କନକ ବ୍ୟୁରୋ : ସୀମା ଡେଇଁଲା ଯୌତୁକ ନିର୍ୟାତନା । ଶାଶୂ ଏବଂ ଜେଜେମା ଶାଶୂ ମିଶି ବୋହୂକୁ ପିଆଇଲେ ବିଷ । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ଭଣ୍ଡାରିପାଳ ଗାଁରେ  । ସୁଦର୍ଶନ ବିନ୍ଧାଣୀ ୯ ମାସ ପୂର୍ବରୁ କୋଳିଅଳମ ଗ୍ରାମର ସୀତା ନାଏକଙ୍କୁ ଭଲ ପାଇ ବିବାହ କରିଥିଲେ । ହେଲେ ବିବାହ ପର ଠାରୁ ବିଭିନ୍ନ ସମୟରେ ତାଙ୍କୁ ମାନସିକ ଏବଂ ଶାରୀରିକ ନିର୍ୟାତନା ସୁଦର୍ଶନ ଏବଂ ତାଙ୍କ ପରିବାର ଲୋକେ ଦେଇ ଆସୁଥିଲେ । ବିଶେଷକରି ବାପଘରୁ ଯୌତୁକ ଆଣିବାକୁ ଦାବି କରି ଆସୁଥିଲେ । ହେଲେ ଶେଷରେ ସୀତା ନାଏକଙ୍କୁ ତାଙ୍କ ଶାଶୁ ଏବଂ ଜେଜେମା ଶାଶୁ ମିଶି ବିଷ ପିଆଇ ଦେଇଥିଲେ । ଯାହାର ଖବର ସୀତାଙ୍କ ବାପଘର ଲୋକେ ପାଇବା ପରେ ଘଟଣା ସ୍ଥଳରେ ପହଂଚି ସୀତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଉଦଳା ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ  ଭର୍ତି  କରିଛନ୍ତି । ପୋଲିସ୍ ଅଭିଯୋଗ ଆଧାରରେ ଘଟଣାର ତଦନ୍ତ ଆରମ୍ଭ କରିଛି । ଏ ବାବଦରେ ସୀତାଙ୍କ ସ୍ୱାମୀ  କିମ୍ବା ଶ୍ୱଶୁର ଘର ଲୋକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।  

Advertisment