କନକବ୍ୟୁରୋ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ସରିଛି। କାଲି ପଡିବ ଭୋଟ। ହାଟ୍ରିକ ବିଜୟ ଆଶାରେ ଆପ୍ । ଐତିହାସିକ କମବ୍ୟାକ ଲକ୍ଷରେ ବିଜେପି। ହାଟ୍ରିକ ଶୁନକୁ ପ୍ରତିହତ କରିବା କଂଗ୍ରେସ ପାଇଁ ହୋଇପାରେ ଚ୍ୟାଲେଞ୍ଜ । ଆସନ୍ତା ଫେବ୍ରୁଆରି ୮ତାରିଖରେ ଫଳାଫଳ ପ୍ରକାଶ ପାଇବ। ଫେବ୍ରୁଆରି ୫ରେ ଦିଲ୍ଲୀର ୧.୫୬ କୋଟି ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ ।
ଦିଲ୍ଲୀରେ ମତଦାନ ପାଇଁ ୧୩ହଜାର ୭୬୬ ପୋଲିଂ ବୁଥ୍ ପ୍ରସ୍ତୁତ କରାଯାଇଛି। ଏଠାରେ ୮୩.୭୬ ଲକ୍ଷ ପୁରୁଷ, ୭୨.୩୬ ମହିଳା ଓ ୧୨୬୭ ଜଣ ତୃତୀୟ ଲିଙ୍ଗର ଭୋଟର ଅଛନ୍ତି। ଭିନ୍ନକ୍ଷମଙ୍କ ପାଇଁ ମୋଟ ୭୩୩ଟି ମତଦାନ କେନ୍ଦ୍ର କରାଯାଇଛି। ନିର୍ବାଚନ ଆୟୋଗ ଦିଲ୍ଲୀରେ ପାରା ମିଲିଟାରୀ ଫୋର୍ସର ୨୨୦ କମ୍ପାନୀ ମୁତୟନ କରିଛନ୍ତି । ସେହିପରି ୧୯ ହଜାର ହୋମଗାର୍ଡ ଓ ୩୫ ହଜାର ୬୨୬ ଜଣ ଦିଲ୍ଲୀ ପୁଲିସ କର୍ମଚାରୀ ଙ୍କୁ ନିୟୋଜିତ କରାଯାଇଛି।
ବିଜେପି-ଆପ୍ କଡା ଟକ୍କର
ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ କାଲି ପଡିବ ଭୋଟ
ଏଥର ବିଧାନସଭା ନିର୍ବାଚନ ଜିତି ହାଟ୍ରିକ ଆଶାରେ ଆପ୍
ଐତିହାସିକ କମବ୍ୟାକ ଲକ୍ଷରେ ବିଜେପିର ପ୍ରସ୍ତୁତି
୭୦ ଆସନ ବିଶିଷ୍ଟ ଦିଲ୍ଲୀର ମ୍ୟାଜିକ ନମ୍ବର ହେଉଛି ୩୬
୨୦୧୩ରେ ବିଜେପି ୩୨, ଆପ ୨୮, କଂଗ୍ରେସ ୮ ଟି ଜିତିଥିଲା
୨୦୧୫ ନିର୍ବାଚନରେ ଆପ୍ ୬୭, ବିଜେପି ୩ ଟି ବିଜୟୀ ହୋଇଥିଲା
୨୦୨୦ ନିର୍ବାଚନରେ ଆପ୍ ୬୨, ବିଜେପି ଯ୮ ଆସନ ଜିତିଥିଲା
ବିଜେପିକୁ ମାତ୍ର ୮ ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଥିଲା
କିନ୍ତୁ ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ପୁଣି ବାଜିମାତ କରିଛି
୨୦୨୪ ନିର୍ବାଚନରେ ୭ରୁ ୭ ଟି ଆସନରେ ଜିତିଛି ବିଜେପି
