ଗଞ୍ଜାମ ଆସିକା ବନାଞ୍ଚଳରେ ଦନ୍ତା ଆତଙ୍କ : ଗୋଠଛଡ଼ା ଦନ୍ତାକୁ ନେଇ ଅସ୍ତବ୍ୟସ୍ତ ଜନଜୀବନ

Advertisment

ଗଞ୍ଜାମ ଜିଲ୍ଲା ଧରାକୋଟ-ଆସିକା ବନାଞ୍ଚାଳର ଧରାକୋଟ ବନଖଣ୍ଡରେ ଦନ୍ତା ହାତୀର ଆତଙ୍କ। ଦୁଇ ଦିନ ହେଲା ଦଳରୁ ଅଲାଗ ହୋଇ ପଡିଥିବା ଦନ୍ତା ଶରଧାପୁରର ଅଞ୍ଚଳରେ ବୁଲୁଛି। ଗୋଠଛଡ଼ା ଦନ୍ତା ବନବିଭାଗର ନିଦ ହଜାଇ ଦେଇଛି ।

ଗଞ୍ଜାମ ଜିଲ୍ଲା ଧରାକୋଟ-ଆସିକା ବନାଞ୍ଚାଳର ଧରାକୋଟ ବନଖଣ୍ଡରେ ଦନ୍ତା ହାତୀର ଆତଙ୍କ। ଦୁଇ ଦିନ ହେଲା ଦଳରୁ ଅଲାଗ ହୋଇ ପଡିଥିବା ଦନ୍ତା ଶରଧାପୁରର ଅଞ୍ଚଳରେ ବୁଲୁଛି। ଗୋଠଛଡ଼ା ଦନ୍ତା ବନବିଭାଗର ନିଦ ହଜାଇ ଦେଇଛି ।

hati 3

Photograph: (KanakNews )

କନକବ୍ୟୁରୋ : ଗଞ୍ଜାମ ଜିଲ୍ଲା ଧରାକୋଟ-ଆସିକା ବନାଞ୍ଚାଳର ଧରାକୋଟ ବନଖଣ୍ଡରେ ଦନ୍ତା ହାତୀର ଆତଙ୍କ । ଦୁଇ ଦିନ ହେଲା ଦଳରୁ ଅଲାଗ ହୋଇ ପଡିଥିବା ଦନ୍ତା ଶରଧାପୁରର ଅଞ୍ଚଳରେ ବୁଲୁଛି। ଗୋଠଛଡ଼ା ଦନ୍ତା ବନବିଭାଗର ନିଦ ହଜାଇ ଦେଇଛି । ହାତୀ ଚଳପ୍ରଚଳ ହେଉଥିବାରୁ ବିଦ୍ୟୁତ ସରବରାହ ବନ୍ଦ କରାଯାଇଛି। ହାତୀକୁ ଘଉଡାଇବା ପାଇଁ ବନ ବିଭାଗ ଟିମ ଲାଗି ପଡିଛନ୍ତି । ବାଣ ଫୁଟାଇ ହାତୀକୁ ପୁଣି ଜଙ୍ଗଲକୁ ଘଉଡାଇବାକୁ ଉଦ୍ୟମ କରାଯାଉଛି । 

ହାତୀର ଗତିବିଧି ଉପରେ ନଜର ରଖି ଅଘଟଣ ଆଶଙ୍କାରେ ମାଇକ ଯୋଗେ ଲୋକଙ୍କୁ ଆଗୁଆ ସୂଚନା ଦେଉଛନ୍ତି ବନ ବିଭାଗ କର୍ମଚାରୀ । ହାତୀକୁ ଘଉଡାଇବା ପାଇଁ ଶରଧାପୁର ଅଂଚଳରେ ବନବିଭାଗ କସରତ ଚଳାଇଛି । ଆସନ୍ତାକାଲି ଦଶମ ବୋର୍ଡ ପରୀକ୍ଷାର ସାମାଜିକ ବିଜ୍ଞାନ ପରୀକ୍ଷା ଥିବା ବେଳେ ପିଲାଙ୍କ ପାଠ ପଢା ବ୍ୟାହତ ହେଉଛି। ଅନ୍ୟପଟେ ଦନ୍ତା ଅଞ୍ଚଳ ଛାଡୁ ନଥିବାରୁ ଲୋକେ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

ସେପଟେ କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ବାନ୍ଦଗୋଡା ଅଞ୍ଚଳରେ ବୁଲୁଛି ଗୋଟିଏ ଦନ୍ତା ହାତୀ। ଟମକା ଜଙ୍ଗଲରୁ ଜନବସତିକୁ ଦନ୍ତା ପଶି ଆସିଥିବା ଜଣାପଡିଛି। ଦନ୍ତା ଅଞ୍ଚଳରେ ବୁଲୁଥିବାରୁ ଲୋକେ ଭୟଭୀତ ଅଛନ୍ତି। ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ଅଧିକାରୀ ପହଞ୍ଚି ହାତୀକୁ ଘଉଡାଇବାକୁ ଉଦ୍ୟମ କରୁଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe