କନକ ବ୍ୟୁରୋ:  ରାଜ୍ୟରେ ତୁହାକୁ ତୁହା ବର୍ଷା ।ଆସୁଛି ଗୋଟେ ପରେ ଗୋଟେ ଲଘୁଚାପ, ଫଳରେ ସାରା ରାଜ୍ୟରେ ବର୍ଷୁଛି ଭୀଷଣ ବର୍ଷା। କୋରାପୁଟରେ ଲଗାଣ ବର୍ଷ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ବିଭିନ୍ନ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । 

Advertisment

ବାଲେଶ୍ବରରେ ମଧ୍ୟ ଗତକାଲି ରାତିରୁ ଲଗାଣ ବର୍ଷା ଲାଗିରହିଛି  । ଜଳ ନିଷ୍କାସନ ବ୍ୟବସ୍ଥା ଠିକ୍ ନ ଥିବାରୁ ସୁନହଟ୍ କନକ ଦୁର୍ଗା ମଣ୍ଡପରେ ପଶିଯାଇଛି ନର୍ଦ୍ଦମା ପାଣି । ଲଗାଣ ବର୍ଷା ଗତକାଲି ରାତିରୁ ହେଉଛି । ଫଳରେ ପାର୍ବଣକୁ ଫିକା କରିଦେଇଛି । ଲଗାଣ ବର୍ଷା ହେଉଥିବାରୁ ଜଳ ନିଷ୍କାସନ ହୋଇପାରୁ ନାହିଁ । ଜଳ ନିଷ୍କାସନ ହୋଇନପାରି  ସୁନହଟ୍ କନକ ଦୁର୍ଗା ମଣ୍ଡପ ରେ ପଶିଯାଇଛି ନର୍ଦ୍ଦମା ପାଣି। ବାଲି ବସ୍ତା ଦେଇ ପାଣିକୁ ଅଟକା ଯାଇଛି । ସେହିପରି ଅଧିକାଂଶ ମଣ୍ଡପ ଆଗରେ ପାଣି କମିଛି । ଫାଣ୍ଡି ଛକ ମଣ୍ଡପ ଆଗରେ ବର୍ଷା ପାଣିରେ ସଜା ଯାଇଥିବା କାର୍ପେଟ ଉପରେ ପାଣି ।

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି ଗଭୀର ଅବପାତ । ଗତ ୬ଘଣ୍ଟାରେ ଏହା ଘଣ୍ଟା ପ୍ରତି ୧୩କିମି ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତିକରି ଗୋପାଳପୁର ଠାରୁ ୧୬୦କିମି ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ଏବଂ ପୁରୀ ଠାରୁ ୨୦୦କିମି ଦକ୍ଷିଣରେ ପଶ୍ଚିମକେନ୍ଦ୍ରୀୟ ପାର୍ଶ୍ବବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ରହିଛି। ଆଜି ରାତି ସୁଦ୍ଧା ପାରାଦ୍ୱୀପ ଏବଂ ଗୋପଳପୁର ମଧ୍ୟରେ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି । ଏହାର ପ୍ରଭାବରେ  ସାରା ରାଜ୍ୟରେ ଜାରି ରହିଛି ବର୍ଷା । ତେବେ ବର୍ଷାର ପରିମାଣ ପୁଣି ବୃଦ୍ଧି ପାଇବ । ଏନେଇ ସତର୍କ କରାଇଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟା ପାଇଁ ଭୀଷଣ ବର୍ଷା ନେଇ ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, କଳାହାଣ୍ଡି ଓ କନ୍ଧମାଳକୁ ରେଡ୍ ଆଲର୍ଟ ଜାରି କରାଯାଇଛି ।