ମନ ମୋହୁଛି ଶାନ୍ତି ଝର ; ପ୍ରାକୃତିକ ପରିବେଶକୁ ଉପଭୋଗ କରୁଛନ୍ତି ପର୍ଯ୍ୟଟକ

Advertisment

ଝରଣାର କୁଳୁକୁଳୁ ନାଦ,ସୁଉଚ ପାହାଡ ଉପରେ ଥିବା ହନୁମାନ ବାଟିକା । ଶାନ୍ତିଝରର ଏହି ଦୃଶ୍ୟ ଦେଖିବା ପାଇଁ ଜମୁଛି ଲୋକଙ୍କ ଭିଡ । ଶାନ୍ତ ସବୁଜ ପରିବେଶ ପର୍ଯ୍ୟଟକମାନଙ୍କୁ ଶାନ୍ତି ପ୍ରଦାନ କରୁଛି । 

ଝରଣାର କୁଳୁକୁଳୁ ନାଦ,ସୁଉଚ ପାହାଡ ଉପରେ ଥିବା ହନୁମାନ ବାଟିକା । ଶାନ୍ତିଝରର ଏହି ଦୃଶ୍ୟ ଦେଖିବା ପାଇଁ ଜମୁଛି ଲୋକଙ୍କ ଭିଡ । ଶାନ୍ତ ସବୁଜ ପରିବେଶ ପର୍ଯ୍ୟଟକମାନଙ୍କୁ ଶାନ୍ତି ପ୍ରଦାନ କରୁଛି । 

51େେ

Photograph: (kanaknews)

କନକ ବ୍ୟୁରୋ : ଝରଣାର କୁଳୁକୁଳୁ ନାଦ,ସୁଉଚ ପାହାଡ ଉପରେ ଥିବା ହନୁମାନ ବାଟିକା । ଶାନ୍ତିଝରର ଏହି ଦୃଶ୍ୟ ଦେଖିବା ପାଇଁ ଜମୁଛି ଲୋକଙ୍କ ଭିଡ । ଶାନ୍ତ ସବୁଜ ପରିବେଶ ପର୍ଯ୍ୟଟକମାନଙ୍କୁ ଶାନ୍ତି ପ୍ରଦାନ କରୁଛି । 

ଶାନ୍ତିଝର..ପ୍ରାକୃତିକ ଶୋଭାରାଜି ଭରା ସ୍ଥାନଟିଏ । ଝରଣାର କୁଳୁକୁଳୁ ନାଦ, ହନୁମାନ ବାଟିକା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । ଗଂଜାମ ଧରାକୋଟରେ ରହିଛି ଏହି ପର୍ଯ୍ୟଟନସ୍ଥଳି । ଶୀତ ଦିନେ ଏଠାକୁ ଜିଲ୍ଲା ସମେତ ଜିଲ୍ଲା ବାହାରୁ ମଧ୍ୟ ପର୍ଯ୍ୟଟକ ଆସିଥାନ୍ତି । ପାହାଡ଼ ଉପରୁ ବହି ଆସିଥିବା ଝରଣାରେ ଗାଧୋଇ ମଜା ଟିକେ ନିଆରା ।

ଏଠାରେ ଛୋଟଛୋଟ ପିଲାଙ୍କ ପାଇଁ ଶିଶୁ ଉଦ୍ୟାନ ରହିଛି। ହିଲ୍ ପଏଣ୍ଟରେ ଥିବା ସେଲଫି ପଏଂଟରେ ଯୁବପିଢ଼ିଙ୍କ ଭିଡ଼ ଜମୁଛି। ହେଲେ ବିକାଶ ଠାରୁ ବହୁ ଦୂରରେ ଏହି ସୁନ୍ଦର ସ୍ଥାନଟି। ଶାନ୍ତିଝରକୁ ଭଲ ରାସ୍ତାଟିଏ ନାହିଁ। ପାନୀୟ ଜଳ, ଆଲୋକୀକରଣ ଏବଂ ରହଣୀ ସୁବିଧା ନଥିବାରୁ ଅସୁବିଧା ଭୋଗିଥାନ୍ତି ପର୍ୟ୍ୟଟକ। ତେଣୁ ଏଥିପ୍ରତି ପର୍ଯ୍ୟଟନ ବିଭାଗ ଦୃଷ୍ଟି ଦେବାକୁ ଦାବି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe