କନକ ବ୍ୟୁରୋ: ସିକିମରେ ତିସ୍ତା ନଦୀ ଉପରୁ ଖସି ପଡ଼ିଲା ଟୁରିଷ୍ଟ ବସ୍‌ । ବସ୍‌ରେ କିଛି ଓଡ଼ିଶାର ପର୍ଯ୍ୟଟକ ମଧ୍ୟ ରହିଥିବା ନେଇ ସୂଚନା ମିଳିଛି । ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବସ୍‌ ଦୁର୍ଘଟଣା ବାବଦରେ ସିକିମ ସରକାରଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଦୁର୍ଘଟଣାର ଶିକାର ପର୍ଯ୍ୟଟକଙ୍କୁ ଉଦ୍ଧାର କରିବା ସହ ସେମାନଙ୍କୁ ଚିକିତ୍ସା ଯୋଗାଇ ଦେବାକୁ ବ୍ୟବସ୍ଥା କରାଯିବ । ଏହାସହ ସେମାନଙ୍କୁ ଓଡ଼ିଶା ଫେରାଇ ଆଣିବା ନେଇ ସିକିମ ସରକାରଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସବୁ କାର୍ଯ୍ୟର ସୁପରିଚାଳନା ପରେ ଏକ ସ୍ୱତନ୍ତ୍ର ଟିମ୍‌କୁ ସିକିମ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।