କାଲି ଶ୍ରୀରାଧାଙ୍କ ପାଦ ଦର୍ଶନ; ସାକ୍ଷୀଗୋପାଳରେ ବ୍ୟାପକ ପ୍ରସ୍ତୁତି

ରାତି ପାହିଲେ ଅଁଳାନବମୀ । ପୁରୀ ସାକ୍ଷୀଗୋପାଳରେ ରାଧାରାଣୀଙ୍କ ପାଦ ଦର୍ଶନ ପାଇଁ ଜମିବ ଶ୍ରଦ୍ଧାଳୁଙ୍କ ଭିଡ଼ । ଏଥିପାଇଁ ସମସ୍ତ ନୀତିକାନ୍ତି ଚୂଡ଼ାନ୍ତ ହୋଇଛି ।

26sr

କନକ ବ୍ୟୁରୋ: ରାତି ପାହିଲେ ଅଁଳାନବମୀ । ପୁରୀ ସାକ୍ଷୀଗୋପାଳରେ ରାଧାରାଣୀଙ୍କ ପାଦ ଦର୍ଶନ ପାଇଁ ଜମିବ ଶ୍ରଦ୍ଧାଳୁଙ୍କ ଭିଡ଼ । ଏଥିପାଇଁ ସମସ୍ତ ନୀତିକାନ୍ତି ଚୂଡ଼ାନ୍ତ ହୋଇଛି । ରାତି ୧ଟାରୁ ମନ୍ଦିର ଖୋଲାଯାଇ ମଙ୍ଗଳ ଆଳତୀ କରାଯିବ । ଏହାପରେ ନଟବର ବେଶରେ ଦର୍ଶନ ଦେବେ ସାକ୍ଷୀଗୋପିନାଥ ଏବଂ ମା ରାଧାରାଣୀଙ୍କୁ ସୁନା ଅଳଙ୍କାରରେ ସଜ୍ଜିତ କରାଯିବ । ବର୍ଷକୁ ଥରେ ଓଡ଼ିଆଣୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ରାଧାରାଣୀ । ତେବେ ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରଶାସନିକ ଅଧିକାରୀ ଓ ସେବାୟତମାନଙ୍କୁ ନେଇ ସମ୍ମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାରିକେଡ୍‌ ବ୍ୟବସ୍ଥା ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe