କନକ ବ୍ୟୁରୋ : ସୁରକ୍ଷା ହେଉଛି ଟିପିଏନଓଡ଼ିଏଲର ମୂଳମନ୍ତ୍ର । କର୍ମଚାରୀଙ୍କ ସହ ଜନସାଧାରଣଙ୍କ ସୁରକ୍ଷାକୁ ଟିପିଏନଓଡ଼ିଏଲ ବିଶେଷ ଗୁରୁତ୍ଵ ଦେଉଛି । ତେବେ ଜନସାଧାରଣଙ୍କ ସଚେତନତା ଅଭାବରୁ ଅଧିକାଂଶ ବୈଦ୍ୟୁତିକ ଦୁର୍ଘଟଣା ଘଟୁଥିବା ସୂଚନା ମିଳିଥିବା ବେଳେ ଏହାକୁ ଗୁରୁତ୍ଵର ସହ ଗ୍ରହଣ କରି ପଦକ୍ଷେପ ଗ୍ରହଣ କରିଛି । ବିଦ୍ୟୁତ ତାର ଓ ଟ୍ରାନ୍ସଫର୍ମର ନିକଟରେ ନିର୍ମାଣ କାର୍ଯ୍ୟ, ହୁକିଂ ଆଦି ପାଇଁ ଅଧିକ ଦୁର୍ଘଟଣା ଘଟୁଥିବା  ଟିପିଏନଓଡିଏଲ ପକ୍ଷରୁ ଏକ ସର୍ଭେକ୍ଷଣ ଦ୍ଵାରା ସୂଚନା ହସ୍ତଗତ ହେବା ପରେ ଏହାକୁ ଭିତ୍ତି କରିବା ସହ ଏ ନେଇ ଅଧିକ ଜନସଚେତନତା ବୃଦ୍ଧି କରିବାକୁ ଗୁରୁତ୍ଵ ଦେଉଛି । ଏଥି ଲାଗି ସ୍ଵତନ୍ତ୍ର କମିଟି ଗଠନ କରାଯାଇଥିବାବେଳେ ସୁରକ୍ଷା ସଚେତନତା ସମ୍ପର୍କିତ ପଦକ୍ଷେପ ଏହି ଟିମ୍ ଗ୍ରହଣ କରିବ । 

Advertisment
2f

ବିଦ୍ୟାଳୟ ସ୍ତରରେ ପିଲାଙ୍କୁ ବୈଦ୍ୟୁତିକ ସୁରକ୍ଷା ସମ୍ପର୍କିତ ସଚେତନ କରିବାକୁ ବ୍ୟାପକ ପଦକ୍ଷେପ ନିଆଯିବାକୁ ଥିବାବେଳେ ପଥପ୍ରାନ୍ତ ନାଟକ ମାଧ୍ୟମରେ ମଧ୍ୟ ସଚେତନତାକୁ ଗୁରୁତ୍ଵ ଦିଆଯିବ । କ୍ଷୁଦ୍ର ନାଟକ, କାନ୍ଥରେ ସଚେତନତା ବାର୍ତ୍ତା ଆଦିକୁ ମଧ୍ୟ ସ୍ଥାନିତ କରାଯିବ । ଏନେଇ ସବିଶେଷ ରଣନୀତି ପ୍ରସ୍ତୁତ ହୋଇଥିବା ଟିପିଏନଓଡ଼ିଏଲ ପକ୍ଷରୁ ସୂଚନା ଦିଆଯାଇଛି । ବୈଦ୍ୟୁତିକ ସୁରକ୍ଷା ନେଇ ସଚେତନତା ବ୍ୟାପକ କରିବା ଓ ଧନଜୀବନ ହାନିକୁ ସମ୍ପୂର୍ଣ୍ଣ ରୋକିବା ଟିପିଏନଓଡ଼ିଏଲର ଲକ୍ଷ୍ୟ ରହିଥିବା ବେଳେ ଏହି ଟିମ୍ ପଦକ୍ଷେପ ଗ୍ରହଣ କରିବ ।

3d

ଅପରପକ୍ଷେ ନିଜ କର୍ମଚାରୀଙ୍କ ସୁରକ୍ଷାକୁ  ଟିପିଏନଓଡ଼ିଏଲ ଗୁରୁତ୍ଵ ଦେଇ ସେମାନଙ୍କୁ ହେଲମେଟ, ହର୍ନେସ, ସୁରକ୍ଷା ଜୋତା, ଗ୍ଲୋବ୍ସ  ଆଦି ସମସ୍ତ ପ୍ରକାରର ସୁରକ୍ଷା ଉପକରଣ ଯୋଗାଇର ବ୍ୟବସ୍ଥା କରିଛି । ସେମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରୁଥିବାବେଳେ ଜନସାଧାରଣଙ୍କୁ ମଧ୍ୟ ଏହାର ତଦାରଖ ଦାୟିତ୍ଵ ଦେଇଛି । ଟିପିଏନଓଡ଼ିଏଲ କର୍ମଚାରୀ ବୈଦ୍ୟୁତିକ କାର୍ଯ୍ୟ କରୁଥିବା ସମୟରେ ଯଦି ସୁରକ୍ଷା ଉପକରଣ ବ୍ୟବହାର ନ କରନ୍ତି ଅସୁରକ୍ଷିତ ଉପାୟରେ କାର୍ଯ୍ୟ ସମ୍ପାଦନ କରୁଥିଲେ ସାଧାରଣ ଲୋକେ ଏହାର ଫଟୋ କିମ୍ବା ଭିଡିଓ ଉତ୍ତୋଳନ କରି ୯୧୨୪୨-୫୪୦୧୧ ନମ୍ବରକୁ ହ୍ଵାଟ୍ସଆପ୍ ଯୋଗେ ପଠାଇ ଏହାର ଅଭିଯୋଗ କରି ପାରିବେ । ଏଥି ଲାଗି ଟିପିଏନଓଡ଼ିଏଲ ପକ୍ଷରୁ ସୂଚନାଦାତାଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥାଏ ।