କନକ ବ୍ୟୁରୋ: ଆସନ୍ତାକାଲି ସୁଭଦ୍ରା ଯୋଜନାର ମହିଳା ହିତାଧିକାରୀଙ୍କୁ ମିଳିବ ଟଙ୍କା । ଆକାଉଣ୍ଟକୁ ଆସିବ ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟୟ ଟଙ୍କା । ମହିଳାଙ୍କ ଆକାଉଣ୍ଟକୁ ଆସିବ ୫ହଜାର ଟଙ୍କା । ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ।
ଦିନ ୧୨ଟା ପୂର୍ବରୁ ଆକାଉଣ୍ଟକୁ ଆସିବ ଟଙ୍କା । ଏହି କିସ୍ତିରେ ୩୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା । ୭ତାରିଖ ସୁଦ୍ଧା ସୁଭଦ୍ରା ଯୋଜନାରେ ନାଁ ପଞ୍ଜିକରଣ କରିଥିବା ମହିଳାଙ୍କୁ ଟଙ୍କା ମିଳିବ ବୋଲି ଘୋଷଣା କରିଥିଲେ ସରକାର ।
Follow Us