ପ୍ରଶାସନ ନଜର ଆଢୁଆଳରେ ପର୍ଯ୍ୟଟନ ସ୍ଥଳୀ: ମନୋରମ ପରିବେଶ ଭିତରେ ରହିଛି ମୋହନାର ଦେଦେଙ୍ଗ ଜଳପ୍ରପାତ

Advertisment

ପର୍ଯ୍ୟଟନ ସ୍ଥଳୀର ବିକାଶ କରିବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଆଜି ମଧ୍ୟ ଅନେକ ପର୍ଯ୍ୟଟନ ସ୍ଥଳୀ ଲୁକାୟତ ଅବସ୍ଥାରେ ପଡ଼ି ରହିଛି । ଯାହା ଫଳରେ ଲୁକାୟତ ରେ ଥିବା ପର୍ଯ୍ୟଟନ ସ୍ଥଳୀକୁ ମାନ୍ୟତା ଦେବା ପାଇଁ ଆଗକୁ ବାହାରି ଆସିଛନ୍ତି ଗାଁ ଲୋକେ।

ପର୍ଯ୍ୟଟନ ସ୍ଥଳୀର ବିକାଶ କରିବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଆଜି ମଧ୍ୟ ଅନେକ ପର୍ଯ୍ୟଟନ ସ୍ଥଳୀ ଲୁକାୟତ ଅବସ୍ଥାରେ ପଡ଼ି ରହିଛି । ଯାହା ଫଳରେ ଲୁକାୟତ ରେ ଥିବା ପର୍ଯ୍ୟଟନ ସ୍ଥଳୀକୁ ମାନ୍ୟତା ଦେବା ପାଇଁ ଆଗକୁ ବାହାରି ଆସିଛନ୍ତି ଗାଁ ଲୋକେ।

wsddq

qdq

କନକ ବ୍ୟୁରୋ: ପର୍ଯ୍ୟଟନ ସ୍ଥଳୀର ବିକାଶ କରିବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଆଜି ମଧ୍ୟ ଅନେକ ପର‌୍ୟ୍ୟଟନ ସ୍ଥଳୀ ଲୁକାୟତ ଅବସ୍ଥାରେ ପଡ଼ି ରହିଛି । ଯାହା ଫଳରେ ଲୁକାୟତ ରେ ଥିବା ପର‌୍ୟ୍ୟଟନ ସ୍ଥଳୀକୁ ମାନ୍ୟତା ଦେବା ପାଇଁ ଆଗକୁ ବାହାରି ଆସିଛନ୍ତି ଗାଁ ଲୋକେ। ଏଭଳି ଏକ ପର୍ଯ୍ୟଟନ ସ୍ଥଳୀ ହେଉଛି ଗଜପତି ଜିଲ୍ଲା ମୋହନା ବ୍ଲକ ମଳାସପଦର ଗ୍ରାମ ପଞ୍ଚାୟତରେ ଥିବା ଦେଦେଙ୍ଗ ଜଳପ୍ରପାତ। 

ସୁନ୍ଦର ତୃପ୍ତିର ଅବସାଦ ନାହିଁ ... ଯେତେ ଦେଖିଲେ ବି ନୂଆ ଦିଶୁଥାଇ...। ସବୁଜ ବନାନୀ ଭିତରେ ଥିବା ଜଳପ୍ରପାତ ସୌନ୍ଦର୍ଯ୍ୟକୁ ଆହୁରି ଦୁଇ ଗୁଣିତ କରୁଛି। ପ୍ରାକୃତିକ ସୗନ୍ଦର୍ଯ୍ୟରେ ଭରା ଏହି ପାହାଡି ଇଲାକାରେ ମୁଖ୍ୟ ଆକର୍ଷଣ ପାଲଟିଛି ଜଳ ପ୍ରପାତ । ମୋହନା ଠାରୁ ମାତ୍ର ୨୨ କିଲୋମିଟର ଦୂରରେ ରହିଥିବା ଦେଦେଙ୍ଗ ଜଳ ପ୍ରପାତ। ଜଳ ପ୍ରପାତଟି ଲୁକାୟିତ ଅବସ୍ଥାରେ ପଡ଼ି ରହିଥିବାରୁ ମଳାସପଦର ପଞ୍ଚାୟତର କେହେଲିଗୁଡା ଗାଁର ଲୋକେ ଏବେ ପର୍ଯ୍ୟଟନସ୍ଥଳୀ ପାଇଁ ଦାବି କରିଛନ୍ତି । ମନଲୋଭା ଜଳ ପ୍ରପାତ ଘଞ୍ଚ ଜଙ୍ଗଲ ଓ ସୁନ୍ଦର ପରିବେଶ ରେ ରହିଥିବା ହେତୁ ଏଠାରେ ଲୋକଙ୍କ ଭିଡ ଲାଗୁଛି । ଜଳ ପ୍ରପାତଟି ପାଖାପାଖି ୧୫୦ ଫୁଟ ଉପରୁ ପାଣି ପଡ଼ୁଥିବା ବେଳେ ପ୍ରକୃତି ର ଶୋଭାକୁ ଆହୁରି ଦୁଇ ଗୁଣିତ କରୁଛି । ହେଲେ ଏହା ଏବେ ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ରହିଛି।

ଜଳ ପ୍ରପାତର ଉନ୍ନତି କରଣ କରିବା ପାଇଁ ଗ୍ରାମବାସୀ ବ୍ଲକ୍ ପ୍ରଶାସନ ସହ ଜିଲ୍ଲା ପ୍ରଶାସନ ପାଖରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି। କିନ୍ତୁ କୌଣସି ସୁଫଳ ମିଳି ପାରିନାହିଁ । ପର୍ଯ୍ୟଟନ ଋତୁ ଆସିଲେ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଲାଗୁଛି । ହେଲେ କୌଣସି ସୁବିଧା  ନଥିବାରୁ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ସବୁଠୁ ବଡ଼ କଥା ହେଲା ଗାଁ ଲୋକେ ଗାଁ ପାଣ୍ଠିରୁ ଟଙ୍କା ବାହାର କରି ନିଜେ କୋଡ଼ି କଦାଳ ଧରି ରାସ୍ତା ନିର୍ମାଣ କରିଛନ୍ତି। ଆଉ ଏବେ ଏହି ମନଲୋଭା ଜଳ ପ୍ରପାତର ଉନ୍ନତିକରଣ ପାଇଁ ଦାବି କରିଛନ୍ତି । 

ସୌନ୍ଦର୍ଯ୍ୟର ଗନ୍ତାଘର ପାଲଟିଥିବା ଏହି ଜଳପ୍ରପାତ ପ୍ରତି ଗୁରୁତ୍ବ ଦିଆଯିବା ସହିତ ପର୍ଯ୍ୟଟନର ମାନ୍ୟତା  ଦିଆଯାଇପାରିଲେ ବହୁ ପର୍ଯ୍ୟଟକଙ୍କ ଭିଡ ଲାଗିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe