କୋରାପୁଟରେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀଙ୍କ କୋରାପୁଟ୍ ଗସ୍ତର ଦ୍ୱିତୀୟ ଦିନ, ଆଜି ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ୬୫୦ ଶଯ୍ୟା ବିଶିଷ୍ଠ କୋଠାର କରିବେ ଉଦଘାଟନ, ଜିଲ୍ଲାର ବିକାଶମୂଳକ କାର୍ଯ୍ୟର କରିବେ ସମୀକ୍ଷା
ସରଣ୍ଡା ଜଙ୍ଗଲରେ ମାଓ ବଙ୍କର
ନକ୍ସଲ ମୁକ୍ତ କରିବାକୁ ଚାଲିଛି କମ୍ବିଂ ଅପରେସନ, ସରଣ୍ଡା ଜଙ୍ଗଲରୁ ଠାବ ହେଲା ୩ ମାଓ ବଙ୍କର, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ, କିଛି ଦିନ ତଳେ ଲ୍ୟାଣ୍ଡମାଇନ ବିଛାଇ ଉଡାଇ ଦେଇଥିଲେ ରେଳ ଲାଇନ
ମୋବାଇଲରେ ଅଛି ମୃତ୍ୟୁ ରହସ୍ୟ !
ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମହତ୍ୟା ନେଇ ବଢୁଛି ରହସ୍ୟ, ପୀଡିତାଙ୍କ ବାପା ଓ ପୁରୁଷ ବନ୍ଧୁଙ୍କ ମୋବାଇଲ ଜବତ କଲା ପୁଲିସ, ଫୋନରେ ରହିଛି ଆପତ୍ତିଜନକ ଫଟୋ ଓ ଭିଡିଓ, ପୁରୁଷ ବନ୍ଧୁଙ୍କ ନାମରେ ସଂଗୀନ ଦଫା
ଘରକୁ ଲାଗୁଛି ଡର
ନୀଳଗିରିରେ ଅନ୍ଧବିଶ୍ୱାସ ପାଇଁ ଗାଁ ଛାଡିଲେ ପରିବାର, ଠାକୁରାଣୀଙ୍କ ଭୟରେ ମନ୍ଦିରରେ ଆଶ୍ରୟ ନେଲେ ପରିବାରର ୧୦ ସଦସ୍ୟ, ୧୫ ଦିନ ତଳେ ପରିବାର ଲୋକଙ୍କ ଦେହରେ ଠାକୁରାଣୀ ସବାର ହୋଇଥିବା ଅଭିଯୋଗ
ଛାତ୍ରୀ ଅପହରଣ, ଅଭିଯୁକ୍ତ ଗିରଫ
ସ୍କୁଲ ବସରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ କରିନେଇଥିଲେ ଅପହରଣ । ଯାଜପୁର ରୋଡର ଦୀପକ ବିଶ୍ୱାଳକୁ ଗିରଫ କଲା ପୁଲିସ, ଅପହରଣ ଦିନ ଧଳା କାର ସହ ଉଦ୍ଧାର ହୋଇଥିଲେ ଛାତ୍ରୀ
୧୩ ରୁ ପୁଣି ବର୍ଷା !
୧୩ ତାରିଖରେ ବଙ୍ଗୋପ ସାଗରରେ ସୃଷ୍ଟି ହେବ ଲଘୁଚାପ, ପ୍ରଭାବରେ ୧୨ ରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶା ପାଇଁ ସତର୍କ ସୂଚନା
ଟ୍ରମ୍ପଙ୍କ ଟାରିଫ୍, ବେପାର ମାନ୍ଦା
ଭାରତରେ ପଡିଲା ଟ୍ରମ୍ପଙ୍କ ଟାରିଫ୍ ମାଡ଼ର ପ୍ରଭାବ, ଦେଶର ପ୍ରମୁଖ କପଡା ଉତ୍ପାଦନକାରୀ ସହର ତାମିଲନାଡୁ ତିରିପୁରରେ ଉତ୍ପାଦନ ବନ୍ଦ, ଭାରତରୁ ଆସୁଥିବା ଅର୍ଡର ବନ୍ଦ କଲେ ଆମେରିକୀୟ କମ୍ପାନି, ବିକଳ୍ପ ଉପରେ ଚାଲିଛି ବିଚାର
ଚିକିତ୍ସାଧୀନ ଅବସ୍ଥାରେ ନର୍ସିଂ ଛାତ୍ରୀ ମୃତ
ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ନବରଙ୍ଗପୁର ନର୍ସିଂ ଛାତ୍ରୀଙ୍କ ମୃତ୍ୟୁ, ଏକତରଫା ପ୍ରେମରେ ବିଫଳ ଯୁବକ ଫଟୋ ଭାଇରାଲ୍ କରିବା ପରେ ବିଷ ପିଇ କରିଥିଲେ ଆତ୍ମହତ୍ୟା ଉଦ୍ୟମ, ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଦୁଇ ଜଣଙ୍କୁ କରାଯାଇଥିଲା ଗିରଫ
କାଳ ହେଲା ଥାର-ସ୍କର୍ପିଓ ରେସ୍
ଭୁବନେଶ୍ୱର ପାତ୍ରପଡ଼ା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, କାଳ ହେଲା ଥାର-ସ୍କର୍ପିଓ ରେସ୍, ବେପରୁଆ ଗାଡ଼ି ଚାଳନା ଯୋଗୁଁ ଚାଲିଗଲା କୁନି ଝିଅର ଜୀବନ, ବର୍ତ୍ତିଗଲା ପୁଅ, ଗୁରୁତର ଅବସ୍ଥାରେ ମା ମେଡ଼ିକାଲରେ ଭର୍ତ୍ତି
ବିଶ୍ବ ଆଥ୍ଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍
ୱାର୍ଲଡ଼ କଣ୍ଟିନେଣ୍ଟାଲ ଆଥଲେଟିକ୍ସ ବ୍ରୋଞ୍ଜ ଲେବୁଲ ଚାମ୍ପିୟାନସିପ, ଭାଗ ନେଇଛନ୍ତି ୧୭ ଦେଶର ୧୬୦ ପୁରୁଷ ଓ ମହିଳା ଆଥଲେଟ୍, ଶ୍ରାବଣୀ ଓ ଅନିମେଶ କୁଜୁରଙ୍କ ସହ ୪ ଆଥଲେଟ୍ ଓଡ଼ିଶାକୁ କରୁଛନ୍ତି ପ୍ରତିନିଧିତ୍ବ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/08/10/capture-2025-08-10-10-36-59.jpg)