୨୦୧୯ ଲୋକସଭା ନିର୍ବାଚନରେ ମଧ୍ୟ ୭ଟି ଆସନ ଜିତିଥିଲା ବିଜେପି
ବଜେପିର ଭୋଟ ପ୍ରତିଶତ ବଢିଥିଲେ ମଧ୍ୟ ଆସନ ସଂଖ୍ୟା ବଢିନି
ଲୋକସଭା ଭୋଟ ବିଧାନସଭାରେ ପରିବର୍ତ୍ତନ ବିଜେପିର ଆଶା
୮ ଜଣ ଆପ୍ ବିଧାୟକ ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି
ଚଳିତ ନିର୍ବାଚନ କ୍ୟାମ୍ପେନରେ ୨୨ ଟି ରୋଡ ସୋ କରିଛି ବିଜେପି
ନରେନ୍ଦ୍ର ମୋଦୀ, ଅମିତ ଶାହା, ଜେପି ନଡ୍ଡା ପ୍ରଚାର କରିଛନ୍ତି
ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ପ୍ରଚାର କରିଛନ୍ତି
ଦିଲ୍ଲୀ ମଦ ଦୁର୍ନୀତି ମାମଲା ଆପ ପାଇଁ ମହଙ୍ଗା ହୋଇପାରେ
ଦୁର୍ନୀତିରେ କେଜ୍ରିୱାଲ, ସିସୋସଆ, ସଞ୍ଜୟ ସିଂ ଗିରଫ ହୋଇଥିଲେ
ଭୋଟର ଆପ ପ୍ରତି ସମ୍ପାଥି ଦେଖାଇବେ ନା ପତ୍ୟାଖାନ କରିବେ?
ଆପ୍ ପାଇଁ କଂଗ୍ରେସ କଣ୍ଟା!
ଏଥର ହାଟ୍ରିକ ଶୁନ ପ୍ରତିହତ କରିବା କଂଗ୍ରେସ ପାଇଁ ଚ୍ୟାଲେଞ୍ଜ
୨୦୧୫, ୨୦୨୦ରେ ଗୋଟିଏ ଆସନରେ ଜିତିନାହିଁ କଂଗ୍ରେସ
ଗତ ଦୁଇ ନିର୍ବାଚନରେ କଂଗ୍ରେସର ଭୋଟ ପ୍ରତିଶତ କମିଛି
୨୦୧୩ ନିର୍ବାଚନରେ କଂଗ୍ରେସକୁ ହଟାଇ କ୍ଷମତାକୁ ଆସିଥିଲା ଆପ୍
୨୦୧୩ ନିର୍ବାଚନରେ ଶେଷ ଥର ପାଇଁ ୮ ଟି ଆସନରେ ଜିତିଥିଲା କଂଗ୍ରେସ
ଏଥର ଭୋଟ ସପକ୍ଷରେ ପଡିବା ନେଇ ଆଶାବାଦୀ ଅଛି କଂଗ୍ରେସ
ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଦଳ ପାଇଁ ପ୍ରଚାର କରିଛନ୍ତି
ଏଥର କଂଗ୍ରେସ-ଆପ ମଧ୍ୟରେ କିଛି ଆସନରେ ଲଢେଇ ହୋଇପାରେ
ଉଭୟ କେଜ୍ରିୱାଲ ଓ ରାହୁଲ ପରସ୍ପରଙ୍କୁ କଡା ସମାଲୋଚନା କରିଛନ୍ତି
କଂଗ୍ରେସ-ଆପ ଲଢେଇ ବିଜେପି ପାଇଁ ଫାଇଦା ହୋଇପାରେ
କିଛି ଆସନରେ କଂଗ୍ରେସ ଜିତିଲେ ବିଜେପିକୁ ଫାଇଦା ହୋଇପାରେ
ଦୁର୍ନୀତି ଛନ୍ଦି ହୋଇ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କେଜ୍ରିୱାଲ