ପାର୍ବଣରେ ବୈଦୁତିକ ସତର୍କତା ଅବଲମ୍ବନ ପାଇଁ ଟିପିଏନଓଡିଏଲର ପରାମର୍ଶ

Advertisment

ସର୍ବଦା ସୁରକ୍ଷାକୁ ଅଗ୍ରାଧିକାର ଦେଉଥିବା ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ) ପାର୍ବଣଋତୁ ଅବସରରେ ବିଦ୍ୟୁତ ସମ୍ପର୍କିତ ସତର୍କତାକୁ ବିଶେଷ ଧ୍ୟାନ ଦେବା ପାଇଁ  ସମସ୍ତ ବିଦ୍ୟୁତ ଉପଭୋକ୍ତାମାନଙ୍କୁ ପରାମର୍ଶ ଦେଇଛି ।

ସର୍ବଦା ସୁରକ୍ଷାକୁ ଅଗ୍ରାଧିକାର ଦେଉଥିବା ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ) ପାର୍ବଣଋତୁ ଅବସରରେ ବିଦ୍ୟୁତ ସମ୍ପର୍କିତ ସତର୍କତାକୁ ବିଶେଷ ଧ୍ୟାନ ଦେବା ପାଇଁ  ସମସ୍ତ ବିଦ୍ୟୁତ ଉପଭୋକ୍ତାମାନଙ୍କୁ ପରାମର୍ଶ ଦେଇଛି ।

LLLL

କନକ ବ୍ୟୁରୋ: ସର୍ବଦା ସୁରକ୍ଷାକୁ ଅଗ୍ରାଧିକାର ଦେଉଥିବା ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ) ପାର୍ବଣଋତୁ ଅବସରରେ ବିଦ୍ୟୁତ ସମ୍ପର୍କିତ ସତର୍କତାକୁ ବିଶେଷ ଧ୍ୟାନ ଦେବା ପାଇଁ  ସମସ୍ତ ବିଦ୍ୟୁତ ଉପଭୋକ୍ତାମାନଙ୍କୁ ପରାମର୍ଶ ଦେଇଛି । ପବିତ୍ର ଦୁର୍ଗା ପୂଜା ଓ କାଳୀ ପୂଜା ଅବସରରେ ନିର୍ମାଣ କରାଯାଉଥିବା ମଣ୍ଡପ ତଥା ଅସ୍ଥାୟୀ ଟେଣ୍ଟଗୁଡ଼ିକୁ ବିଦ୍ୟୁତ ଖୁଣ୍ଟ, ତାର ଅବା ଟ୍ରାନ୍ସଫର୍ମରଗୁଡିକଠାରୁ ସୁରକ୍ଷିତ ଦୂରତାରେ ନିର୍ମାଣ ଏବଂ ଉପରେ ଝୁଲୁଥିବା ବିଦ୍ୟୁତ ତାର ପ୍ରତି ବିଶେଷ ଧ୍ୟାନ ଦେବା ପାଇଁ  ଅବଗତ କରାଯାଇଛି ।

ସାଜସଜ୍ଜା ସମୟରେ କୌଣସି ବିଦ୍ୟୁତ ତାର ଅବା ଉପକରଣଗୁଡ଼ିକଠାରୁ ଦୂରତା ପ୍ରତି ଧ୍ୟାନ ଦେବା ତଥା ପୂଜା ପେଣ୍ଡାଲରେ ବିଦ୍ୟୁତ ସଂଯୋଗ କରିବା ପାଇଁ ନିକଟସ୍ଥ ବିଦ୍ୟୁତ ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଅବଗତ କରିବାକୁ ଟିପିଏନଓଡିଏଲ ପକ୍ଷରୁ ମଧ୍ୟ ପରାମର୍ଶ ଦିଆଯାଇଛି । ସେହିପରି ଭସାଣ ଓ କାଳୀ ପୂଜା ଅବସରରେ ବାଣ ଫୁଟାଇବା ସମୟରେ ବିଦ୍ୟୁତ ଖୁଣ୍ଟ ଅବା ତାରଗୁଡିକ ଠାରୁ ଯଥେଷ୍ଟ ଦୂରତା ଅବଲମ୍ବନ ଏବଂ ବିଦ୍ୟୁତ ଟ୍ରାନ୍ସଫର୍ମର ଗୁଡିକ ନିକଟରେ ଆଦୌ ବାଣ ନ ଫୁଟାଇବାକୁ କୁହାଯାଇଛି । ଘର ସାଜସଜ୍ଜାରେ ଛିଣ୍ଡା କିମ୍ବା ପୁରୁଣା ତାରକୁ ବ୍ୟବହାର ନ କରିବାକୁ ଦର୍ଶାଯାଇଥିବା ବେଳେ ପାର୍ବଣ ଋତୁରେ ପର୍ବ ଗୁଡ଼ିକୁ ହର୍ଷଉଲ୍ଲାସର ସହ ପାଳନ ସହିତ ସତର୍କତା ପ୍ରତି ସର୍ବଦା ଯତ୍ନବାନ ହେବାକୁ ଟିପିଏନଓଡିଏଲ ପକ୍ଷରୁ ସମସ୍ତ ବିଦ୍ୟୁତ ଉପଭୋକ୍ତାମାନଙ୍କୁ ପରାମର୍ଶ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe