କନକ ବ୍ୟୁରୋ: ଗୋପାଳପୁର ଘଟଣା ପରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ପେଣ୍ଠ ବେଳାଭୂମିର ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି । ପେଣ୍ଠ ବେଳାଭୂମି ଦେଶ-ବିଦେଶର ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ପ୍ରତିଦିନ ହଜାର ହାଜର ପର୍ଯ୍ୟଟକ ଭିଡ଼ ଜମାଉଛନ୍ତି । ପୂର୍ବରୁ ପେଣ୍ଠ ବେଳାଭୂମିରେ ଅସଦାଚରଣ, ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର ଭଳି ଘଟଣା ସାମ୍ନାକୁ ଆସିଛି । ଅସାମାଜିକ ଯୁବକ ଆଡ୍ଡାସ୍ଥଳୀ ପାଲଟୁଥିବା ବେଳେ ପର୍ଯ୍ୟଟକଙ୍କ ପାଇଁ କୌଣସି ସୁରକ୍ଷା ବ୍ୟବସ୍ଥା ନାହିଁ । ଏହି ବେଳାଭୂମି ପର୍ଯ୍ୟଟକଙ୍କ ପାଇଁ କେତେ ସୁରକ୍ଷିତ ତାହାକୁ ନେଇ ପ୍ରଶ୍ନ ଉଠିଛି । 

Advertisment

ରାଜନଗର ବ୍ଲକ ଭିତରକନିକା ପରେ ପେଣ୍ଠ ବେଳାଭୂମିର ମନୋରମ ପରିବେଶ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ । ସୁନେଲି ସୂର୍ଯ୍ୟୋଦୟରୁ ରକ୍ତିମ ସୂର୍ଯ୍ୟାସ୍ତ ଯାଏଁ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହୁଛି । ପେଣ୍ଠର ନିର୍ଜନ ବେଳାଭୂମିରେ ସମୁଦ୍ର ସ୍ନାନ ସାଙ୍ଗକୁ ବଣଭୋଜି ଆସର ଜମେ । ଏଠାରେ ଥିବା ଝାଉଁ ଜଙ୍ଗଲ, ଡଲଫିନଙ୍କ ଜଳକ୍ରୀଡା, ରଙ୍ଗବେରଙ୍ଗର ପକ୍ଷୀଙ୍କ କାକଳି ପର୍ଯ୍ୟଟକଙ୍କୁ ଆନନ୍ଦ ଦେଇଥାଏ । ହେଲେ ପ୍ରଶାସନ ପକ୍ଷରୁ କୌଣସି ସୁରକ୍ଷା ବ୍ୟବସ୍ଥା ନାହିଁ । ଗୋପାଳପୁର ବେଳାଭୂମିର ଘଟଣା ପରେ ପେଣ୍ଠକୁ ଆସୁଥିବା ପର୍ଯ୍ୟଟକ ସୁରକ୍ଷିତ ମଣୁନାହାନ୍ତି ।