ବର୍ଷାରେ ଅସମ୍ଭାଳ ରାଜଧାନୀ ଦିଲ୍ଲୀ ; ରାସ୍ତାଘାଟ ବନ୍ଦ, ବିମାନ ଉଡ଼ାଣ ବାତିଲ

ବର୍ଷାରେ ବେହାଲ ରାଜଧାନୀ ଦିଲ୍ଲୀ । ଅନେକ ବିମାନ ବାତିଲ ଓ ବିଳମ୍ବ । ବିଜୟ ଚୌକ୍, କନ୍ନଟ ପ୍ଲେସ୍, ମିଣ୍ଟୋ ବ୍ରିଜରେ ପାଣି ଜମି ଯାତାୟାତ ବାଧାପ୍ରାପ୍ତ । ଆଗକୁ ଆହୁରି ବର୍ଷା ନେଇ ପାଣିପାଗ ବିଭାଗର ଚେତାବନୀ ।

55

କନକ ବ୍ୟୁରୋ: ବର୍ଷାରେ ବେହାଲ ରାଜଧାନୀ ଦିଲ୍ଲୀ ।  ଆଜି ସକାଳୁ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି ।  ଗରମରୁ ଲୋକ ଆଶ୍ବସ୍ତ ହୋଇଇଛନ୍ତି । ବର୍ଷା ଫଳରେ ଦିଲ୍ଲୀର ରାସ୍ତାରେ ଜମି ରହିଛି ପାଣି । ବିଜୟ ଚୌକ୍, କନ୍ନଟ ପ୍ଲେସ, ମିଣ୍ଟୋ ବ୍ରିଜ୍, ସରୋଜିନୀ ନଗର, ଏମ୍ସ ଏବଂ ପଞ୍ଚକୁଇଁଆ ମାର୍ଗ ଆଦି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି । ପ୍ରବଳ ବର୍ଷା ଯୋଗୁଁ ଦିଲ୍ଲୀରେ ବାତିଲ ହୋଇଛି କେତେକ ବିମାନ ସେବା । ପ୍ରାୟ ୬୨ଟି ବିମାନର ଉଡ଼ାଣ ବିଳମ୍ବ ହୋଇଛି । ପ୍ରବଳ ବର୍ଷା ଫଳରେ ଦିଲ୍ଲୀରେ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଛି । ଦିଲ୍ଲୀରେ ଅନେକ ଅଞ୍ଚଳ  ଜଳମଗ୍ନ ହେବା ସହ ଟ୍ରାଫିକ୍ ସମସ୍ୟା ଦେଖାଯାଇଛି । 

ଦିଲ୍ଲୀ ସହିତ ଉତ୍ତରପ୍ରଦେଶ, ବିହାର, ମଧ୍ୟ ପ୍ରଦେଶ, ପଞ୍ଜାବ, ହରିଆଣା, ହିମାଚଳ ପ୍ରଦେଶରେ ଭାରୀ ବର୍ଷା ପାଇଁ ଚେତାବନୀ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ପଞ୍ଜାବର ପଟିଆଲା, ମୋହାଲି, ହରିଆଣାର କୁରୁକ୍ଷେତ୍ର, ଅମ୍ବାଲାରେ ରେଡ୍ ଆଲର୍ଟ ଜାରି କରାଯାଇଛି। ଉତ୍ତର ପ୍ରଦେଶ ଓ ମଧ୍ୟ ପ୍ରଦେଶର କେତେକ ଜିଲ୍ଲାରେ ଅତିଭାରୀ ବର୍ଷାର ଆଶଙ୍କା ରହିଛି । ଲୋକମାନେ ସତର୍କ ରହିବାକୁ ପରାମର୍ଶ ଦେଇଛି ସ୍ଥାନୀୟ ପ୍ରଶାସନ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe