ଆକାଶଛୁଆଁ ପରିବା ଦର । ସବୁ ପରିବା ଦର ହୁହୁ ହୋଇ ବଢ଼ି ଚାଲିଥିବା ବେଳେ ଶହେ ଟଙ୍କାରେ ପହଞ୍ଚିଲାଣି ଟମାଟୋ କିଲୋ । ବିଭିନ୍ନ ସ୍ଥାନରେ ଶହେ ଟଙ୍କା ଉପରେ ବିକ୍ରି ହେଉଛି କିଲେ ଟମାଟୋ । ପାର୍ବଣ ବେଳେ ପରିବା ଦର ବଢ଼ିବା ଗ୍ରାହକଙ୍କ ଚିନ୍ତାକୁ ବି ବଢ଼ାଇ ଦେଇଛି । କିଛି ମାସ ପୂର୍ବରୁ ମଧ୍ୟ ଟମାଟୋ ଦର ଶହେ ଚପିଥିଲା । ପୁଣି ଥରେ ସମାନ ସ୍ଥିିତି ଦେଖିବାକୁ ମିଳିଛି ।
କେବଳ ଟମାଟୋ ନୁହେଁ ବରଂ ଅନ୍ୟ ପନିପରିବା ଯେମିତିକି ପିଆଜ ଦର ମଧ୍ୟ ବଢ଼ିବାରେ ଲାଗିଛି । ପାର୍ବଣ ବେଳେ ଆକାଶଛୁଆଁ ପରିବା ଦର ଖାଉଟିଙ୍କୁ ଏହା ଚିନ୍ତାରେ ପକାଇଛି ।