ସମୁଦ୍ର ମଝିରେ ବିପଦରେ ପଡ଼ିଲେ ପର୍ଯ୍ୟଟକ: ପୁଲିସର ତତ୍ପରତାରୁ ରକ୍ଷା ପାଇଲେ ୨୩ ଜଣ

Advertisment

ସମୁଦ୍ର ମଧ୍ୟରେ ଫସିଲେ ପର୍ଯ୍ୟଟକ । ଦୀଘା ଜଗନ୍ନାଥ ମନ୍ଦିର ଦର୍ଶନ ପାଇଁ ଯାଉଥିବା ସମୟରେ ସମୁଦ୍ର ମଧ୍ୟରେ ଭୟାବହ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ୨୩ ପର୍ଯ୍ୟଟକ।

ସମୁଦ୍ର ମଧ୍ୟରେ ଫସିଲେ ପର୍ଯ୍ୟଟକ । ଦୀଘା ଜଗନ୍ନାଥ ମନ୍ଦିର ଦର୍ଶନ ପାଇଁ ଯାଉଥିବା ସମୟରେ ସମୁଦ୍ର ମଧ୍ୟରେ ଭୟାବହ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ୨୩ ପର୍ଯ୍ୟଟକ।

police

police Photograph: (kanak news)

କନକ ବ୍ୟୁରୋ: ସମୁଦ୍ର ମଧ୍ୟରେ ଫସିଲେ ପର୍ଯ୍ୟଟକ । ଦୀଘା ଜଗନ୍ନାଥ ମନ୍ଦିର ଦର୍ଶନ ପାଇଁ ଯାଉଥିବା ସମୟରେ ସମୁଦ୍ର ମଧ୍ୟରେ ଭୟାବହ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ୨୩ ପର୍ଯ୍ୟଟକ। ଶନିବାର ରାତିରେ ପାଥରପ୍ରତିମା, ଦକ୍ଷିଣ ୨୪ ପ୍ରଗଣା ଠାରୁ ବୋଟରେ  ଜଗନ୍ନାଥ ମନ୍ଦିରକୁ ଯାଉଥିବା ବେଳେ ହଠାତ୍ ସମୁଦ୍ର ମଧ୍ୟରେ ଇଞ୍ଜିନ ଖରାପ ହୋଇଯାଇଥିଲା। ସେତେବେଳେ ଦୀଘା ମୋହନାଠାରୁ ପ୍ରାୟ ୩୦ ମିନିଟ ଦୂରରେ ଥିବା ସମୟରେ ବୋଟଟି ଅଚଳ ହୋଇପଡ଼ିଥିଲା।

ଆହୁରି ପଢ଼ନ୍ତୁ : ବିଏମସି ନିର୍ବାଚନକୁ ନେଇ ସିଟ୍ ବୁଝାମଣା : ୨୦ ସିଟରେ ଅଙ୍କ ଛିଣ୍ଡୁନି, ଫଡନଭିସ୍-ସିନ୍ଧେ ନେବେ ଶେଷ ନିଷ୍ପତ୍ତି

ତୁଫାନୀ ସମୁଦ୍ରରେ ଲଞ୍ଚ ଭାସିବାକୁ ଲାଗିବାରୁ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଯାତ୍ରୀମାନେ ତୁରନ୍ତ ପୂର୍ବ ମେଦିନୀପୁର ଜିଲ୍ଲା ପୁଲିସର ‘ହେଲ୍ପଲାଇନ୍’ ନମ୍ବରକୁ ଫୋନ୍ କରି ସାହାଯ୍ୟ ମାଗିଥିଲେ। ଖବର ପାଇବା ପରେ ଦୀଘା ମୋହନା କୋଷ୍ଟାଲ ପୁଲିସ ତୁରନ୍ତ ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲା। ପୁଲିସ ସଙ୍ଗେ ସଙ୍ଗେ ସେଠାରେ ପହଞ୍ଚି ସମସ୍ତ ୨୩ ଜଣ ପର୍ଯ୍ୟଟକ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା। ଫଳରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe