakNews)

କନକ ବ୍ୟୁରୋ:  ଗ୍ରାମାଞ୍ଚଳରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଣ ତଥା ସାମାଜିକ ଦାୟିତ୍ଵବୋଧତା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ)କୁ “ବେଷ୍ଟ ହେଲ୍ଥ କେୟାର ଫେସିଲିଟି ଏଟ୍ ଦ ଡୋର ଷ୍ଟେପ ଇନ୍ ରୁରାଲ ଏରିଆ“ ସମ୍ମାନରେ ସମ୍ମାନୀତ କରାଯାଇଛି ।  ଭୁବନେଶ୍ବରରେ ସିଏସଆର ଫୋରମ ପକ୍ଷରୁ ଆୟୋଜିତ ‘ଓଡ଼ିଶା ସିଏସଆର ଏବଂ ଏଚଆର ଲିଡରସିପ ସମ୍ମିଳନୀ-୨୦୨୫’ରେ ଟିପିଏନଓଡ଼ିଏଲକୁ  ପୁରସ୍କୃତ କରାଯାଇଛି । ଓଡିଶା ବିଧାନସଭାର ବାଚସ୍ପତି ସୁରମା ପାଢୀଙ୍କ ଠାରୁ ଟିପିଏନଓଡିଏଲ ବାଣିଜ୍ୟିକ ଓ ସିଏସଆର ପ୍ରମୁଖ ଜୟଦୀପ ରୟ, ସିଏସଆର ମୁଖ୍ୟ ରଞ୍ଜନ ଶର୍ମା, ଦିଲ୍ଲୀପ ସାହୁ, ଦୀପଞ୍ଜନ ଦାସ ଓ ହିମାଂଶୁ ନାୟକ ପ୍ରମୁଖ ଉପସ୍ଥିତ ରହି ଏହି ପୁରସ୍କାର ଗ୍ରହଣ କରିଥିଲେ ।  

ସାମାଜିକ ବିକାଶ ଏବଂ ସଶକ୍ତିକରଣ କ୍ଷେତ୍ରରେ ଏହି ସ୍ୱୀକୃତି ଟିପିଏନଓଡିଏଲର ପ୍ରତିବଦ୍ଧତାକୁ ସୁଦୃଢ଼ କରିବା ସହ  ସମାଜ ଉପରେ ଏକ ସକରାତ୍ମକ ପ୍ରଭାବ ସୃଷ୍ଟି କ୍ଷେତ୍ରରେ କାର୍ଯ୍ୟରତ ଅଧିକାରୀଙ୍କୁ ପ୍ରେରଣା ଦେବ ବୋଲି ବାଣିଜ୍ୟିକ ଓ ସିଏସଆର ପ୍ରମୁଖ ଶ୍ରୀ ରୟ ନିଜ ଅଭିଭାଷଣରେ କହିଥିଲେ । ସୂଚନାଥାଉକି, ନିଜର ଉପଭୋକ୍ତାମାନଙ୍କୁ ଗୁଣାତ୍ମକ ବିଜୁଳି ସେବା ଯୋଗାଇବା ଦିଗରେ ସର୍ବଦା ଗୁରୁତ୍ଵ ଦେବା ସହ ଅଞ୍ଚଳର ସାମାଜିକ ବିକାଶ କ୍ଷେତ୍ରରେ ମଧ୍ୟ ‘ଟିପିଏନଓଡିଏଲ’ ଗୁରୁଦାୟିତ୍ଵ ବହନ କରୁଛି ।

ଟିପିଏନଓଡିଏଲ ପକ୍ଷରୁ ନିଃଶୁଳ୍କ ମୋବାଇଲ ସ୍ୱାସ୍ଥ୍ୟ  ସେବା ନିମିତ୍ତ ଭ୍ରାମ୍ୟମାଣ ଆମ୍ବୁଲାନ୍ସ ବାଲେଶ୍ଵର ଜିଲ୍ଲା ସମେତ ଯାଜପୁର, କେନ୍ଦୁଝର, ଭଦ୍ରକ, ଓ ମୟୂରଭଞ୍ଜ ଜିଲ୍ଲାର ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଆରମ୍ଭ କରାଯାଇଛି । ପ୍ରତ୍ଯେକ ଜିଲ୍ଲା ପାଇଁ ଗୋଟିଏ ଲେଖାଏଁ ମୋଟ ୫ଟି ଭ୍ରାମ୍ୟମାଣ ଆମ୍ବୁଲାନ୍ସ ଉପଲବ୍ଧ କରାଯାଇଥିବା ବେଳେ ଏହି ଆମ୍ବୁଲାନ୍ସ ଉପାନ୍ତ ଓ ଗ୍ରାମାଞ୍ଚଳ ଗସ୍ତ କରି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସ୍ୱାସ୍ଥ୍ୟ ସେବା ଯୋଗାଉଛି । ଆମ୍ବୁଲାନ୍ସଗୁଡିକରେ ଅତ୍ୟାବଶ୍ୟକୀୟ ଚିକିତ୍ସା ଉପକରଣ ଓ ଔଷଧ ସହ ଜଣେ ଲେଖାଏଁ ଡାକ୍ତର, ଫାର୍ମାସିଷ୍ଟ, ଏବଂ ଏଏନଏମ ନିୟୋଜିତ ହୋଇଛନ୍ତି । ମୌଳିକ ଚିକିତ୍ସା ସେବା ସହିତ ଲୋକଙ୍କୁ ସ୍ୱାସ୍ଥ୍ୟ ସମ୍ପର୍କିତ ବିଭିନ୍ନ ସଚେତନ କରିବା ଦିଗରେ ମଧ୍ୟ ଏହି ଆମ୍ବୁଲାନ୍ସ କାର୍ଯ୍ୟରତ ରହିଛି । 
 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe