କନକ ବ୍ୟୁରୋ: ଶସ୍ତାରେ ମିଳୁଛି ଟମାଟୋ । କିଛି ଦିନ ତଳେ ଯାହା ୨ଶହରୁ ୨୫୦ ଟଙ୍କାରେ ବିକ୍ରି ହେଉଥିଲା ଏବେ ତାର ଦର ବୃଦ୍ଧି ହୋଇଛି । ଏବେ କେଜି ପିଛା ୧ଟଙ୍କା ୨୦ପଇସାରେ ବିକ୍ରି ହେଉଛି ଟମାଟୋ । ଯାହା ଚାଷୀର ମେରୁଦଣ୍ଡକୁ ଦୋହଲାଇ ଦେଇଛି। କେନ୍ଦୁଝର ଆନନ୍ଦପୁର ଉପଖଣ୍ଡରେ ପାଖାପାଖି ୪୦ରୁ ଅଧିକ ଗାଁର ଲୋକ ଟମାଟୋ ଚାଷ କରିଥିଲେ ।
ଏଠାରୁ ଅମଳ ପରେ ରାଜ୍ୟରବିଭିନ୍ନ ସ୍ଥାନକୁ ଚାଲାଣ କରାଯାଇଥାଏ। ହେଲେ ଏବେ ଦର ହଠାତ୍ ଖସିଯାଇ୍ଥିବା ବେଳେ ଅଧିକରୁ ଅଧିକ ଟମାଟୋ ନଷ୍ଟ ହେବାରେ ଲାଗିଛି । ନା ଚାଷୀ ଅମଳ ଟମାଟୋକୁ ସୁରକ୍ଷିତ କରି ରଖିପାରୁଛି ନା ଉଚିତ୍ ଦରରେ ବିକି ପାରୁଛି । ଶୀତଳ ଭଣ୍ଡାରର ଅଭାବ ହେତୁ ଶାଗ ମାଛ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛି ଚାଷୀ ।
ଚାଷ ଆରମ୍ଭ ସମୟରେ ଟମାଟୋ ଦର ଆକାଶ ଛୁଆଁ ଥିଲା। କିନ୍ତୁ ଏବେ ଅମଳ ସରିଲା ପରେ ସବୁ ଓଲଟପାଲଟ ହୋଇଯାଇଛି। ସରକାରୀ ସହାୟତା ନମଳିଲେ ଚାଷୀ କେମିତି ଋଣ ଶୁଝିବ ପରିବାର କେମିତି ଚଳିବ ଏହି କଥା ଭାବି ଭାବି ନିରାଶ ହୋଇପଡ଼ିଛି। ଅଭାବୀ ଚାଷୀ ମାନଙ୍କୁ ଯଦି ସରକାର କିଛି ସହାୟତା ଯୋଗାଇବା ସହ ଶୀତଳ ଭଣ୍ଡାର କରିବା ଦିଗରେ ଗୁରୁତ୍ବ ଦିଅନ୍ତେ ତେବେ ଚାଷୀ ଉପକୃତ ହୋଇପାରନ୍ତେ।