ଟିପିଏନଓଡିଏଲ ସିଇଓଙ୍କୁ ‘ସିଇଓ ଅଫ ଦି ଇୟର’ ସମ୍ମାନ

Advertisment

ଟିପି ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନଓଡିଏଲ)ର ସିଇଓ ଦ୍ୱିଜଦାସ ବସାକଙ୍କୁ ସମ୍ମାନଜନକ ବିଜନେସ୍ ଲିଡର୍ ଅଫ୍ ଦି ଇୟର ଆୱାର୍ଡସ ସମାରୋହରେ ‘ସିଇଓ ଅଫ୍ ଦି ଇୟର’ ଭାବେ ପୁରସ୍କାର ପ୍ରଦାନ କରାଯାଇଛି ।

ଟିପି ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନଓଡିଏଲ)ର ସିଇଓ ଦ୍ୱିଜଦାସ ବସାକଙ୍କୁ ସମ୍ମାନଜନକ ବିଜନେସ୍ ଲିଡର୍ ଅଫ୍ ଦି ଇୟର ଆୱାର୍ଡସ ସମାରୋହରେ ‘ସିଇଓ ଅଫ୍ ଦି ଇୟର’ ଭାବେ ପୁରସ୍କାର ପ୍ରଦାନ କରାଯାଇଛି ।

tpcodl

tpcodl Photograph: (KanakNews )

ବାଲେଶ୍ୱର: ଟିପି ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନଓଡିଏଲ)ର ସିଇଓ ଦ୍ୱିଜଦାସ ବସାକଙ୍କୁ ସମ୍ମାନଜନକ ବିଜନେସ୍ ଲିଡର୍ ଅଫ୍ ଦି ଇୟର ଆୱାର୍ଡସ ସମାରୋହରେ ‘ସିଇଓ ଅଫ୍ ଦି ଇୟର’ ଭାବେ ପୁରସ୍କାର ପ୍ରଦାନ କରାଯାଇଛି ।  ମୁମ୍ବାଇରେ ଅନୁଷ୍ଠିତ କାର୍ଯ୍ୟକ୍ରମର ୨୩ତମ ବିଶ୍ୱ ସଂସ୍କରଣରେ ଏହି ପୁରସ୍କାର ପ୍ରଦାନ କରାଯାଇଛି ଯାହା ନେତୃତ୍ୱ ଏବଂ ବ୍ୟବସାୟିକ ନବସୃଜନରେ ଉତ୍କର୍ଷତାକୁ ଦର୍ଶାଉଛି ।

ଟିପିଏନଓଡିଏଲକୁ ପରିଚାଳନାଗତ ଉତ୍କର୍ଷତା ଏବଂ ଗ୍ରାହକ-କେନ୍ଦ୍ରୀକ ସମାଧାନ ଦିଗରେ ଆଗେଇ ନେବାରେ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ, ଗୁରୁତ୍ୱପୂର୍ଣ୍ଣ ଅବଦାନ ଏବଂ ନିରନ୍ତର ପ୍ରୟାସ ପାଇଁ ଶ୍ରୀ ବସାକଙ୍କୁ ସମ୍ମାନିତ କରାଯାଇଥିଲା  ।  ତାଙ୍କ ମାର୍ଗଦର୍ଶନରେ ଟିପିଏନଓଡିଏଲ ଶକ୍ତି ବଂଟନ, ବୈଷୟିକ ଉନ୍ନତି ଏବଂ ସ୍ଥାୟୀ ଶକ୍ତି ଅଭ୍ୟାସ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ହାସଲ କରିଛି  ।

ପୁରସ୍କାର ଗ୍ରହଣ କରିବା ପରେ ଶ୍ରୀ ବସାକ କୃତଜ୍ଞତା ଜ୍ଞାପନ କରିବା ସହ ସମଗ୍ର ଟିପିଏନଓଡିଏଲ ଟିମକୁ ଏହି ସଫଳତାକୁ ସମର୍ପିତ କରିଥିଲେ । ନିଜ ଅଭିଭାଷଣରେ ସେ କହିଛନ୍ତି ଯେ, ‘  ଏହି ପୁରସ୍କାର କେବଳ ଏକ ବ୍ୟକ୍ତିଗତ ଉପଲବ୍ଧି ନୁହେଁ ବରଂ  ଟିପିଏନଓଡିଏଲରେ ମୋର ସମଗ୍ର ଟିମର ସାମୂହିକ ପ୍ରୟାସର ସ୍ୱୀକୃତି  । ସେମାନଙ୍କର କଠିନ ପରିଶ୍ରମ, ନିଷ୍ଠା ଏବଂ ଉତ୍କର୍ଷତା ପ୍ରତି ପ୍ରତିବଦ୍ଧତା ଆମର ସଫଳତାରେ ସହାୟକ ହୋଇଛି   ।   ଏଭଳି ପ୍ରତିଭା ସମ୍ପନ୍ନ ଏବଂ ଉତ୍ସାହୀ ଗୋଷ୍ଠୀର ନେତୃତ୍ୱ ନେଇ ମୁଁ ପ୍ରକୃତରେ ଗର୍ବିତ ।’’
ବିଜନେସ ଲିଡର ଅଫ୍ ଦି ଇୟର ଆୱାର୍ଡ ହେଉଛି ଏକ  ବିଶ୍ୱସ୍ତରୀୟ ସ୍ୱୀକୃତିପ୍ରାପ୍ତ ପ୍ଲାଟଫର୍ମ ଯାହା ବିଭିନ୍ନ ଶିଳ୍ପରେ ଉତ୍କୃଷ୍ଟ ନେତୃତ୍ୱଙ୍କୁ ସମ୍ମାନିତ କରୁଛି  । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଅଧିକାରୀ, ଉଦ୍ୟୋଗୀ ଏବଂ ଶିଳ୍ପ କ୍ଷେତ୍ରର ଅଗ୍ରଣୀମାନଙ୍କୁ ଏକାତ୍ରୀତ କରାଯାଇ ବ୍ୟବସାୟର ଉତ୍କର୍ଷତା ଏବଂ ଅଭିନବତାକୁ ପାଳନ କରାଯାଇଥିଲା  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe