କନକ ବ୍ୟୁରୋ: ମଧ୍ୟପ୍ରାଚ୍ୟରେ ଯୁଦ୍ଧର ବିଭିଶିଖା। ଲେବନନର ବେରୁଟରେ ଥିବା ହିଜବୁଲ୍ଲା ସଙ୍ଗଠନର ଆଡ୍ଡା ଉପରେ ଆକ୍ରମଣ କରିଛି ଇସ୍ରାଏଲ ସେନା ଆଇଡିଏଫ। ୨ ହଜାରରୁ ଅଧିକ ହଜବୁଲ୍ଲା ଠିକଣା ଉପରେ ଇସ୍ରାଏଲ ଆକ୍ରମଣରେ ୨୫୦ରୁ ଅଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ମୁସଲିମ ଦେଶଙ୍କ ବିରୋଧରେ ଯୁଦ୍ଧକୁ ବର୍ଷେ ପୁରିବାକୁ ଯାଉଥିବା ବେଳେ ଆକ୍ରମଣକୁ ଜୋରଦାର କରିଛି ଇସ୍ରାଏଲ। ସିରିଆ-ଲେବାନନ୍ ସୀମାରେ ଇସ୍ରାଏଲ୍‌ର ଆକ୍ରମଣ ଯୋଗୁ ତୃତୀୟ ବିଶ୍ବ ଯୁଦ୍ଧର ଆଶଙ୍କା ଦେଖା ଦେଇଛି।

Advertisment

ହିଜବୁଲ୍ଲା ସଙ୍ଗଠନକୁ ପୁରା ଧ୍ବଂସ କରିଦେବାକି ଯୋଜନା କରିଛି ଇସ୍ରାଏଲ। ସେଥିପାରୁ ହିଜବୁଲ୍ଲାର ଅସ୍ତ୍ରଶସ୍ତ୍ର ଯୋଗାଣ ଲାଇନକୁ କାଟିବା ପାଇଁ ଇସ୍ରାଏଲ ପକ୍ଷରୁ ସିରି-ଲେବାନନ୍ ସୀମାରେ ଏକ ବଡ଼ ବିମାନ ଆକ୍ରମଣ କରିଛି। ସିରିଆ ନିକଟରେ ଥିବା ଲେବାନନ୍ ସୀମାରେ ବୋମାମାଡ଼ କରି ଆଇଡିଏଫ୍ ଦୁଇ ଦେଶ ମଧ୍ୟରେ ଯୋଗାଯୋଗ ବନ୍ଦ କରିଦେଇଛି। ଏଥିସହ ଇସ୍ରାଏଲ ଆକ୍ରମଣରେ ଲେବାନନ୍‌କୁ ସିରିଆ ସହିତ ସଂଯୋଗ କରୁଥିବା ୨ କିଲୋମିଟର ଲମ୍ବର ଟନେଲ ନଷ୍ଟ ହୋଇଯାଇଛି। ଏହି ଟନେଲ ମାଧ୍ୟମରେ ହିଜବୁଲ୍ଲାକୁ ଇରାନରୁ ଅସ୍ତ୍ରଶସ୍ତ୍ର ପଠାଯାଉଥିଲା। କୁହାଯାଉଛି ହିଜବୁଲ୍ଲା ଏବେ ନିଜର ଅସ୍ଥିତ୍ବ ପାଇଁ ସଂଗ୍ରାମ କରୁଛି। ଏହାର ସାମରିକ ଶକ୍ତି ପ୍ରାୟ ନଷ୍ଟ ହୋଇଯାଇଛି। ସେପଟେ ଇରାନର ତେଲ ଡିପୋ ଉପରେ ଇସାଏଲ ଆକ୍ରମଣ କରିବାକୁ ଯୋଜନା କରୁଥିବା ବେଳେ ଇସ୍ରାଏଲକୁ ଚେତାବନୀ ଦେଇଛି ଇରାନ।

ଇସ୍ରାଏଲ ଉପରେ ବଡ଼ ଧରଣଣ ଆକ୍ରମଣ କରିବାକୁ ଆତଙ୍କୀ ସଙ୍ଗଠନ ହମାସ, ହିଜବୁଲ୍ଲା, ହୁତି ଯୋଜନା କରିଥିବା ନେଇ ଆମେରିକାର ଗୁପ୍ତଚର ଏଜେନ୍ସି ଏଫବିଆଇ ସତର୍କ ସୂଚନା ଜାରି କରିଛି। 
ଇରାନର ପ୍ରକ୍ସି ସଂଗଠନମାନେ ଇସ୍ରାଏଲ ଉପରେ ଏକ ବଡ଼ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛନ୍ତି
ଏଥିପାଇଁ ୟେମେନ, ସିରିଆ ଏବଂ ଇରାକରୁ ୩ ହଜାର ହଜାର ଯୋଦ୍ଧା ଲେବାନନରେ ପହଞ୍ଚିଛନ୍ତି
ଇସ୍ରାଏଲର ସହର ସହିତ ଗୋଲାନ୍ ହାଇଟ୍ସ ଉପରେ ମଧ୍ୟ ଆକ୍ରମଣ କରାଯାଇପାରେ
 ଇସ୍ରାଏଲ୍‌କୁ ୭ ଟି ଫ୍ରଣ୍ଟ୍ ଘେରି ରହିଛନ୍ତି, ଆକ୍ରମଣ ପାଇଁ ଖାମେନିଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛନ୍ତି

ସେପଟେ ସବୁ ଦେଶ ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଯୋଗାଣ ବନ୍ଦ କରିଦେବାକୁ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ବୟାନକୁ କଡ଼ା ସମାଲୋଚନା କରିଛନ୍ତି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ। 

ସେପଟେ ଇସ୍ରାଏଲ ଆକ୍ରମଣରେ ହିଜବୁଲ୍ଲାର ନୂଆ ମୁଖ୍ୟ ହସିମ ସାଫିଦିନରର ମୃତ୍ୟୁ ହୋଈଛି। ହିଜବୁଲ୍ଲା ମୁଖ୍ୟ ନସରଲ୍ଲାର ହତ୍ୟା ପରେ ହସିମ ସାଫିଦିନରକୁ ନୂଆ ମୁଖ୍ୟ ନିଯୁକ୍ତ କରାଯାଇଥିଲା। ଗୋଟିଏ ପଟେ ଇସ୍ରାଏଲକୁ ଆମେରିକା ପୁରା ସମର୍ଥନ କରୁଛି, ଅନ୍ୟ ପଟେ ମୁସଲିମ ଦେଶମାନେ ଏକାଠୀ ହେଉଛନ୍ତି। ଯଦି ଦୁଇ ପକ୍ଷ ପରସ୍ପର ଉପରେ ଆକ୍ରମଣ କରନ୍ତି ସ୍ଥିତି ଆହୁରୀ ଭୟଙ୍କର ହେବ।