କନକ ବ୍ୟୁରୋ : ଆଜି ଚଳିତବର୍ଷର ଦ୍ୱିତୀୟ ତଥା ଶେଷ ଚନ୍ଦ୍ର ଗ୍ରହଣ । ରାତି ୯ଟା ୫୭ ମିନିଟ ୨୨ ସେକେଣ୍ଡରୁ ଗ୍ରହଣ ସ୍ପର୍ଶ ହେବ। ରାତି ଗୋଟାଏ ୨୭ ମିନିଟ ୧୭ ସେକେଣ୍ଡ, ସାଢ଼େ ତିନିଘଣ୍ଟା ପରେ ସର୍ବମୋକ୍ଷ ହେବ । ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ପାକ ତ୍ୟାଗ କରାଯାଇଛି । ଚନ୍ଦ୍ରଗ୍ରହଣ ଯୋଗୁଁ ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ଚଳିତବର୍ଷର ଦ୍ୱିତୀୟ ତଥା ଶେଷ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ । ଭାଦ୍ରବ ଶୁକ୍ଲପକ୍ଷ ପୂର୍ଣ୍ଣିମାରେ ପଡୁଛି ଚନ୍ଦ୍ରଗ୍ରହଣ । ରାତିରେ ଆକାଶରେ ଦେଖାଯିବ ମହାଜାଗତିକ ଦୃଶ୍ୟ ।
ରାତି ୯ଟା ୫୭ ମିନିଟ୍ ୨୨ ସେକେଣ୍ଡରୁ ଗ୍ରହଣ ସ୍ପର୍ଶ
ରାତି ୧ଟା ୨୭ ମିନିଟ୍ ୧୭ ସେକେଣ୍ଡରେ ଗ୍ରହଣ ଶେଷ
୩ ଘଣ୍ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିବ ଚନ୍ଦ୍ରଗ୍ରହଣ
୯ ଘଣ୍ଟା ପୂର୍ବରୁ ପାକ ତ୍ୟାଗ ଓ ଦେବନୀତି ନିଷେଧ ହୋଇଛି
ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ରଗ୍ରହଣକୁ ଗୁରୁତ୍ବପୂର୍ଣ୍ଣ ମାନ୍ୟତା ଦିଆଯାଏ । ଆଜିଠୁ ପିତୃଶ୍ରାଦ୍ଧ ଆରମ୍ଭ ହେଉଥିବାରୁ ଗ୍ରହଣ ସ୍ପର୍ଶ ପୂର୍ବରୁ ଶ୍ରାଦ୍ଧ ଓ ଦେବନୀତି ସଂପନ୍ନ ହୋଇଛି । ପୁରୀ ଶ୍ରୀମନ୍ଦିରରେ ହୋଇଛି ଇନ୍ଦୁ ପୂର୍ଣ୍ଣିମା ନୀତି । ରାତି ୯ଟା ୫୭ ମିନିଟ ୨୨ ସେକେଣ୍ଡ ସୁଦ୍ଧା ଗ୍ରହଣ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ, ଗ୍ରହଣ ଭୋଗ ଓ ଅନ୍ୟ ନୀତିକାନ୍ତି ହେବ ।
ଚନ୍ଦ୍ରଗ୍ରହଣ: କେଉଁ ରାଶିକୁ ଶୁଭ?
୮ଟି ରାଶିକୁ ଶୁଭଫଳ ପ୍ରଦାନ କରିବ
ବୃଷ, ମିଥୁନ, କର୍କଟ, ସିଂହ, କୁମ୍ଭ, ତୁଳା, ମକର ଓ ମୀନ
ଦୀର୍ଘଦିନରୁ ଅଟକି ରହିଥିବା କାମ ପୂରଣ ହେବ
ଚନ୍ଦ୍ରଗ୍ରହଣ: କେଉଁ ରାଶିକୁ ଅଶୁଭ?
ମେଷ, କନ୍ୟା, ବିଛା ଓ ଧନୁ
୪ଟି ରାଶିକୁ ଚନ୍ଦ୍ର ଶୁଭ ହୋଇନଥିବାରୁ ସତର୍କ ରହିବାକୁ ପରାମର୍ଶ
ଗର୍ଭବତୀ ମହିଳାମାନେ ଚନ୍ଦ୍ରଗ୍ରହଣରୁ ନିଜକୁ ଦୂରେଇ ରଖିବା ଉଚିତ୍
ଚନ୍ଦ୍ର ଓ ସୂର୍ଯ୍ୟ ମଝିରେ ପୃଥିବୀ ଏକ ସରଳ ରେଖାରେ ଆସୁଥିବାରୁ ଚନ୍ଦ୍ରଗ୍ରହଣ ପଡୁଛି । ବିଜ୍ଞାନ ଯୁଗରେ ଖାଇବା ମନାକୁ ଅନ୍ଧବିଶ୍ୱାସ କହି ସମାଲୋଚନା କରିଛନ୍ତି ହେତୁବାଦୀ । ଏଥର ଆକାଶରେ ବ୍ଲଡମୁନ୍ ଦେଖାଯିବ। ଭାରତ ସମେତ ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଆମେରିକା, ଫିଜିରେ ଦୃଶ୍ୟମାନ ହେବ ପୂର୍ଣ୍ଣଗ୍ରାସ ଚନ୍ଦ୍ର ଗ୍ରହଣ ।