ଅନ୍ୟଠୁ ଭିନ୍ନ ଜୟପୁରର ପାର୍ବଣ: ରାଜ ପ୍ରସାଦରେ ୯ ଦିନ ଧରି ପୂଜା ହୁଏ ତୋପ

Advertisment

ଦଶହରାରେ ତୋପ ପୂଜା। ଏକ ନିଆର ପରମ୍ପରା। ଜୟପୁର ଦଶହରାରେ ଦେଖିବାକୁ ମିଳିଥାଏ ଏମିତି ପୂଜା।  ରାଜ ପ୍ରସାଦରେ ରାମ ଲକ୍ଷ୍ମଣ ନାମରେ, ସୂର୍ଯ୍ୟ ମହଲରେ ବଣ୍ଡା ବାଘ ନାମରେ ପୂଜା କରାଯାଏ।

ଦଶହରାରେ ତୋପ ପୂଜା। ଏକ ନିଆର ପରମ୍ପରା। ଜୟପୁର ଦଶହରାରେ ଦେଖିବାକୁ ମିଳିଥାଏ ଏମିତି ପୂଜା।  ରାଜ ପ୍ରସାଦରେ ରାମ ଲକ୍ଷ୍ମଣ ନାମରେ, ସୂର୍ଯ୍ୟ ମହଲରେ ବଣ୍ଡା ବାଘ ନାମରେ ପୂଜା କରାଯାଏ।

÷÷þ

କନକ ବ୍ୟୁରୋ: ଦଶହରାରେ ତୋପ ପୂଜା। ଏକ ନିଆର ପରମ୍ପରା। ଜୟପୁର ଦଶହରାରେ ଦେଖିବାକୁ ମିଳିଥାଏ ଏମିତି ପୂଜା।  ରାଜ ପ୍ରସାଦରେ ରାମ ଲକ୍ଷ୍ମଣ ନାମରେ, ସୂର୍ଯ୍ୟ ମହଲରେ ବଣ୍ଡା ବାଘ ନାମରେ ପୂଜା କରାଯାଏ। କଣ ଏହି ପରମ୍ପରା, ଆସନ୍ତୁ ଜାଣିବା ଏହାର ସଂପୂର୍ଣ୍ଣ କାହାଣି।

କୋରାପୁଟ ଜିଲ୍ଲା ଜୟପୁର ଦଶହରାକୁ ମହିସାଶୁର ଦଶହରା ସହ ତୁଳନା କରାଯାଏ। ରାଜତନ୍ତ୍ର ବେଳୁ ପ୍ରଚଳିତ ପରମ୍ପରା ଆଜି ବି ବଂଚିଛି। ଅନ୍ୟ ପରମ୍ପରା ଠାରୁ ଭିନ୍ନ ଜୟପୁରର ତୋପ ପୂଜା ପରମ୍ପରା। ରାଜ ପ୍ରସାଦ ହେଉ କି ସୂର୍ୟ୍ୟ ମହଲ, ସବୁଠି ତୋପ ପୂଜାର ରହିଛି ଭକ୍ତଙ୍କ ବିଶ୍ୱାସ। ଶାରଦୀୟ ଦଶହରାରେ ରାଜପ୍ରସାଦ ଦ୍ୱାର ଖୋଲିବା ସହ ୧୦ ଦିନ ଧରି ଆଡ଼ମ୍ବରପୂର୍ଣ୍ଣ ପୂଜା କରାଯାଏ। ମାନସିକ ପୂରଣ ପାଇଁ ବଳି ମଧ୍ୟ ଦିଆଯାଏ। 

ରାଜତନ୍ତ୍ର ଅମଳରେ ତୋପକୁ ଅସ୍ତ୍ର ରୁପେ ବ୍ୟବହାର କରାଯାଉଥିଲା। ରାଜାଙ୍କ ଇଷ୍ଟ ଦେବୀ କନକ ଦୁର୍ଗା । ତେଣୁ ତୋପକୁ ଅସ୍ତ୍ର ରୂପେ ପୂଜା କରାଯାଏ। ପ୍ରତିବର୍ଷ ଦଶହରାରେ ତୋପରେ ବାରୁଦ ଭର୍ତ୍ତି କରି ୨୧ଥର ଫୁଟା ଯାଉଥିଲା। ରାଜତନ୍ତ୍ରରୁ ଲୋକତନ୍ତ୍ରକୁ ପରିବର୍ତ୍ତନ ପରେ ସବୁ ବଦଳି ଯାଇଛି। ଭକ୍ତ ଭିଡ଼ରେ ହୋମଯଜ୍ଞ ହେଉଛି। ତୋପକୁ ରାମ ଲକ୍ଷ୍ମଣ ଓ ବାଘ ନାମରେ ପୂଜା କରାଯାଉଛି। 

ଏବେ ତୋପକୁ ଦେବୀ ରୂପେ ପୂଜା କରୁଛନ୍ତି ଗ୍ରାମାବସୀ। ରାଜା ଘରେ ରାମ ଲକ୍ଷ୍ମଣ ରୂପେ ପୂଜା କରୁଛନ୍ତି ରାଜାଙ୍କ ଦୟାଦ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe