କନକ ବ୍ୟୁରୋ: ଆଜି ଭାରତ ବନ୍ଦ । ରାସ୍ତାରେ ଅଟକିଛି ଶହଶହ ଗାଡ଼ି । ଗତକାଲି ବସ୍ ବନ୍ଦ ଥିଲା, ଆଜି ଗାଡ଼ି ବନ୍ଦ ହେବାରୁ ହିନସ୍ତା ହେଉଛନ୍ତି ଯାତ୍ରୀ
ଆଜି ବି ଆନ୍ଦୋଳନରେ ଡ୍ରାଇଭର ମହାସଂଘ । ଗତକାଲି ପରି ଆଜି ବି ଷ୍ଟିଅରଂ ଛାଡ଼ ଆନ୍ଦୋଳନରେ ଡ୍ରାଇଭର । ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି ଯାତ୍ରୀ
ଓଡ଼ିଶା ଡ୍ରାଇଭର ମହାସଂଘ ସହ ରାଜ୍ୟ ସରକାରଙ୍କ ଆଲୋଚନା ଶେଷ । ଖାରବେଳ ଭବନରେ ବସିଥିବା ବୈଠକରେ ବାହାରିପାରିଲା ନାହିଁ ନିଷ୍କ୍ରର୍ଷ । ରାଜ୍ୟ ପରିବହନ ମନ୍ତ୍ରୀ, କମିସନର ଓ ସଚିବଙ୍କ ସହ ହୋଇଥିଲା ସାଢେ ୬ ଘଣ୍ଟାର ବୈଠକ
ନବଦିନାତ୍ମକ ଯାତ୍ରା ସାରି ବାହୁଡ଼ିଲେ ମହାପ୍ରଭୁ। ଜନ୍ମବେଦୀରୁ ରତ୍ନବେଦୀକୁ ଫେରିଲେ ଚତୁର୍ଦ୍ଧାମୂର୍ତ୍ତି । ଗୋଟି ପହଣ୍ଡିରେ ବାହାରି ଶ୍ରୀମନ୍ଦିର ବିଜେ କଲେ,ମା' ଲକ୍ଷ୍ମୀଙ୍କ ମାନଭଞ୍ଜନ କଲେ ପ୍ରଭୁ ଶ୍ରୀଜଗନ୍ନାଥ । ବଡ଼ଦାଣ୍ଡରେ ରଥ ଉପରେ ଶ୍ରୀଜିଉଙ୍କ ଶେଷ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼
ସରିଲା କାଳିଆ ଠାକୁରର ଲୀଳାଖେଳା। ପୁଣି ଥରେ ନୀଳକନ୍ଦରକୁ ଫେରିଛନ୍ତି ମହାବାହୁ । ଆରମ୍ଭ ହୋଇଛି ଦୈନିକ ନୀତିକାନ୍ତି। ଆଜି ବାହାରିବ ନୀଳାଚଳ ଅବଢା ।
ପୁରୀ ଶରଧାବାଲି ଦଳାଚକଟାରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣା । ଆଜିଠୁ ଘଟଣାର ସାକ୍ଷ୍ୟ ଓ ତଥ୍ୟ ଗ୍ରହଣ କରିବେ ଉନ୍ନୟନ କମିସନର୍ । ଭୁବନେଶ୍ବର ରାଜ୍ୟ ଅତିଥି ଭବନରେ ଆଜି ଅପରାହ୍ନପରଠୁ ସାକ୍ଷାତ । ଆସନ୍ତାକାଲି ଅପରାହ୍ନ ୩ରୁ ପୁରୀ ସ୍ପେଶାଲ୍ ସର୍କିଟ୍ ହାଉସ୍ରେ ସାକ୍ଷାତ
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବ୍ରାଜିଲ୍ର ସର୍ବୋଚ୍ଚ ସମ୍ମାନ ପ୍ରଦାନ । ବ୍ରାଜିଲ୍ର ସର୍ବୋଚ୍ଚ ସମ୍ମାନରେ ସମ୍ମାନୀତ ହେଲେ ମୋଦି । ଗ୍ରାଣ୍ଡ୍ କଲାର୍ ଅଫ୍ ଦି ନ୍ୟାସନାଲ୍ ଅର୍ଡର ଅଫ୍ ଦି ସଦର୍ନ କ୍ରସ୍’ ସମ୍ମାନ । ସମ୍ମାନିତ କଲେ ବ୍ରାଜିଲ୍ ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଦା ସିଲ୍ଭା
ହୀରାକୁଦର ୧୬ ଗେଟ୍ ଖୋଲା । ଏବେ ୧୬ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ଜାରି । ହୀରାକୁଦ ଡ୍ୟାମ୍ ବାମପଟର ୧୧ ଗେଟ୍ ଖୋଲା । ଡାହାଣ ପଟର ୫ଟି ଗେଟ୍ ଦେଇ ଜାରି ରହିଛି ବନ୍ୟାପାଣି ନିଷ୍କାସନ । ଏବେ ହୀରାକୁଦ ଜଳସ୍ତର ୬୦୬.୨୩ ଫୁଟ୍ ରହିଛି
ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମାଆ ଭଟ୍ଟାରିକା ମନ୍ଦିରରେ ପଶିଲା ପାଣି । ମାଆ ଭଟ୍ଟାରିକାଙ୍କୁ ଅସ୍ଥାୟୀ ପୀଠକୁ କରାଗଲା ସ୍ଥାନାନ୍ତର । ମହାନଦୀରେ ଆସିଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
ଲଘୁଚାପ ପ୍ରଭାବରେ ଆଜି ବି ରାଜ୍ୟର ଅନେକ ସ୍ଥାନରେ ବର୍ଷା । ସକାଳୁ ସକାଳୁ ଟ୍ବିନସିଟିରେ ପାଗ ରହିଛି ମେଘୁଆ