କନକ ବ୍ୟୁରୋ : ଓଡ଼ିଶାର ସୌନ୍ଦର୍ୟ୍ୟ ଏବେ ସିନେମା ନିର୍ମାତାଙ୍କ ଧ୍ୟାନ ଆକର୍ଷଣ କରିବାରେ ଲାଗିଛି । ହାଇବଜେଟ ତଥା ବ୍ଲକବଷ୍ଟର ସିନେମା ପୁଷ୍ପା ଟୁର କିଛି ସିନ ମାଲକାନଗିରିର ଘଂଞ୍ଚ ଜଙ୍ଗଲରେ ସୁଟିଂ କରାଯାଇଥିବାବେଳେ ଏବେ କୋରାପୁଟରେ ପହଁଚିଛନ୍ତି ସାଉଥ ସୁପରଷ୍ଟାର ମହେଶ ବାବୁ , ପୃଥବୀରାଜ ସୁକୁମାର ଓ ଲୋପ ପ୍ରିୟ ନିର୍ମାତା ଏସଏସ ରାଜାମୌଲୀ । ସୂଚନା ଅନୁସାରେ କୋରାପୁଟ ତଳମାଳିରେ ଫିଲ୍ମର କିଛି ଗୁରୁତ୍ବପୂର୍ଣ୍ଣ ସିନର ସୁଟିଂ କରାଯିବ । ଏନେଇ ଟିମ ପହଁଚିଛି ଆଉ ବିଶାଳ ସେଟ ମଧ୍ୟ ଲାଗିଛି । ତେବେ ସିନେମାର ଟାଇଟେଲ ରହିଛି ଏସଏସଏମବି ଟ୍ବଇଣ୍ଟିନାଇ ।ତେବେ ସୁଟିଂ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସୁଟିଂରୁ ସମସ୍ତ ପ୍ରକାର ବାହାର କ୍ୟାମେରା ବ୍ୟାନ ରହିଛି ।ତେବେ ମାର୍ଚ୍ଚ ୨୯ରେ ସାମ୍ବାଦିକ ସମ୍ମିଳନୀ କରି ଟିମ ସିନେମା ବାବଦରେ ଅଧିକ ତଥ୍ୟ ଦେବେ ।

Advertisment