କନକବ୍ୟୁରୋ : ଆସନ୍ତାକାଲି ନୂଆପଡ଼ାରେ ସବୁ ଦଳ ଶକ୍ତି ପ୍ରଦର୍ଶନ କରିବେ । ଶୋଭାଯାତ୍ରାରେ ଯାଇ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ଭରିବାର କାର୍ଯ୍ୟକ୍ରମ ରହିଛି । ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ମଧ୍ୟ ପତିଆରା ଦେଖାଇବାକୁ ରଣନୀତି କରିଛନ୍ତି । ନୂଆପଡ଼ାରେ କାଲିଠାରୁ ଆରମ୍ଭ ହେବ ଅସଲ ଲଢ଼େଇ । ପ୍ରଚାର ମଇଦାନରେ ମୁହାଁମୁହିଁ ହେବେ ତିନି ପ୍ରମୁଖ ଦଳର ପ୍ରାର୍ଥୀ ମିଶ୍ରଣ ପର୍ବର ଆୟୋଜନ କରି ବଳ ବଢ଼ାଉଥିବା ସବୁ ରାଜନୈତିକ ଦଳ ଆସନ୍ତାକାଲି ନୂଆପଡ଼ାରେ ନିଜ ନିଜର ଦମ୍ ଦେଖାଇବେ ।
ଦଳୀୟ ନେତା ଓ କର୍ମୀଙ୍କ ସହ ବିଶାଳ ଶୋଭାଯାତ୍ରାରେ ଯାଇ ନାମାଙ୍କନ ଭରିବେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ଘର ଘର ବୁଲି ପ୍ରଚାର କରୁଥିବା କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ମଧ୍ୟ ଶକ୍ତି ଦେଖାଇବେ । ବିଧିବଦ୍ଧ ଭାବେ ନାମାଙ୍କନ ଭରିବେ। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ବି ନୂଆପଡ଼ାରେ ଦମ୍ ଦେଖାଇବାକୁ ଯୋଜନା କରିଛନ୍ତି । ବିଜେପି ପରେ ଆଜି ବିଜେଡି ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି ।
ଗତକାଲି ବିଜେପି ୪୦ଜଣିଆ ନେତାଙ୍କ ତାଲିକା ଘୋଷଣା କରିଥିବା ବେଳେ ଆଜି ବିଜେଡି ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ସୂଚୀ ଜାରି କରିଛି । ବିଜେପି ପ୍ରଚାରକ ତାଲିକାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଓ ବହୁ କେନ୍ଦ୍ରମନ୍ତ୍ରୀ ରହିଛନ୍ତି। ଅନ୍ୟପଟେ ବିଜେଡି ଜାରି କରିଥିବା ତାଲିକାରେ ବବି ଦାସ ପ୍ରଥମ ଥର ପାଇଁ ୮ନମ୍ବର ସ୍ଥାନକୁ ଖସିଛନ୍ତି । ଦେବାଶିଷ ସାମନ୍ତରାୟଙ୍କୁ ତାଲିକାରେ ସ୍ଥାନ ମିଳିନାହିଁ । ତେବେ, ୧୬ଜଣ ବିଧାୟକଙ୍କ ସମେତ ବହୁ ଯୁବ ନେତାଙ୍କୁ ଭରସା କରିଛନ୍ତି ନବୀନ । ପିସିସି ସଭାପତି ଭକ୍ତ ଦାସ ନିଜେ ପ୍ରଚାରର ମଂଗ ଧରିଛନ୍ତି । ନାମାଙ୍କନ ସରିବା ପରେ ପ୍ରଚାର ମଇଦାନରେ ଆହୁରି ଜୋରଦାର ହେବ ଲଢ଼େଇ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/10/17/41-2025-10-17-19-59-54.jpg)