ଆସୁଛି ବଡ ବନ୍ୟା
ସୁବର୍ଣ୍ଣରେଖା, ବୈତରଣୀ, ଜଳକାରେ ଆସୁଛି ବଡବନ୍ୟା । ଅବବାହିକାରେ ପ୍ରବଳ ବର୍ଷା ପରେ ବଢ଼ିଲା ଆଶଙ୍କା । ରାଜଘାଟରେ କାଲି ଦିନ ୧୦ଟା ପରେ ବଢ଼ିବ ଜଳସ୍ତର । ବାଲେଶ୍ବର, ଭଦ୍ରକ, ଯାଜପୁର ଓ କେନ୍ଦୁଝର ଜିଲ୍ଲାପାଳଙ୍କୁ ସତର୍କ କଲେ ସରକାର ।
ନଦୀକୁ ଖସିଗଲା ବିଡିଓଙ୍କ କାର୍
କୋଣାର୍କରେ କଟକ ସଦର ବିଡିଓଙ୍କ କାର ଦୁର୍ଘଟଣାଗ୍ରସ୍ତ । କୁଶଭଦ୍ରା ନଦୀକୁ ଖସିଗଲା ବିଡିଓଙ୍କ କାର୍ । କାରରେ ଥିଲେ ବିଡିଓ ଓ ତାଙ୍କ ପତ୍ନୀ । ଉଭୟ ସୁରକ୍ଷିତ ଉଦ୍ଧାର
କେବେ ଖୋଲିବ ବଳଙ୍ଗା ଘଟଣାର ରହସ୍ୟ?
ବଳଙ୍ଗା ନାବଳିକା ପୋଡି ଘଟଣାକୁ ବିତିଲାଣି ୮ଦିନ । ପୁରୀରୁ ଦିଲ୍ଲୀ ପର୍ୟ୍ୟନ୍ତ ଚାଲିଛି ତଦନ୍ତ । ତଥାପି ରହସ୍ୟ ଖୋଲି ପାରୁନି ତଦନ୍ତକାରୀ ସଂସ୍ଥା । ଏସପି କହିଲେ, ସବୁ ଦିଗରୁ କରାଯାଉଛି ଯାଂଚ
ଦୁଇ ଟ୍ରକ ମୁହାଁ ମୁହିଁ ଧକ୍କା, ୩ ମୃତ
ନୟାଗଡ଼ରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତ ହୋଇଛନ୍ତି । ବାଇକକୁ ବଞ୍ଚାଇବାକୁ ଯାଇ ଘଟିଛି ଦୁର୍ଘଟଣା ।
ପରିମଳ କର୍ମଚାରୀଙ୍କୁ ପୁରସ୍କାର
ପରିମଳ କର୍ମଚାରୀଙ୍କ ସୁରକ୍ଷା ଓ ସମ୍ମାନକୁ ଗୁରୁତ୍ବ । ସରକାର ଦେବେ ୧୦ଲକ୍ଷ ଟଙ୍କାର ଜୀବନ ବୀମା । କର୍ମକ୍ଷେତ୍ରରେ ପ୍ରାଣହାନୀ ହେଲେ ୩୦ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ।
ଚାଲିଛି ଘମାଘୋଟ ଯୁଦ୍ଧ
ଥାଇଲାଣ୍ଡ-କାମ୍ବୋଡିଆ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ । ଉଭୟ ଦେଶର ୩୨ମୃତ । ଥାଇଲାଣ୍ଡ ସହ ନିଃସର୍ତ୍ତ ଅସ୍ତ୍ରବିରତି ପାଇଁ କାମ୍ୱୋଡିଆର ଅପିଲ ।
ନିର୍ଦଳୀୟ ଲଢ଼ିବେ ତେଜ ପ୍ରତାପ
ରୋଚକ ହେଉଛି ବିହାର ରାଜନୀତି । ବଡ଼ ଘୋଷଣା କଲେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବ । କହିଲେ, ନିର୍ଦଳୀୟ ଲଢ଼ିବେ ନିର୍ବାଚନ
ନୀତୀଶଙ୍କୁ ଚିରାଗଙ୍କ ଭର୍ତ୍ସନା
ବିହାରରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଚିରାଗ ପାସୱାନଙ୍କ ତୀବ୍ର ସମାଲୋଚନା । ନୀତୀଶ ସରକାରଙ୍କୁ ସମର୍ଥନ ଦେବାରୁ ସେ ଦୁଃଖିତ । ମେଣ୍ଟସାଥୀଙ୍କୁ ଏଲଜେପିର ଭର୍ତ୍ସନା ।
ଇରାନରେ ଆତଙ୍କୀ ଆକ୍ରମଣ
ଇରାନରେ ବଡ଼ ଆତଙ୍କୀ ଆକ୍ରମଣ । କୋର୍ଟ ଉପରକୁ ଗ୍ରେନେଡ୍ ମାଡ଼, ୭ ଜଣଙ୍କ ମୃତ୍ୟୁ । ଆକ୍ରମଣ ପଛରେ ବାଲୁଚି ଜିହାଦୀ ଗୋଷ୍ଠୀ ଜୈଶ୍ ଅଲ-ଆଦଲ ଥିବା ସୂଚନା ।
ସେପ୍ଟେମ୍ବର ୯ରୁ ଏସିଆ କପ୍
ଏସିଆ କପ୍ ୨୦୨୫ ପାଇଁ ତାରିଖ ଘୋଷଣା । ସେପ୍ଟେମ୍ବର ୯ରୁ ୨୮ ପର୍ୟ୍ୟନ୍ତ ୟୁଏଇରେ ହେବ ଟୁର୍ଣ୍ଣାମେଣ୍ଟ । ୧୪ ତାରିଖରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