କନକ ବ୍ୟୁରୋ: ଖଣ୍ଡାଳବନ୍ଧ ଗାଁଠାରୁ ପ୍ରାୟ ୨ କିଲୋମିଟର ଦୂରରେ ୨ଟି ମୋବାଇଲ ଟାଓ୍ବାର ଥାଇ ବି ରେଞ୍ଜ ପାଉନି । ମୋବାଇଲ୍ରେ ନେଟୱର୍କ ଆସୁନି । ଫଳରେ ଶିକ୍ଷା, ସ୍ବାସ୍ଥ୍ୟ ପରି ମୌଳିକ ସୁବିଧାରୁ ବଞ୍ଚିତ ଗାଁ ଲୋକେ । ଆମ୍ବୁଲାନ୍ସ ସହ ଯୋଗାଯୋଗ ହୋଇପାରେନି । ବିଭିନ୍ନ ନିଯୁକ୍ତି ସମ୍ପର୍କରେ ଜାଣିପାରନ୍ତି ନାହିଁ କି ଅନଲାଇନ୍ ଆବେଦନ କରିପାରୁନାହାନ୍ତି ଯୁବଗୋଷ୍ଠୀ । ଏନେଇ ପ୍ରାଶାସନିକ ଅଧିକାରୀ ଓ ସ୍ଥାନୀୟ ଜନପ୍ରତିନିଧିଙ୍କୁ ଅବଗତ କରାଇଛନ୍ତି । ନେତାମାନେ ଭୋଟ ବେଳେ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ଆଉ ଭୋଟ ପରେ ନେଟୱର୍କ କଥାକୁ ଭୁଲି ଯାଇଛନ୍ତି । କେବଳ ଖଣ୍ଡାଳବନ୍ଧ ଗାଁ ନୁହେଁ, ରାଜ୍ୟର ଅନେକ ଗାଁରେ ଡିଜିଟାଲ ସେବା ଠପ୍ ।
୨୬୦୩ ଗାଁରେ ଅପହଞ୍ଚ ନେଟ୍ୱର୍କ
କନ୍ଧମାଳର ଅଧିକାଂଶ ଗାଁରେ ନେଟ୍ୱର୍କ ଶୂନ
୩୭୫ ଗାଁକୁ ଆସୁନି ନେଟ୍ୱର୍କ
ଦେବଗଡ଼, ରାୟଗଡ଼ା, ଗଜପତିର କିଛି ଗାଁରେ ସମାନ ସ୍ଥିତି
କୋରାପୁଟ ଓ ମାଲକାନଗିରିର ଉପାନ୍ତ ଗାଁକୁ ଛୁଇଁନି ନେଟୱର୍କ
ଡିଜିଟାଲ ସେବାକୁ ପ୍ରାଧାନ୍ୟ ଦେଉଥିବା ସରକାର ପ୍ରଥମେ ଭିତ୍ତିଭୂମି ସୁଦୃଢ କରନ୍ତୁ । ସବୁ ଗାଁକୁ ନେଟ୍ୱର୍କ ପହଞ୍ଚାଇବାର ବ୍ୟବସ୍ଥା କରାନ୍ତୁ । ନଚେତ୍ ଡିଜିଟାଲ୍ ଇଣ୍ଡିଆର ନାରା କେବଳ ଘୋଷଣାରେ ସୀମିତ ହୋଇ ରହିଯିବ ।