କନକ ବ୍ୟୁରୋ : ଟିପିଏନଓଡ଼ିଏଲ ପକ୍ଷରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଛି । ଟିପିଏନଓଡ଼ିଏଲ କର୍ପୋରେଟ୍ କାର୍ଯ୍ୟାଳୟରେ ଇଞ୍ଜିନିୟର-ଇନ-ଚିଫ୍ ଶରତ ଚନ୍ଦ୍ର ମହାଳିକଙ୍କ ତତ୍ବାବଧାନରେ ଯୋଗ ଦିବସ ପାଳିତ ହୋଇଥିବାବେଳେ ସେ ଯୋଗ ଓ ପ୍ରାଣାୟମର ଉପାଦେୟତା ସମ୍ପର୍କରେ ଆଲୋକପାତ କରିବା ସହ ବିଭିନ୍ନ ଯୋଗାସାନ କର୍ମଚାରୀଙ୍କୁ ଶିଖାଇ ଥିଲେ । ସେ ଦର୍ଶାଇଥିଲେ ଯେ, ଶରୀର ଓ ମନର ଶାନ୍ତି ପାଇଁ ଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯୋଗ କରିବା ଶରୀରକୁ ସୁସ୍ଥ ରଖେ । ଯୋଗ ମଧ୍ୟ ମାନବ ଜୀବନ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ । ଦୈନିକ ଯୋଗ କରିବା ଦ୍ୱାରା ଶାରୀରିକ ଏବଂ ମାନସିକ ରୋଗ ଦୂରରେ ରହିଥାଏ ଓ ଜୀବନଶୈଳୀରେ ଉପୁଜୁଥିବା ସମସ୍ୟାକୁ ଯୋଗ ସହିତ ଦୂର କରାଯାଇପାରିବ । ଯୋଗ କରିବା ଦ୍ୱାରା ଶରୀର ଶକ୍ତିଶାଳୀ ହୁଏ । ଯୋଗ ଶାରୀରିକ ଏବଂ ମାନସିକ ଶକ୍ତି ବୃଦ୍ଧି କରେ । ଯୋଗ କରୁଥିବା ଲୋକମାନେ ଫିଟ୍ ହେବା ସହିତ ରୋଗ ପ୍ରତିରୋଧକ ଶକ୍ତି ଦୃଷ୍ଟିରୁ ଅନ୍ୟ ଲୋକଙ୍କ ଅପେକ୍ଷା ଭଲ । ଏହାକୁ ଦୃଷ୍ଟିରେ ରଖି ଅନ୍ୟ ଲୋକମାନେ ମଧ୍ୟ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ଆବଶ୍ୟକ ବୋଲି ସେ କହିଥିଲେ । ସେହିପରି ବାଲେଶ୍ଵର, ଭଦ୍ରକ, ବାରିପଦା, କେନ୍ଦୁଝର ଓ ଯାଜପୁରର ସର୍କଲ ସମେତ ଅନ୍ୟ ଡିଭିଜନ ଓ ସେକ୍ସନ କାର୍ଯ୍ୟାଳୟ ସ୍ତରରେ କର୍ମଚାରୀମାନେ ଏକତ୍ରିତ ହୋଇ ସୁସ୍ଥ ଓ ନିରାମୟ ଜୀବନଶୈଳୀ ପାଇଁ ଯୋଗ କରିଥିଲେ ।
ଟିପିଏନଓଡିଏଲ ପକ୍ଷରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ, ଯୋଗଦେଲେ କାର୍ଯ୍ୟାଳୟର ଇଞ୍ଜିନିୟର ଇନ୍ ଚିଫ୍
ସେ ଦର୍ଶାଇଥିଲେ ଯେ, ଶରୀର ଓ ମନର ଶାନ୍ତି ପାଇଁ ଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯୋଗ କରିବା ଶରୀରକୁ ସୁସ୍ଥ ରଖେ । ଯୋଗ ମଧ୍ୟ ମାନବ ଜୀବନ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ । ଦୈନିକ ଯୋଗ କରିବା ଦ୍ୱାରା ଶାରୀରିକ ଏବଂ ମାନସିକ ରୋଗ ଦୂରରେ ରହିଥାଏ ଓ ଜୀବନଶୈଳୀରେ ଉପୁଜୁଥିବା ସମସ୍ୟାକୁ ଯୋଗ ସହିତ ଦୂର କରାଯାଇପାରିବ ।
/kanak/media/media_files/2025/06/21/sdfdssdsds-2025-06-21-20-00-02.jpg)