ଏହି ଘଣ୍ଟାର ୧୦ ବଡ଼ ଖବର

Advertisment

ଛାତ୍ରୀ ଓ ମହିଳା ଷ୍ଟାଫଙ୍କୁ ସୁରକ୍ଷା ଦେବାକୁ ସବୁ କଲେଜରେ ଖୋଲିବ ଶକ୍ତିଶ୍ରୀ ସେଲ, ୨୫ ତାରିଖ ସୁଦ୍ଧା ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ ଗଠନ କରିବାକୁ ଉଚ୍ଚଶିକ୍ଷା ବିଭାଗର ଚିଠି 

ଛାତ୍ରୀ ଓ ମହିଳା ଷ୍ଟାଫଙ୍କୁ ସୁରକ୍ଷା ଦେବାକୁ ସବୁ କଲେଜରେ ଖୋଲିବ ଶକ୍ତିଶ୍ରୀ ସେଲ, ୨୫ ତାରିଖ ସୁଦ୍ଧା ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ ଗଠନ କରିବାକୁ ଉଚ୍ଚଶିକ୍ଷା ବିଭାଗର ଚିଠି 

SDFFSFSDF

ଆଜି ପବିତ୍ର ରାଖୀ ପୂର୍ଣ୍ଣମୀ 
ସାରା ଦେଶରେ ଆଜି ପାଳିତ ହେଉଛି ପବିତ୍ର ରକ୍ଷାବନ୍ଧନ । ଭାଇ ହାତରେ ରାଖୀ ବାନ୍ଧି ଶୁଭ ମନାସୁଛି ଭଉଣୀ, ସେପଟେ ରାଖୀ ପୂର୍ଣ୍ଣମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

"ସୁଭଦ୍ରା' ଯୋଜନାର ତୃତୀୟ କିସ୍ତି
ଆଜି ଜୟପୁରରେ ସୁଭଦ୍ର ଯୋଜନାର ତୃତୀୟ କିସ୍ତି ବାଣ୍ଟିବେ ମୁଖ୍ୟମନ୍ତ୍ରୀ, ଏକ କୋଟିରୁ ଅଧିକ ମହିଳା ହିତାଧିକାରୀଙ୍କ ଖାତାକୁ ଆସିବ ୫ ହଜାର ଟଙ୍କା, ପୂର୍ବରୁ ଦୁଇଟି କିସ୍ତିରେ ଦିଆସରିଛି ୧୦ ହଜାର ଟଙ୍କା 

 ଆତ୍ମହତ୍ୟା ନୁହେଁ ବଢୁଛି ହତ୍ୟା ସନ୍ଦେହ
ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣା ନେଉଛି ନୂଆ ମୋଡ଼, ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ନେଇ ବଢୁଛି ସନ୍ଦେହ, ପୁରୁଷ ବନ୍ଧୁଙ୍କୁ ଜେରା ପରେ ସାମ୍ନାକୁ ଆସିବ କି ସତ 
 

ଛାତ୍ରୀଙ୍କୁ ଶକ୍ତି ଦେବ ଶକ୍ତିଶ୍ରୀ ସେଲ
ଛାତ୍ରୀ ଓ ମହିଳା ଷ୍ଟାଫଙ୍କୁ ସୁରକ୍ଷା ଦେବାକୁ ସବୁ କଲେଜରେ ଖୋଲିବ ଶକ୍ତିଶ୍ରୀ ସେଲ, ୨୫ ତାରିଖ ସୁଦ୍ଧା ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ ଗଠନ କରିବାକୁ ଉଚ୍ଚଶିକ୍ଷା ବିଭାଗର ଚିଠି 


 ଅଭିଯୁକ୍ତ ଚିହ୍ନାଇଲା ଲାଇଟ୍ ହାଉସ୍ 
ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ସାମ୍ନାକୁ ଆସିଲା ରୋଚକ ସତ୍ୟ, ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟକ ହେଲା ଲାଇଟ୍ ହାଉସ, କ୍ରାଇମବ୍ରାଞ୍ଚକୁ ପୀଡ଼ିତା ଦେଇଥିବା ବୟାନରେ ହେଲା ସ୍ପଷ୍ଟ 

