କାଲି ବିଶ୍ବପ୍ରସିଦ୍ଧ ରଥଯାତ୍ରା, ଲୋକାରଣ୍ୟ ହେଲାଣି ଶ୍ରୀକ୍ଷେତ୍ର

ଆଜି ଆଜ୍ଞାମାଳ ଆସିବା ପରେ ସିଂହଦ୍ବାରକୁ ଟଣାହେବ ୩ ରଥ । ପୁରୀରେ ଅଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା ।

ରଥ ପ୍ରସ୍ତୁତ ପଥ ପ୍ରସ୍ତୁତ

ରଥ ପ୍ରସ୍ତୁତ ପଥ ପ୍ରସ୍ତୁତ Photograph: (Kanak News)

କନକ ବ୍ୟୁରୋ: ଆସନ୍ତାକାଲି ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଆଜିଠୁ ଲୋକାରଣ୍ୟ ହେଲାଣି ଶ୍ରୀକ୍ଷେତ୍ର ପୁରୀ । ଆଜି ଆଜ୍ଞାମାଳ ଆସିବା ପରେ ସିଂହଦ୍ବାରକୁ ଟଣାହେବ ୩ ରଥ। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଆଖି ଆଗରେ ରଖି ପୁରୀରେ ଅଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଆଜି ଶ୍ରୀମନ୍ଦିରରେ ନବଯୌବନ ବେଶରେ ଦର୍ଶନ ଦେଇଛନ୍ତି ମହାପ୍ରଭୁ । ପରିମାଣିକ ପରେ ସର୍ବସାଧାରଣ ଦର୍ଶନ ହୋଇଥିଲା । ନବଯୌବନ ଦର୍ଶନ ସହ ନେତ୍ରୋତ୍ସବ ମଧ୍ୟ ଗୋଟିଏ ଦିନରେ ଅନୁଷ୍ଠିତ ହୋଇଛି ।  ୧୫ ଦିନ ପରେ ପତିତପାବନଙ୍କୁ ଦେଖି ଭକ୍ତିରେ ବିଭୋର ହୋଇଛନ୍ତି ଭକ୍ତ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe