ବାଲେଶ୍ୱର: ଟିପି ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନଓଡିଏଲ)ର ସିଇଓ ଦ୍ୱିଜଦାସ ବସାକଙ୍କୁ ସମ୍ମାନଜନକ ବିଜନେସ୍ ଲିଡର୍ ଅଫ୍ ଦି ଇୟର ଆୱାର୍ଡସ ସମାରୋହରେ ‘ସିଇଓ ଅଫ୍ ଦି ଇୟର’ ଭାବେ ପୁରସ୍କାର ପ୍ରଦାନ କରାଯାଇଛି । ମୁମ୍ବାଇରେ ଅନୁଷ୍ଠିତ କାର୍ଯ୍ୟକ୍ରମର ୨୩ତମ ବିଶ୍ୱ ସଂସ୍କରଣରେ ଏହି ପୁରସ୍କାର ପ୍ରଦାନ କରାଯାଇଛି ଯାହା ନେତୃତ୍ୱ ଏବଂ ବ୍ୟବସାୟିକ ନବସୃଜନରେ ଉତ୍କର୍ଷତାକୁ ଦର୍ଶାଉଛି ।
ଟିପିଏନଓଡିଏଲକୁ ପରିଚାଳନାଗତ ଉତ୍କର୍ଷତା ଏବଂ ଗ୍ରାହକ-କେନ୍ଦ୍ରୀକ ସମାଧାନ ଦିଗରେ ଆଗେଇ ନେବାରେ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ, ଗୁରୁତ୍ୱପୂର୍ଣ୍ଣ ଅବଦାନ ଏବଂ ନିରନ୍ତର ପ୍ରୟାସ ପାଇଁ ଶ୍ରୀ ବସାକଙ୍କୁ ସମ୍ମାନିତ କରାଯାଇଥିଲା । ତାଙ୍କ ମାର୍ଗଦର୍ଶନରେ ଟିପିଏନଓଡିଏଲ ଶକ୍ତି ବଂଟନ, ବୈଷୟିକ ଉନ୍ନତି ଏବଂ ସ୍ଥାୟୀ ଶକ୍ତି ଅଭ୍ୟାସ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ହାସଲ କରିଛି ।
ପୁରସ୍କାର ଗ୍ରହଣ କରିବା ପରେ ଶ୍ରୀ ବସାକ କୃତଜ୍ଞତା ଜ୍ଞାପନ କରିବା ସହ ସମଗ୍ର ଟିପିଏନଓଡିଏଲ ଟିମକୁ ଏହି ସଫଳତାକୁ ସମର୍ପିତ କରିଥିଲେ । ନିଜ ଅଭିଭାଷଣରେ ସେ କହିଛନ୍ତି ଯେ, ‘ ଏହି ପୁରସ୍କାର କେବଳ ଏକ ବ୍ୟକ୍ତିଗତ ଉପଲବ୍ଧି ନୁହେଁ ବରଂ ଟିପିଏନଓଡିଏଲରେ ମୋର ସମଗ୍ର ଟିମର ସାମୂହିକ ପ୍ରୟାସର ସ୍ୱୀକୃତି । ସେମାନଙ୍କର କଠିନ ପରିଶ୍ରମ, ନିଷ୍ଠା ଏବଂ ଉତ୍କର୍ଷତା ପ୍ରତି ପ୍ରତିବଦ୍ଧତା ଆମର ସଫଳତାରେ ସହାୟକ ହୋଇଛି । ଏଭଳି ପ୍ରତିଭା ସମ୍ପନ୍ନ ଏବଂ ଉତ୍ସାହୀ ଗୋଷ୍ଠୀର ନେତୃତ୍ୱ ନେଇ ମୁଁ ପ୍ରକୃତରେ ଗର୍ବିତ ।’’
ବିଜନେସ ଲିଡର ଅଫ୍ ଦି ଇୟର ଆୱାର୍ଡ ହେଉଛି ଏକ ବିଶ୍ୱସ୍ତରୀୟ ସ୍ୱୀକୃତିପ୍ରାପ୍ତ ପ୍ଲାଟଫର୍ମ ଯାହା ବିଭିନ୍ନ ଶିଳ୍ପରେ ଉତ୍କୃଷ୍ଟ ନେତୃତ୍ୱଙ୍କୁ ସମ୍ମାନିତ କରୁଛି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଅଧିକାରୀ, ଉଦ୍ୟୋଗୀ ଏବଂ ଶିଳ୍ପ କ୍ଷେତ୍ରର ଅଗ୍ରଣୀମାନଙ୍କୁ ଏକାତ୍ରୀତ କରାଯାଇ ବ୍ୟବସାୟର ଉତ୍କର୍ଷତା ଏବଂ ଅଭିନବତାକୁ ପାଳନ କରାଯାଇଥିଲା ।