Indonesia Photograph: (Google)
କନକ ବ୍ୟୁରୋ: ଇଣ୍ଡୋନେସିଆର ସୁମେରୁ ଆଗ୍ନେୟଗିରିରୁ ଲାଭା, ପାଉଁଶ ଓ ଗ୍ୟାସ୍ ଉଦଗୀକରଣ ଆରମ୍ଭ ହୋଇଛି । ପ୍ରାୟ ୫ କିଲୋମିଟରରୁ ଅଧିକ ଉଚ୍ଚ ପର୍ଯ୍ୟନ୍ତ ଆକାଶରେ ବ୍ୟାପି ଯାଇଛି ଉତ୍ତପ୍ତ ପାଉଁଶ । ଉତ୍ତପ୍ତ ଲାଭା ପ୍ରବାହ ଯୋଗୁ ବହୁ ଅଞ୍ଚଳ ପ୍ରଭାବିତ ହୋଇଛି । ଆକାଶରେ ପାଉଁଶ ବ୍ୟାପି ଯିବାରୁ ଅଞ୍ଚଳ ଏକ ପ୍ରକାର ଅନ୍ଧକାର ହୋଇଯାଇଛି। ପୂର୍ବ ଜାଭା ପ୍ରଦେଶର ସୁମେରୁ ଆଗ୍ନେୟଗିରିରୁ ଉଦଗୀରଣ ପୂର୍ବରୁ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା । ଏ ଦୃଶ୍ୟ ବେଶ୍ ଭୟଙ୍କର । ପରେ ପରେ ଲାଭା, ପାଉଁଶ ଓ ଗ୍ୟାସ୍ ଉଦଗୀରଣ ଆରମ୍ଭ ହୋଇଛି। ଏନେଇ ସତର୍କତା ଜାରି କରିଛି ଇଣ୍ଡୋନେସିଆର ଭୂ-ବିଜ୍ଞାନ ଏଜେନ୍ସି ।
ଶହଶହ ଲୋକ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଇଛନ୍ତି। ଆଖପାଖ ଗାଁଗୁଡ଼ିକୁ ଖାଲି କରାଯାଇଛି । ଫସି ଯାଇଥିବା ୧୭୦ ଜଣ ପର୍ବତାରୋହୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏ ପର୍ଯ୍ୟନ୍ତ କାହାର ମୃତ୍ୟୁ ନେଇ ଖବର ଆସିନାହିଁ। କିନ୍ତୁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଧନ ଜୀବନ ହାନି ଆଶଙ୍କାରେ କର୍ତ୍ତୃପକ୍ଷ ସତର୍କ ଅଛନ୍ତି । ସୁମେରୁ ହେଉଛି ଇଣ୍ଡୋନେସିଆର ଏକ ସକ୍ରିୟ ଆଗ୍ନେୟଗିରି । ପୂର୍ବରୁ ମଧ୍ୟରୁ ବହୁବାର ଅଗ୍ନି ଉଦଗୀରଣ ହୋଇଥିଲେ । କିନ୍ତୁ ଏଥର ଉଦଗୀରଣ ସବୁଠାରୁ ଭୟଙ୍କର ବୋଲି କୁହାଯାଉଛି ।
Follow Us