କନକ ବ୍ୟୁରୋ: ସଠିକ୍ ହେଲା ପାଣିପାଗ ବିଭାଗର ଆକଳନ । ଦେବଗଡ଼ ଜିଲ୍ଲାରେ ନିର୍ଧୁମ ଛେଚିଲା କାଳବୈଶାଖୀ ବର୍ଷା । ଗତକାଲି ସନ୍ଧ୍ୟାରେ ବିଜୁଳି ଘଡ଼ଘଡ଼ ସହ ପ୍ରବଳ ବର୍ଷା ହୋଇଛି । ପ୍ରବଳ ବର୍ଷା ଯୋଗୁଁ ଗରମର ଆଶ୍ୱସ୍ତ ହୋଇଛନ୍ତି ଲୋକେ । ବର୍ଷା ପରେ ତାପମାତ୍ରା କମିଛି । ଏପଟେ ଆଜି ସକାଳ ୮ଟା ୩୦ରୁ ଆସନ୍ତାକାଲି ସକାଳ ୮ଟା ୩୦ ଯାଏଁ ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କାଳବୈଶାଖୀ ବର୍ଷାକୁ ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ୱଲପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାକୁ ଶୁକ୍ରବାର ସକାଳ ସାଢେ ୮ଟା ଯାଏଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏସବୁ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ କୁଆପଥର ମାଡ଼ ସମ୍ଭାବନା ରହିଛି । ସେହି ସମୟରେ ଘଣ୍ଟାକୁ ୫୦ରୁ ୬୦କିମି ବେଗରେ ପବନ ବହିପାରେ । ସେହିପରି ବରଗଡ଼, ସୋନପୁର, ବଲାଙ୍ଗୀର, ନୂଆପଡ଼ା ଓ ମାଲକାନଗିରି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଦେବଗଡରେ ଛେଚିଲା ବର୍ଷା; ସଠିକ୍ ହେଲା ପାଣିପାଗ ବିଭାଗ ଆକଳନ
ସଠିକ୍ ହେଲା ପାଣିପାଗ ବିଭାଗର ଆକଳନ । ଦେବଗଡ଼ ଜିଲ୍ଲାରେ ନିର୍ଧୁମ ଛେଚିଲା କାଳବୈଶାଖୀ ବର୍ଷା । ଗତକାଲି ସନ୍ଧ୍ୟାରେ ବିଜୁଳି ଘଡ଼ଘଡ଼ ସହ ପ୍ରବଳ ବର୍ଷା ହୋଇଛି । ପ୍ରବଳ ବର୍ଷା ଯୋଗୁଁ ଗରମର ଆଶ୍ୱସ୍ତ ହୋଇଛନ୍ତି ଲୋକେ ।
/kanak/media/media_files/2025/04/03/SkdPvE4EUVu51FLRLTtB.jpg)