କନକ ବ୍ୟୁରୋ: ରାତି ପାହିଲେ ଅଁଳାନବମୀ । ପୁରୀ ସାକ୍ଷୀଗୋପାଳରେ ରାଧାରାଣୀଙ୍କ ପାଦ ଦର୍ଶନ ପାଇଁ ଜମିବ ଶ୍ରଦ୍ଧାଳୁଙ୍କ ଭିଡ଼ । ଏଥିପାଇଁ ସମସ୍ତ ନୀତିକାନ୍ତି ଚୂଡ଼ାନ୍ତ ହୋଇଛି । ରାତି ୧ଟାରୁ ମନ୍ଦିର ଖୋଲାଯାଇ ମଙ୍ଗଳ ଆଳତୀ କରାଯିବ । ଏହାପରେ ନଟବର ବେଶରେ ଦର୍ଶନ ଦେବେ ସାକ୍ଷୀଗୋପିନାଥ ଏବଂ ମା ରାଧାରାଣୀଙ୍କୁ ସୁନା ଅଳଙ୍କାରରେ ସଜ୍ଜିତ କରାଯିବ । ବର୍ଷକୁ ଥରେ ଓଡ଼ିଆଣୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ରାଧାରାଣୀ । ତେବେ ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରଶାସନିକ ଅଧିକାରୀ ଓ ସେବାୟତମାନଙ୍କୁ ନେଇ ସମ୍ମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାରିକେଡ୍ ବ୍ୟବସ୍ଥା ହୋଇଛି ।
କାଲି ଶ୍ରୀରାଧାଙ୍କ ପାଦ ଦର୍ଶନ; ସାକ୍ଷୀଗୋପାଳରେ ବ୍ୟାପକ ପ୍ରସ୍ତୁତି
ରାତି ପାହିଲେ ଅଁଳାନବମୀ । ପୁରୀ ସାକ୍ଷୀଗୋପାଳରେ ରାଧାରାଣୀଙ୍କ ପାଦ ଦର୍ଶନ ପାଇଁ ଜମିବ ଶ୍ରଦ୍ଧାଳୁଙ୍କ ଭିଡ଼ । ଏଥିପାଇଁ ସମସ୍ତ ନୀତିକାନ୍ତି ଚୂଡ଼ାନ୍ତ ହୋଇଛି ।
/kanak/media/media_files/2024/11/09/OvSMnQ3Rox5FocTs0Pt6.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)