ଶପଥ ନେବା ପରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବଡ଼ ଘୋଷଣା । ଝାଡ଼ଖଣ୍ଡରେ ମୈୟା ଯୋଜନାରେ ବଢ଼ିଲା ହିତାଧିକାରୀଙ୍କ ଟଙ୍କା

Advertisment

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ହେମନ୍ତ ସୋରେନ ପ୍ରକଳ୍ପ ଭବନରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ ।

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ହେମନ୍ତ ସୋରେନ ପ୍ରକଳ୍ପ ଭବନରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ ।

Soren1

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ହେମନ୍ତ ସୋରେନ ପ୍ରକଳ୍ପ ଭବନରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ । ଝାଡ଼ଖଣ୍ଡ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡିସେମ୍ବର ୯ରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଜେଏମଏମର ବରିଷ୍ଠ ବିଧାୟକ ଷ୍ଟିଫେନ୍ ମାରାଣ୍ଡିଙ୍କୁ ବାଚସ୍ପତି କରାଯାଇଛି । ଶପଥ ନେବା ପରେ ମୁଖ୍ୟମନ୍ତ୍ରୀ ରାଜ୍ୟପାଇଁ ବଡ ଘୋଷଣା କରାଛନ୍ତି । ମୈୟା ଯୋଜନାର ଅର୍ଥରାଶିକୁ  ବୃଦ୍ଧି କରିଛନ୍ତି । ମୁଖ୍ୟମନ୍ତ୍ରୀ ସୋରେନ ନିଷ୍ପତ୍ତି ନେଇଛନ୍ତି ମୈୟା ଯୋଜନାରେ ହିତାଧିକାରୀଙ୍କୁ ଡିସେମ୍ବରରୁ ମାସିକ ୨୫୦୦ ଟଙ୍କା ମିଳିବ । ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରତି ମାସରେ ହିତାଧୀକାରୀ ୧୦୦୦ଟଙ୍କା ପାଉଥିଲେ ।

ସୋରେନ କହିଥିଲେ ବିଧାନସଭା ନିର୍ବାଚନ ସମୟରେ ଏହି ପ୍ଲାନକୁ ନେଇ ବହୁତ ଚର୍ଚ୍ଚା ଓ ଆଲୋଚନା କରାଯାଇଥିଲା । ଏହି ଯୋଜନାର ଲାଭ ସିଧାସଳଖ ମହିଳାମାନଙ୍କୁ ପ୍ରଦାନ କରି ଜେଏମଏମ କ୍ଷମତାକୁ ଫେରିବାରେ ସକ୍ଷମ ହୋଇଛି ବୋଲି ବିଶ୍ୱାସ କରାଯାଉଛି । ଶପଥ ଗ୍ରହଣ ପରେ ନିଆଯାଇଥିବା କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି, ରାଜ୍ୟରେ ଜେପିଏସସି/ଜେଏସଏସସି ଅଧୀନରେ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ କରାଯିବ, ରାଜ୍ୟର ୧ଲକ୍ଷ ୩୬ହଜାର କୋଟି ଟଙ୍କାର ବକେୟା ପୈଠ ପାଇଁ କେନ୍ଦ୍ର ସରକାରଙ୍କ ମଗାଯିବ । ସିଏମ୍ ସୋରେନ୍ କହିଛନ୍ତି ରାଜ୍ୟର ରାଜସ୍ୱ ବୃଦ୍ଧି ପାଇଁ ରାଜ୍ୟ ସରକାର ଅନେକ ଉତ୍ସ ଓ ଦିଗ ଉପରେ କାମ କରିବେ । ବର୍ଷ ବର୍ଷ ଧରି ଆସାମରେ ବସବାସ କରୁଥିବା ଝାଡ଼ଖଣ୍ଡର ଆଦିବାସୀ ଓ ଆଦିବାସୀଙ୍କ ସ୍ଥିତି ସମ୍ପର୍କରେ ସର୍ବଦଳୀୟ ଅଧିକାରୀଙ୍କ ଟିମ୍ ଗଠନ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe