ଫିକା ପଡିବ ନୂଆବର୍ଷ, ହାତୀ ଭୟରେ ବନ୍ଦ ହେଲା  ପର୍ଯ୍ୟଟନ ସ୍ଥଳୀ ଶିଖରଚଣ୍ଡୀ ପାହାଡ଼

Advertisment

ଅନିର୍ଦ୍ଦିଷ୍ଟ କାଳ ଯାଏଁ ଗେଟ ବନ୍ଦ କଲା ବନ ବିଭାଗ । ଏଥର ଶିଖରଚଣ୍ଡିରେ ହୋଇପାରନି ନୂଆବର୍ଷ ଭୋଜି ।

ଅନିର୍ଦ୍ଦିଷ୍ଟ କାଳ ଯାଏଁ ଗେଟ ବନ୍ଦ କଲା ବନ ବିଭାଗ । ଏଥର ଶିଖରଚଣ୍ଡିରେ ହୋଇପାରନି ନୂଆବର୍ଷ ଭୋଜି ।

sikharchandi hill closed

sikharchandi hill closed Photograph: (KanakNews)

କନକ ବ୍ୟୁରୋ: ଏଥର ଫିକା ପଡିବ ନୂଆବର୍ଷ । ବନ୍ଦ ହେଲା ଭୁବନେଶ୍ୱରର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଶିଖରଚଣ୍ଡୀ ପାହାଡ଼। ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଗେଟ ବନ୍ଦ କଲା ବନ ବିଭାଗ। ଏଥର ଆଉ ହୋଇପାରିବନି ନୂଆବର୍ଷ ଭୋଜି । ହାତୀ ଚଳପ୍ରଚଳ କରୁଥିବାରୁ ବନବିଭାଗ ପକ୍ଷରୁ ଗେଟ୍ ବନ୍ଦ କରାଯାଇଥିବା ସୂଚନା ମିଳିଛି । ତେବେ ଖାଲି ନୂଆବର୍ଷ ନୁହେଁ  ଶିଖରଚଣ୍ଡୀ   ସବୁଦିନ  ପର୍ଯ୍ୟଟକଙ୍କ ଗହଳି ଲାଗିଥାଏ । 

ଅଧିକ ପଢନ୍ତୁ;  ନୂଆରୂପ ପାଇବ ଭୁବନେଶ୍ୱର ଶିଖରଚଣ୍ଡୀ ମନ୍ଦିର । ଖର୍ଚ୍ଚ ହେବ ୨୫ କୋଟି ଟଙ୍କା । ମାଷ୍ଟରପ୍ଲାନକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ।

ଭଣଭୋଜି ହେଉ କି ଜନ୍ମଦିନ ପାଳନ ହେଉ ଏଠାରେ ଲୋକେ ଖୁବ୍‌ ପ୍ରାକୃତିକ ପରିବେଶକୁ  ଉପଭୋଗ କରିବା ସହ ମଜାମସ୍ତି କରିଥାନ୍ତି । ଆଉ ନୂଆବର୍ଷରେ ତ ଶିଖରଚଣ୍ଡୀରେ ପର୍ଯ୍ୟଟକଙ୍କ ଗହଳି ଲାଗିଥାଏ ।  କିନ୍ତୁ  ଏଥର ହାତୀ ଡରରେ  ଶିଖରଚଣ୍ଡୀରେ ନୂଆବର୍ଷ ପାଳନ କରିପାରିବେନି ପର୍ଯ୍ୟଟକ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe