ଦିଲ୍ଲୀ ଗଲେ ମନମୋହନ
ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଚର୍ଚ୍ଚା ଭିତରେ ଦିଲ୍ଲୀ ଗଲେ ରାଜ୍ୟ ବିଜେପି ସଭାପତି । ସାଙ୍ଗଠନିକ ସମ୍ପାଦକ ମଧ୍ୟ ଦିଲ୍ଲୀ ଗସ୍ତ କରିଥିବା ସୂଚନା ।

Advertisment

ସରକାରଙ୍କୁ ମହିଳା ସୁରକ୍ଷା ଚିନ୍ତା 
ମହିଳା ସୁରକ୍ଷା ନେଇ ସରକାରଙ୍କ ବଡ଼ ବୈଠକ । ଅପରାହ୍ନ ୩ଟାରେ ଲୋକସେବା ଭବନରେ ହେବ ବୈଠକ । ମୁଖ୍ୟ ଶାସନ ସଚିବ କରିବେ ଅଧ୍ୟକ୍ଷତା । 

ପୁରୀ ଅସଦାଚରଣ: ୨ ଗିରଫ 
ପୁରୀ ଅସଦାଚରଣ ମାମଲାରେ ୨ ଗିରଫ । ୨ ଜଣଙ୍କୁ କରାଯିବ କୋର୍ଟ ଚାଲାଣ । ମନ୍ଦିରରୁ ଦର୍ଶନ ସାରି ଫେରୁଥିବା ବେଳେ ୩ ଭଉଣୀଙ୍କୁ ଅସଦାଚରଣ କରିଥିଲେ ଦୁର୍ବୃତ୍ତ 

ବଳଙ୍ଗା ଘଟଣା: ଅଭିଯୁକ୍ତଙ୍କ ଟେର ପାଉନି ପୁଲିସ 
ବଳଙ୍ଗାରେ ଦ୍ବିତୀୟ ଦିନରେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ପୁରୀ ଏସପି କହିଲେ, କ୍ୟାମ୍ପ ପକାଇ ଚାଲିଛି ତନାଘନା, ହେଲେ ବାହାରିନି ନିସ୍କର୍ଷ ।

ଜଗତସିଂପୁର ଲଜ୍ଜା: କଟକରୁ ଅଭିଯୁକ୍ତ ଗିରଫ 
ଜଗତସିଂହପୁର ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ । କଟକରୁ ଗିରଫ ମୁଖ୍ୟ ଅଭିଯୁକ୍ତର ଡାକ୍ତରୀ ମାଇନା ପାଇଁ ନେଲା ପୁଲିସ । ଅନ୍ୟ ଜଣେ ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚାଲିଛି ଚଢ଼ାଉ ।

କୁବେର ଡିଏଫଓ ଗିରଫ
କେନ୍ଦୁଝର କେନ୍ଦୁପତ୍ର ଡିଏଫଓ ଗିରଫ । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନିତ୍ୟାନନ୍ଦ ନାୟକଙ୍କୁ ବାନ୍ଧିଲା ଭିଜିଲାନ୍ସ । ଦୁଇ ଦିନ ଧରି ଚାଲିଥିଲା ମାରାଥନ୍ ରେଡ୍ ।

ରାଜଧାନୀରେ ପୋଷ୍ଟର ମାରିଲା କିଏ?
ରାଜଧାନୀରେ ଲାଗିଛି ଭକ୍ତ ଦାସ ଇସ୍ତଫା ଦିଅ ପୋଷ୍ଟର । ଉଦିତ ପ୍ରଧାନ ଗିରଫ, ଏନଏସୟୁଆଇ ବୟକଟ୍‌ ନେଇ ପୋଷ୍ଟରରେ ଉଲ୍ଲେଖ । ବିନା ସୌଜନ୍ୟରେ କିଏ ଲଗାଇଲା ଉଠିଲା ପ୍ରଶ୍ନ ।

ଉପରାଷ୍ଟ୍ରପତିଙ୍କ ଇସ୍ତଫା ମଞ୍ଜୁର 
ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଇସ୍ତଫା ମଞ୍ଜୁର । ଇସ୍ତଫାକୁ ଗ୍ରହଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । 

୧୦୦ କୋଟି କ୍ଲବରେ 'ସୈୟାରା'
ବକ୍ସ ଅଫିସରେ ଧମାଲା ମଚାଇଲା ଫିଲ୍ମ 'ସୈୟାରା' । ୧୦୦ କୋଟି କ୍ଲବରେ କଲା ଏଣ୍ଟ୍ରି । ସୋସିଆସମିଡିଆରେ ଭାଇରାଲ ହେଉଛି ଦର୍ଶକଙ୍କ ପ୍ରତିକ୍ରିୟା  

କାଲି ମାଞ୍ଚେଷ୍ଟର ମୈଦାନକୁ ଓହ୍ଲାଇବ ଭାରତ 
ମାଞ୍ଚେଷ୍ଟର ଟେଷ୍ଟ ଇଂଲଣ୍ଡର ଚୂଡ଼ାନ୍ତ ଏକାଦଶ ଘୋଷଣା । ଭାରତ ଉପରେ ନଜର, ଟିମ୍ ଇଣ୍ଡିଆକୁ ଘାରିଛି ଆହତ ସମସ୍ୟା ।