କନକ ବ୍ୟୁରୋ : କନ୍ଦାଉଛି ପରିବା ଦର । ସୁବର୍ଣ୍ଣପୁରରେ ପରିବା ଦର ଉପରମୁହାଁ । ସମସ୍ତ ପରିବା ଦର ରେକର୍ଡ କଲାଣି । ବଜାରରେ କଞ୍ଚାଲଙ୍କା କିଲୋ ୧୨୦, ଅଦା, ଟମାଟୋ ବି ୧୨୦ ଉପରେ । ଦର ବୃଦ୍ଧି ଗରିବ ଓ ମଧ୍ୟବିତ ପରିବାରକୁ ବେଶ ପ୍ରଭାବିତ କରୁଛି ।
ବଜାରକୁ ଗଲେ ବେଗ୍ ପୁରୁନି ପକେଟ୍ ଖାଲି ହୋଇଯାଉଛି । ବଜାରରେ ଟମାଟୋ, ବାଇଗଣ, ପୋଟଳ, କାଙ୍କଡ କି କାକୁଡ଼ି ଦର ଭାରି ବାଧୁଛି । ଗରିବ ଲୋକଙ୍କ ଭରସା, ପଖାଳ କଂସା ସାଙ୍ଗକୁ କଞ୍ଚାଲଙ୍କା ଓ ଲୁଣ । ହେଲେ ଏଠି କଞ୍ଚାଲଙ୍କା ଦର କିଲୋ ପ୍ରତି ୧୨୦ । ପ୍ରାୟ ସବୁ ପରିବା ୮୦ ଉପରେ । ଟମାଟୋ ଦର ବି ୧୦୦ରୁ ଅଧିକ ଶୁଣି ଛାନିଆ ଗ୍ରାହକ ।
ସୁବର୍ଣ୍ଣପୁର ଜିଲ୍ଲାରୁ ଉତ୍ପାଦିତ ପନିପରିବା ପଶ୍ଚିମ ଓଡ଼ିଶାର ବିଭିନ୍ନ ବଜାରକୁ ଯାଇଥାଏ । ହେଲେ କିଛି ବର୍ଷ ହେବ ଅଭାବୀ ବିକ୍ରି ଯୋଗୁଁ ଭାଙ୍ଗିଯାଇଛି ଚାଷୀଙ୍କ ମେରୁଦଣ୍ଡ । ଉତ୍ପାଦିତ ଫସଲ ସଂରକ୍ଷଣ ପାଇଁ ଜିଲ୍ଲାରେ ନାହିଁ ଶୀତଳଭଣ୍ଡାର । ତେଣୁ କ୍ଷତି ସହୁଛନ୍ତି ଚାଷୀ । ଅନ୍ୟପଟେ ଖାଉଟିଙ୍କ ହାଣ୍ଡିଶାଳରେ ହୋଇଛି ମହଙ୍ଗାମାଡ଼ । ଆଗାମୀ ଦିନରେ ଦର ନକମିଲେ ଲୋକେ ହଇରାଣ ହେବେ ନିଶ୍ଚୟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/07/15/tomato-price-hike-2025-07-15-18-34-00.jpg)