ଅବୁଝମାଡ଼ରେ ୨୮ ମାଓବାଦୀଙ୍କ ହୋଇଥିଲା ମୃତ୍ୟୁ, ସ୍ପଷ୍ଟୀକରଣ ରଖିଲା ମାଓ ସଙ୍ଗଠନ

Advertisment

ଛତିଶଗଡ଼ ନାରାୟଣପୁର ଅବୁଝମଡ଼ ଜଙ୍ଗଲରେ ୨୮ ମାଓବାଦୀଙ୍କ ହୋଇଥିଲା ମୃତ୍ୟୁ । ପ୍ରେସ୍ ରିଲିଜ୍ ଜାରି ସ୍ପଷ୍ଟୀକରଣ ରଖିଲା ମାଓ ସଙ୍ଗଠନ । ୬୦ ଘଣ୍ଟା ଧରି ଭୋକରେ ଥିଲେ ମାଓବାଦୀ । ବାସବରାଜୁକୁ ସୁରକ୍ଷା ଯୋଗାଉଥିଲେ ୩୫ ଜଣିଆ ଟିମ୍ ।

ଛତିଶଗଡ଼ ନାରାୟଣପୁର ଅବୁଝମଡ଼ ଜଙ୍ଗଲରେ ୨୮ ମାଓବାଦୀଙ୍କ ହୋଇଥିଲା ମୃତ୍ୟୁ । ପ୍ରେସ୍ ରିଲିଜ୍ ଜାରି ସ୍ପଷ୍ଟୀକରଣ ରଖିଲା ମାଓ ସଙ୍ଗଠନ । ୬୦ ଘଣ୍ଟା ଧରି ଭୋକରେ ଥିଲେ ମାଓବାଦୀ । ବାସବରାଜୁକୁ ସୁରକ୍ଷା ଯୋଗାଉଥିଲେ ୩୫ ଜଣିଆ ଟିମ୍ ।

25-*mao

କନକ ବ୍ୟୁରୋ: ୨୭ ନୁହେଁ ୨୮ ମାଓବାଦୀଙ୍କ ମୃ୍ତ୍ୟୁ ହୋଇଛି । ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲରେ ହୋଇଥିବା ଏନକାଉଣ୍ଟର ନେଇ ମାଓ ସଙ୍ଗଠନ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି । ୨୧ ତାରିଖ ଏନକାଉଣ୍ଟରରେ ୨୮ ମାଓବାଦୀ ଜୀବନ ଯାଇଛି । ମେ ୧୭ ତାରିଖରୁ ଆରମ୍ଭ ହୋଇ ଥିଲା ଅପରେସନ । ୧୯ ତାରିଖରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଘମାଘୋଟ ଗୁଳି ବିନିମୟ ହୋଇଥିଲା । ସ୍ଥାନ ପରିବର୍ତ୍ତନ କରି ଥିଲେ ବାସବରାଜୁଙ୍କ ଟିମ୍ । ୨୧ ତାରିଖ ଏନକାଉଣ୍ଟରରେ ହୋଇ ଥିଲା ବ୍ୟାପକ କ୍ଷତି । ସେଠାରେ ଥିବା ୩୫ ମାଓବାଦୀଙ୍କ ମଧ୍ୟରୁ ୨୮ ମାଓବାଦୀଙ୍କ ମୃ୍ତ୍ୟୁ ହୋଇଥିଲା । ୬୦ ଘଣ୍ଟାର ଧରି ଭୋକରେ ଥିଲେ ମାଓବାଦୀ । ଲଢ଼ିବାକୁ ଦେହରେ ବଳ ବି ନଥିଲା । ଯାହାର ସୁଯୋଗ ନେଇ ସୁରକ୍ଷାକର୍ମୀମାନେ ଏନକାଉଣ୍ଟର କରିଥିଲେ ବୋଲି ମାଓ ସଙ୍ଗଠନ ପକ୍ଷରୁ ଏକ ପ୍ରେସ୍‌ ରିଲିଜ ଜାରି କରି ସୂଚନା ଦିଆଯାଇଛି । ଏବେ ପ୍ରତିକୂଳ ପରିସ୍ଥିତି ଦେଇ ଗତି କରୁଛି ସଙ୍ଗଠନ । ୬୦ ବଦଳରେ ୩୫ ଜଣିଆ ଟିମ ବାସବରାଜୁଙ୍କୁ ସୁରକ୍ଷା ଯୋଗାଉ ଥିଲେ । ଗତ ୬ ମାସ ଧରି ସଙ୍ଗଠନ ଦୁର୍ବଳ ହେବାରେ ଲାଗିଛି । ଏନକାଉଣ୍ଟର ପରେ ବାସବରାଜୁଙ୍କ ଦଳରୁ ବହୁ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ସଦସ୍ୟଙ୍କ ସୂଚନା ଯୋଗୁଁ ବାସବରାଜୁଙ୍କ ଏନକାଉଣ୍ଟର ହୋଇଥିବା ସଙ୍ଗଠନ ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe