କନକ ବ୍ୟୁରୋ : କମିଶନରେଟ ପୁଲିସ  ହାତରେ ଧରାପଡ଼ିଲେ ମେଡିକାଲ କଲେଜ ମ୍ୟାନେଜମେଣ୍ଟ ସିଟ ବିକ୍ରି କରୁଥିବା ଦଲାଲ ଗ୍ୟାଙ୍ଗ । କମିଶନରେଟ ପୋଲିସ ସ୍ପେଶାଲ କ୍ରାଇମ୍ ୟୁନିଟ୍ ଗ୍ୟାଙ୍ଗର ସଦସ୍ୟଙ୍କୁ  ଗିରଫ କରିଛି । ଲକ୍ଷାଧିକ ଟଙ୍କା ନେଇ  ବିଭିନ୍ନ ଘରୋଇ କଲେଜରେ ମ୍ୟାନେଜମେଣ୍ଟ କୋଟା ସିଟକୁ ଡିଲ କରି ବିକ୍ରି କରୁଥିଲା ଏହି ଗ୍ୟାଙ୍ଗ । ଆଜି କିଛି ଆଶାୟୀଙ୍କ ସହ ଡିଲ୍‌ କରିବା ବେଳେ ଧରିଲା ପୁଲିସ । ପାତ୍ରପଡା ଅଞ୍ଚଳରେ ଏକ ବାରରେ ଡିଲ ଚାଲିଥିଲା । କୌଣସି ସୂତ୍ରରୁ  ଖପର ପାଇ ମାଡିବସିଲା ସ୍ପେଶାଲ କ୍ରାଇମ ୟୁନିଟ । ଏହି ଗ୍ୟାଙ୍ଗ ସହ ଏକାଧିକ ନାମଦାମୀ ବିଶ୍ୱବିଦ୍ୟାଳୟର ମ୍ୟାନେଜମେଣ୍ଟ ଲୋକଙ୍କ ସମ୍ପର୍କ ଥିବା ପୁଲିସ ଜାଣିବାକୁ ପାଇଛି । 

Advertisment