କନକ ବ୍ୟୁରୋ : ଆନ୍ଧ୍ରଦେଶ ଶ୍ରୀକାକୁଲ୍ଲମ ଠାରେ ମାଓ ନେତା ଚଲ୍ଲପତିର ଶେଷକୃତ୍ୟ ସମ୍ପନ୍ନ। ବହୁ ମାଓ ସମର୍ଥକ ଓ ଅମାରା ବିରୁଲା ବନ୍ଧୁଲୁ ପରିବାର ସଙ୍ଗଠନର ସଦସ୍ୟ ମାନେ ଚଲ୍ଲପତିର ଶେଷ ଦର୍ଶନ କରି ବିଦାୟ ଦେଇଛନ୍ତି ।
ପଲାସା ମଣ୍ଡଳ ଅନ୍ତର୍ଗତ ବଡାପାଡୁ ଠାରେ ଚଲ୍ଲପତିଙ୍କ ସପକ୍ଷରେ ସ୍ଲୋଗାନ ସାଙ୍ଗକୁ ମାଓ ସଙ୍ଗୀତ ଗାନ କରାଯାଇ ଶେଷ ସମ୍ମାନ ପ୍ରଦାନ କରାଯାଇଛି । ଚଲ୍ଲପତିଙ୍କ ଶ୍ବଶୁର ତଥା ଟପ୍ ମାଓ ନେତ୍ରୀ ଅରୁଣାଙ୍କ ବାପା ଲକ୍ଷ୍ମଣ ରାଓ ଗୁରୁବାର ଛତିଶଗଡ ରାୟପୁର ପହଁଚି ସୁରକ୍ଷାକର୍ମୀଙ୍କ ଠାରୁ ଚଲପତିର ମୃତଦେହ ଗ୍ରହଣ କରିଥିଲେ। ଗତ ମଙ୍ଗଳବାର ନୂଆପଡା ସୀମାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଥଲେ ଚଲ୍ଲପତିଙ୍କ ସମେତ ୧୬ ଜଣ ମାଓବାଦୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)