 ଭାସିଗଲେ କାଉଡ଼ିଆ ଭଉଣୀ
ନଦୀରେ ବୁଡ଼ ପକାଇବାକୁ ଯାଇ ଭାସିଗଲେ କାଉଡିଆ ଭଉଣୀ, ସୁବର୍ଣ୍ଣରେଖାରେ ନିଖୋଜ ଦୁଇ ଭଉଣୀ, ସେପଟେ ବାଲେଶ୍ୱର ଜଳେଶ୍ୱର ଶିଖରପୁଟ ଘାଟରୁ ଜଣଙ୍କୁ ଉଦ୍ଧାର 

 ଉଜ୍ଜଳା ସବ୍‌ସିଡି ପାଇଁ ୧୨ହଜାର କୋଟି 
 କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି,  ଉଜ୍ଜଳା ସବସିଡି ପାଇଁ ୧୨ହଜାର କୋଟି ଟଙ୍କା ମଞ୍ଜୁର,  ତୈଳ କମ୍ପାନିମାନଙ୍କ ୩୦ହଜାର କୋଟି ଟଙ୍କାର କ୍ଷତିପୂରଣ ଦେବେ ସରକାର,  କ୍ୟାବିନେଟ୍ ନିଷ୍ପତ୍ତି ପରେ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

 ସେନା କିଣିବ ୨୦୦ ହାଲୁକା ହେଲିକପ୍ଟର
ବଢ଼ିବ ଭାରତୀୟ ସେନାର ଶକ୍ତି,  ଚେତକ ଓ ଚିତା ବଦଳରେ ୨୦୦ ନୂଆ ହାଲୁକା ହେଲିକପ୍ଟର କିଣିବେ ସରକାର,  ସୀମା ଉପରେ ପ୍ରତିଟି ଗତିବିଧି ଉପରେ ରଖିବାରେ ତୁଲାଇବ ପ୍ରମୁଖ ଭୂମିକା,  ଆହତ ଯବାନଙ୍କୁ ଚିକିତ୍ସା କରାଇବାରେ ହେବ ସହାୟକ

 କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରତ୍ୟାହୃତ
ଫେରସ୍ତ ହେଲା କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରସ୍ତାବ,  ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହେଲା ବିଜ୍ଞପ୍ତି,  ୪୪ହଜାରରୁ ଅଧିକ ଶିକ୍ଷକ ନିଯୁକ୍ତିକୁ ନିୟମିତ ଓ ଗ୍ରେଡ୍ ପେ ବୃଦ୍ଧି ନେଇ ହୋଇଥିଲା ପ୍ରସ୍ତାବ,  ସରକାରଙ୍କ ନିଷ୍ପତ୍ତିକୁ କନିଷ୍ଠ ଶିକ୍ଷକ ସଂଘ ଓ ଆଶାୟୀ ସଂଘର ବିରୋଧ

ବାଲିଚନ୍ଦ୍ରପୁର ଆଇଆଇସିଙ୍କୁ କ୍ଲିନଚିଟ୍
 ଯାଜପୁର ବାଲିଚନ୍ଦ୍ରପୁର ଥାନା ହାଜତରେ ଦଳିତ ଯୁବକଙ୍କୁ ନିର୍ୟାତନା ଘଟଣା, ଆଇଆଇସିଙ୍କୁ କ୍ଲିନଚିଟ୍ ଦେଲେ ଏସପି,  ସିସିଟିଭି ଫୁଟେଜ୍ ଦେଖାଇ କହିଲେ, ଗିରଫଦାରୀ ଏଡାଇବାକୁ ବିଷ ପିଇବା ନାଟକ ରଚିଥିଲା ରବୀନ୍ଦ୍ର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe