ମାସକ ଭିତରେ ୨୩ ହଜାର ନିଯୁକ୍ତି!
ରାଜ୍ୟ ସରକାରଙ୍କ ବଡ଼ ନିଯୁକ୍ତି । ଖୁବଶୀଘ୍ର ନିଯୁକ୍ତ ହେବେ ୨୨ ହଜାର ୮୯୬ କର୍ମଚାରୀ । ୧୦ ବିଭାଗର ଗ୍ରୁପ-ସି ପଦବୀ ପୂରଣ ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ।

Advertisment

ସମ୍ପ୍ରସାରଣ ହେବ ୧୩୫ ରାସ୍ତା
ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ବଡ଼ ପଦକ୍ଷେପ । ଏକାଥରେ ୧୩୫ ରାସ୍ତା ସମ୍ପ୍ରସାରଣ ପାଇଁ ଅନୁମୋଦନ । ଗ୍ରାମ୍ୟ ଉନ୍ନୟନ ରାସ୍ତାର ହେବ ନବୀକରଣ । ଖର୍ଚ୍ଚ ହେବ ପ୍ରାୟ ୧ ହଜାର କୋଟି ।

ମାଟି ତଳୁ ବାହାରିଲା ଶବ
ଗୁଣି ସନ୍ଦେହରେ ହତ୍ୟା ଘଟଣା । ମାଟି ଖୋଳି ମୃତଶରୀର ବାହାର କଲା ପୁଲିସ । ସାଇଣ୍ଟିଫିକ ଟିମ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବାହାର କରାଗଲା ଶବ । ଅଭିଯୁକ୍ତଙ୍କୁ ସାଙ୍ଗରେ ଶବ ଖୋଜୁଛି ପୁଲିସ ।

ଗାଁ ନାଁକୁ ନେଇ ମୁହାଁମୁହିଁ 
ନାଁକୁ ନେଇ ଦୁଇ ଗାଁ ମଧ୍ୟରେ ବିବାଦ । ଖୋର୍ଦ୍ଧା ବାଘମାରିର ଦୁଇ ଗାଁ ଓସ୍ତପୁର ଓ କୋଟପଲ୍ଲା ଗ୍ରାମବାସୀ ମୁହାଁମୁହିଁ । ଟେକା ପଥର ମାଡ଼ରେ ୪ ଜଣ ଆହତ । ବାଘମାରୀ ଥାନା ଅଧିକାରୀଙ୍କୁ ଦୁଇ ଘଣ୍ଟା ଅଟକ ରଖିଲେ ଗ୍ରାମବ୍ରାସୀ ।

ଓଡ଼ିଶା ହସ୍ତତନ୍ତର ପ୍ରଚାର କରିବେ ମାଧୁରୀ 
ମିସନ ମୋଡରେ ହସ୍ତତନ୍ତକୁ ଆଗକୁ ନେବାକୁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ପ୍ରଚାର ପ୍ରସାର ବଲିଉଡ କୁଇନ ମାଧୁରୀ ଦୀକ୍ଷି ଙ୍କୁ ବର୍ଷକ ପାଇଁ ବ୍ରାଣ୍ଡ ଆମ୍ବାସଡ଼ର ନିଯୁକ୍ତ କଲେ ରାଜ୍ୟ ସରକାର । ୭ହଜାର ୮୦୮ କୋଟି ଟଙ୍କାର ୩୩ ଏମଓୟୁ ସ୍ବାକ୍ଷର ।

ଆଉ ରାସ୍ତାରେ ଗଡ଼ିବନି ରିକ୍ସା 
ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି । ଆଉ ମଣିଷ ଟାଣିବେନି ରିକ୍ସା । କୋର୍ଟ ରିକ୍ସା ଟଣା ବନ୍ଦ କରିବାକୁ ଦେଲେ ନିର୍ଦ୍ଦେଶ । ରିକ୍ସା ଟଣା ଅମାନବୀୟ ବୋଲି କହିଛନ୍ତି ସୁପ୍ରିମକୋର୍ଟ । 

ଦୁର୍ଘଟଣାରେ ୩  ଯବାନ ସହିଦ
ଜମ୍ମୁ କାଶ୍ମୀରରେ ସିଆରପିଏଫ୍ ଗାଡ଼ି ଦୁର୍ଘଟଣାଗ୍ରସ୍ତ । ଉଧମପୁର ବସନ୍ତଗଡ଼ ଅଞ୍ଚଳର କଦୱା ନିକଟରେ ଖାଇକୁ ଖସିଲା  ଭ୍ୟାନ୍ । ୩ ଯବାନ ସହିଦ, ୧୫ ଆହତ ।

ଟ୍ରମ୍ପଙ୍କୁ ମୋଦୀଙ୍କ ଜବାବ
ଟ୍ରମ୍ପଙ୍କ ଟାରିଫ୍ ଧମକ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ କଡ଼ା ଜବାବ । କହିଲେ, କୃଷକ, ମତ୍ସ୍ୟଜୀବୀ, ଗୋପାଳଙ୍କ ହିତ ସର୍ବୋଚ୍ଚ ପ୍ରାଥମିକତା । ଯେକୌଣସି ମୂଲ୍ୟ ଦେବାକୁ ପ୍ରସ୍ତୁତ ଭାରତ ।

ଟ୍ରମ୍ପଙ୍କ ନାଁରେ ଆବେଦନ ଫର୍ମ
ବିହାରରେ ଭୋଟର ତାଲିକା ଯାଞ୍ଚ ବେଳେ ଆସିଲା ଅଜବ ତଥ୍ୟ । ଆବାସିକ ପ୍ରମାଣପତ୍ର ଆବେଦନ ଫର୍ମରେ ମିଳିଲା ଆମେରିକା ରାଷ୍ଟ୍ରପତିଙ୍କ ନାଁ । ଟ୍ରମ୍ପଙ୍କ ନାଁ ଓ ଫଟୋ ଥିବା ଫର୍ମକୁ ନାକଚ ପରେ ମାମଲା ରୁଜୁ ।

ଜଷ୍ଟିସ୍‌ ବର୍ମାଙ୍କୁ 'ସୁପ୍ରିମ୍‌' ଝଟ୍‌କା
ଜଷ୍ଟିସ୍‌ ଯଶୱନ୍ତ ବର୍ମାଙ୍କୁ ସୁପ୍ରମକୋର୍ଟ ଝଟ୍‌କା । ଆହ୍ଲାବାଦ ହାଇକୋର୍ଟର ଜଷ୍ଟିସ୍‌ ବର୍ମାଙ୍କ ଆବେଦନ ଖାରଜ  । କ୍ୟାସ୍‌ କାଣ୍ଡକୁ ନେଇ ନିଜ ଉପରେ ହେଉଥିବା ତଦନ୍ତ ବିରୋଧରେ ଚ୍ୟାଲେଞ୍ଜ କରିଥିଲେ ଜଷ୍ଟିସ୍ ବର୍ମା ।