ନୀଳଗିରି ବାବା ପଞ୍ଚଲିଙ୍ଗେଶ୍ୱର ପୀଠରେ ସ୍ପର୍ଶ ଦର୍ଶନ ବନ୍ଦ, ବାବାଙ୍କ ଲିଙ୍ଗ ଉପରେ ବହୁଛି ୪ ଫୁଟର ପାଣି

ଫଳରେ ବାବାଙ୍କ ୫ଟି ଲିଙ୍ଗ ଉପରେ ପ୍ରାୟ ୪ ରୁ ୫ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି । ପର୍ଯ୍ୟଟକଙ୍କ  ସୁରକ୍ଷାକୁ ଆଖି ଆଗରେ ରଖି ପୀଠରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ପର୍ଶ ଦର୍ଶନ ବନ୍ଦ କରାଯାଇଛି ।

20

କନକ ବ୍ୟୁରୋ : ବନ୍ଦ ହେଲା ଉତ୍ତର ଓଡିଶାର ପ୍ରସିଦ୍ଧ ବାବା ପଞ୍ଚଲିଙ୍ଗେଶ୍ବର ପୀଠରେ ସ୍ପର୍ଶ ଦର୍ଶନ। ଲଗାଣ ବର୍ଷାର ପ୍ରଭାବରେ ଦେବଗିରି ପାହାଡରୁ ଝରି ଆସୁଥିବା ଝରଣାର ସ୍ରୋତ ପ୍ରଖର ହୋଇଛି । ଫଳରେ ବାବାଙ୍କ ୫ଟି ଲିଙ୍ଗ ଉପରେ ପ୍ରାୟ ୪ ରୁ ୫ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି । ପର୍ଯ୍ୟଟକଙ୍କ  ସୁରକ୍ଷାକୁ ଆଖି ଆଗରେ ରଖି ପୀଠରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ପର୍ଶ ଦର୍ଶନ ବନ୍ଦ କରାଯାଇଛି । ପାଣି କମିଲେ ପୁଣି ଥରେ ସ୍ପର୍ଶ ଦର୍ଶନ କରାଯିବ ବୋଲି ପଞ୍ଚଲିଙ୍ଗେଶ୍ବର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe