ସାମ୍ନାକୁ ଆସିଲା ଟପ୍ ମାଓନେତା ଚଲ୍ଲପତିର ଶେଷକୃତ୍ୟର ଦୃଶ୍ୟ । ମାଓ ସମର୍ଥକଙ୍କ ଗହଣରେ ଅନ୍ତିମ ସଂସ୍କାର ।

Advertisment

ଆନ୍ଧ୍ର ଶ୍ରୀକାକୁଲ୍ଲମରେ ମାଓ ସମର୍ଥକଙ୍କ ଗହଣରେ ଅନ୍ତିମ ସଂସ୍କାର । ମଙ୍ଗଳବାର ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ସୁରକ୍ଷା କର୍ମୀଙ୍କ ଗୁଳିରେ ଚଲ୍ଲପତି ସମେତ ନିପାତ ହୋଇଥିଲେ ୧୬ଜଣ ମାଓବାଦୀ ।

Updated On

ଆନ୍ଧ୍ର ଶ୍ରୀକାକୁଲ୍ଲମରେ ମାଓ ସମର୍ଥକଙ୍କ ଗହଣରେ ଅନ୍ତିମ ସଂସ୍କାର । ମଙ୍ଗଳବାର ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ସୁରକ୍ଷା କର୍ମୀଙ୍କ ଗୁଳିରେ ଚଲ୍ଲପତି ସମେତ ନିପାତ ହୋଇଥିଲେ ୧୬ଜଣ ମାଓବାଦୀ ।

ଅଦ୍ୟତନ ହୋଇଛି
maobadi

Photograph: (google)

କନକ ବ୍ୟୁରୋ : ଆନ୍ଧ୍ରଦେଶ ଶ୍ରୀକାକୁଲ୍ଲମ ଠାରେ ମାଓ ନେତା ଚଲ୍ଲପତିର ଶେଷକୃତ୍ୟ ସମ୍ପନ୍ନ। ବହୁ ମାଓ ସମର୍ଥକ ଓ ଅମାରା ବିରୁଲା ବନ୍ଧୁଲୁ ପରିବାର ସଙ୍ଗଠନର ସଦସ୍ୟ ମାନେ ଚଲ୍ଲପତିର ଶେଷ ଦର୍ଶନ କରି ବିଦାୟ ଦେଇଛନ୍ତି ।

ପଲାସା ମଣ୍ଡଳ ଅନ୍ତର୍ଗତ ବଡାପାଡୁ ଠାରେ ଚଲ୍ଲପତିଙ୍କ ସପକ୍ଷରେ ସ୍ଲୋଗାନ ସାଙ୍ଗକୁ ମାଓ ସଙ୍ଗୀତ ଗାନ କରାଯାଇ ଶେଷ ସମ୍ମାନ ପ୍ରଦାନ କରାଯାଇଛି । ଚଲ୍ଲପତିଙ୍କ ଶ୍ବଶୁର ତଥା ଟପ୍ ମାଓ ନେତ୍ରୀ ଅରୁଣାଙ୍କ ବାପା ଲକ୍ଷ୍ମଣ ରାଓ ଗୁରୁବାର ଛତିଶଗଡ ରାୟପୁର ପହଁଚି ସୁରକ୍ଷାକର୍ମୀଙ୍କ ଠାରୁ ଚଲପତିର ମୃତଦେହ ଗ୍ରହଣ କରିଥିଲେ। ଗତ ମଙ୍ଗଳବାର ନୂଆପଡା ସୀମାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଥଲେ ଚଲ୍ଲପତିଙ୍କ ସମେତ ୧୬ ଜଣ ମାଓବାଦୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe