କନକ ବ୍ୟୁରୋ: କାଲି ମାଟିରେ ମିଶିବ ବୈକୁଣ୍ଠ ଧାମ ଆଶ୍ରମ। ଜବରଦଖଲକୁ ଉଚ୍ଛେଦ କରିବ ବିଡିଏ । ବହୁ ବାଦ ବିବାଦ ପରେ ବାବା କାଶୀନାଥଙ୍କ ଆଶ୍ରମକୁ ଭାଙ୍ଗିବାକୁ ଯୋଜନା କରିଛି ବିଡିଏ । ଏନେଇ ବିଡିଏ ଘୋଷଣା ବି କରିସାରିଛି । କିନ୍ତୁ ଏବେବବି ଆତ୍ମଘୋଷିତ ବାବା କାଶୀନାଥଙ୍କ ଦେଖାମିଳୁନାହିଁ । ସମସ୍ତଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ କୁଆଡେ ଗଲେ ବାବା କାଶୀନାଥ । ଦେଖନ୍ତୁ ଏହି ରିପୋର୍ଟ ।
ବୈକୁଣ୍ଠ ଧାମ ଆଶ୍ରମରେ ଆଉ ଚାଲିବନାହିଁ ଆତ୍ମଘୋଷିତ ବାବା କାଶୀନାଥଙ୍କ ଦରବାର। ଧର୍ମ ନାଁରେ ଆଉ ଠକିପାରିବେ ନାହିଁ ବାବା କାଶୀନାଥ । ବେଆଇନ ଭାବେ ସରକାରୀ ଜମି ଉପରେ ଗଢିଥିବା ସାମ୍ରାଜ୍ୟକୁ ମାଟିରେ ମିଶାଇବାକୁ ଯାଉଛି ବିଡିଏ । ଭୁବନେଶ୍ୱରର ଘାଟିକିଆ ଅଞ୍ଚଳରେ ବହୁ ବର୍ଷ ଧରି ସରକାରୀ ଜମିକୁ ହଡପ କରି ବୈକୁଣ୍ଠ ଧାମ ଆଶ୍ରମ କରିଥିଲେ ବାବା କାଶୀନାଥ । ପୁଅକୁ କଳକୀ ଅବତାର ସଜେଇ ଲୋକଙ୍କୁ ଭୁତାଇ ଚାଲିଥିଲେ ବାବା କାଶୀନାଥ । ଆଶ୍ରମ ଆଳରେ ବହୁ ଅନ୍ୟାୟ ହୋଇଥିବାରୁ ଆଶ୍ରମକୁ ଭଙ୍ଗା ଯିବା ଉଚିତ ବୋଲି ଅନେକ ଯୁକ୍ତି ବାଢିଛନ୍ତି ।
ଜବରଦଖଲ ଉଛେଦ ପାଇଁ ବିଡିଏ ପୂର୍ବରୁ ସଜବାଜ ହୋଇଥିଲା । ମାଇକରେ ଘୋଷଣା ବି କରିଥିଲା । କିନ୍ତୁ ହାଇକୋର୍ଟରେ ମିଛ ତଥ୍ୟ ଦେଇ ଜବରଦଖଲ ଉଛେଦ ଉପରେ ରହିତାଦେଶ ଆଣିଥିଲେ ଆଶ୍ରମ କର୍ତ୍ତୃପକ୍ଷ । କିନ୍ତୁ ରହିତାଦେଶ ଉଠାଇବା ପରେ ପୁଣି ଥରେ ଆଶ୍ରମ ଭାଙ୍ଗିବାକୁ ପ୍ରସ୍ତୁତ ହୋଇସାରିଛି ବିଡିଏ । ଶୁକ୍ରବାର ଦିନ ୧୨ଟା ସୁଦ୍ଧା ଆଶ୍ରମ ଖାଲି କରିବାକୁ ଘୋଷଣା କରାଯାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/01/16/0MfZ42qW2rZb5WqGJ3iJ.jpg)