କନକ ବ୍ୟୁରୋ: ଆସନ୍ତାକାଲି ଶପଥ ଗ୍ରହଣ କରିବେ ବିଶ୍ବର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ରର ରାଷ୍ଟ୍ରପତି । ଡୋନାଲ୍ଡ ଟ୍ରମ୍ପ ଆମେରିକାର ନୂତନ ରାଷ୍ଟ୍ରପତି ଭାବରେ ଶପଥ ନେବାକୁ ଯାଉଛନ୍ତି । ପ୍ରବଳ ଥଣ୍ଡା ଯୋଗୁ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବର ସ୍ଥାନ ମଧ୍ୟ ପରିବର୍ତ୍ତନ ହୋଇଛି । ଶପଥ ଗ୍ରହଣ ସମାରୋହ ସୋମବାର ୟୁଏସ୍ କ୍ୟାପିଟାଲ ଭିତରେ ହେବ । ପ୍ରବଳ ଥଣ୍ଡା ଯୋଗୁ ଖୋଲା ସ୍ଥାନ ପରିବର୍ତ୍ତେ ହଲ ଭିତରେ ହେବ। ସୋମବାର ୱାଶିଂଟନରେ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହ ସମୟରେ ତାପମାତ୍ରା -୭ ଡିଗ୍ରୀ ସେଲସିୟସ ରହିବାର ପୂର୍ବାନୁମାନ କରାଯାଇଛି ।
୪୦ ବର୍ଷ ମଧ୍ୟରେ ଏହା ପ୍ରଥମ ଥର ହେବ ଯେ ଜଣେ ଆମେରିକୀୟ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହ ପରିବର୍ତ୍ତନ ହେବ । ପୂର୍ବରୁ ପୂର୍ବତନ ଆମେରିକା ରାଷ୍ଟ୍ରପତି ରୋନାଲ୍ଡ ରିଗାନ ମଧ୍ୟ ଥଣ୍ଡା ଯୋଗୁ ଶପଥ ଗ୍ରହଣ ଉତ୍ସବର ସ୍ଥାନ ପରିବର୍ତ୍ତନ କରିଥିଲେ । ୧୯୮୫ ମସିହାରେ ପୂର୍ବତନ ଆମେରିକା ରାଷ୍ଟ୍ରପତି ରୋନାଲ୍ଡ ରିଗାନ ମଧ୍ୟ ଥଣ୍ଡା ଯୋଗୁ ରୋଟୁଣ୍ଡାରେ ଭାଷଣ ଦେଇଥିଲେ । ଏହି ସମାରୋହ ଆମେରିକା କ୍ୟାପିଟଲ ବାହାରେ ଥିବା ନ୍ୟାଶନାଲ ମଲରେ ଅନୁଷ୍ଠିତ ହେବାର ଥିଲା । ସମର୍ଥକମାନେ କ୍ୟାପିଟାଲ ୱାନ ଆରେନା ଭିତରେ ସ୍କ୍ରିନରେ ସମାରୋହ ଦେଖିପାରିବେ । କ୍ୟାପିଟାଲ ୱାନ ଆରେନା ହେଉଛି ୱାଶିଂଟନ, ଡି.ସି.ର ସହରତଳି ଅଞ୍ଚଳରେ ଅବସ୍ଥିତ ଏକ ବୃତ୍ତିଗତ ବାସ୍କେଟବଲ ଏବଂ ହକି ଆରେନା ଯାହା ୨୦,୦୦୦ ଲୋକଙ୍କୁ ବସିପାରିବ ।
ଟମ୍ପଙ୍କ ଶପଥରେ ଅତିଥି..
ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଯୋଗଦେବେ
ଜୟଶଙ୍କର ସେ ଭାରତ ସରକାରଙ୍କ ପ୍ରତିନିଧିତ୍ୱ କରିବେ।
ପ୍ରଶାସନର ପ୍ରତିନିଧିଙ୍କ ସହ ମଧ୍ୟ ବୈଠକ କରିବେ ଏସ ଜୟଶଙ୍କର
ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜଆ ମେଲୋନୀ କାର୍ୟ୍ୟକ୍ରମରେ ସାମିଲ ହେବେ
ହଙ୍ଗେରୀର ଭିକ୍ଟର ଓରବାନ ଶପଥ ଗ୍ରହଣରେ ଅଂଶଗ୍ରହଣ କରିବେ
ଆର୍ଜେଣ୍ଟିନା ରାଷ୍ଟ୍ରପତି ଜାଭିୟର ମିଲେଇଙ୍କ ଆମନ୍ତ୍ରଣ କରାଯାଇଛି
ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କ ନିମନ୍ତ୍ରଣ କରାଯାଇଛି।
ବିଶ୍ବର ସବୁଠୁ ଧନୀ ଏଲନ ମସ୍କ ଶପଥରେ ଯୋଗଦେବେ
ମେଟା ସିଇଓ ମାର୍କ ଜୁକରବର୍ଗ କାର୍ୟକ୍ରମରେ ସାମିଲ ହେବେ
ଆମାଜନର ସିଓ ଜେଚଫ୍ ବେଜୋସ୍ ସାମିଲ ହେବେ
ଟିକଟକ ଆପ ମୁଖ୍ୟ ସୋଉ ଚେୟୁ କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରିବେ
ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ କାର୍ୟ୍ୟକ୍ରମରେ ସାମିଲ ହୋଇପାରନ୍ତି
ଆମେରିକାର ପୂର୍ବ ରାଷ୍ଟ୍ରପତି ବିଲ କ୍ଲିଣ୍ଟନ, ଜର୍ଜ ଡବ୍ଲୁ ବୁଷ, ବାରାକ ଓବାମା ଯୋଗଦେବେ
୨୦୧୬ରେ ଟ୍ରମ୍ପଙ୍କଠୁ ହାରିଥିବା ହିଲାରି କ୍ଲିଣ୍ଟନ ଯୋଗଦେବେ
ଟ୍ରମ୍ପଙ୍କୁ ହାରିଥିବା ଆମେରିକାର ଉପସଭାପତି କମଳା ହାରିସ ସାମିଲ ହେବେ