କନକ ବ୍ୟୁରୋ: ଲଗାଣ ବର୍ଷାରେ ଉବୁଟୁବୁ ମାୟାନଗରୀ । ୪ ଦିନ ଧରି ମହାରାଷ୍ଟ୍ର ମୁମ୍ବାଇରେ ବର୍ଷା ଜାରି ରହିଛି । ଲଗାଣ ବର୍ଷ ପ୍ରଭାବରେ ସହରର ଅନେକ ସ୍ଥାନ ଜଳମଗ୍ନ ହୋଇଯାଇଛି । କିଛି କିଛି ସ୍ଥାନରେ ରାସ୍ତା ଉପରେ ୩,୪ ଫୁଟ ଉଚ୍ଚ ପାଣି ଜମି ରହିଛି । ଗତକାଲି ମୁମ୍ବାଇ ଓ ଏହାର ଆଖାପାଖ ଅଞ୍ଚଳରେ ୧୦୦ରୁ ୧୭୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ପ୍ରବଳ ବର୍ଷା ପାଇଁ ଆଜି ମୁମ୍ବାଇରେ ସମସ୍ତ କଲେଜ୍, ସ୍କୁଲ ବନ୍ଦ ଘୋଷଣା କରାଯାଇଛି । ଏଥିସହ ସମସ୍ତ ସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ଘୋଷଣା କରାଯାଇଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us